ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସେମାନଙ୍କୁ ପୋଷାକ ଖୋଲି ବାଡ଼େଇବା ଦରକାର... ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

Published By : Tapas Panda | July 5, 2025 7:40 PM

Image Courtesy: indiatv

ହାଇଦ୍ରାବାଦ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଶୁକ୍ରବାର ଇନ୍ଦିରା କ୍ୟାଣ୍ଟିନକୁ ବିରୋଧ କରୁଥିବା ପ୍ରଦର୍ଶନକାରୀଙ୍କ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଅନ୍ନପୂର୍ଣ୍ଣା କ୍ୟାଣ୍ଟିନର ନାମକୁ ଇନ୍ଦିରା କ୍ୟାଣ୍ଟିନ୍ କରିବା ବିରୋଧରେ ପ୍ରତିବାଦ କରୁଥିବା ଲୋକମାନେ ମୂର୍ଖ । ପୋଷାକ କାଢ଼ି ସେମାନଙ୍କୁ ମାଡ଼ ନହେବା ପର୍ଯ୍ୟନ୍ତ ସେମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମହାନତା ବୁଝିପାରିବେ ନାହିଁ । ଏବେ ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ହାଇଦ୍ରାବାଦ ବିଜେପି ସଭାପତି ରାମଚନ୍ଦ୍ର ରାଓ ସିଏମ ରେଡ୍ଡୀଙ୍କ ବୟାନକୁ ବିରୋଧ କରିଛନ୍ତି। 

ରେବନ୍ତ ରେଡ୍ଡୀ କହିଛନ୍ତି, ‘ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା କଲ୍ୟାଣ ଏବଂ ବିକାଶ ଗରିବଙ୍କ ଜୀବନକୁ ଉଜ୍ଜ୍ୱଳ କରୁଛି । ସେଥିପାଇଁ ଆମେ ଇନ୍ଦିରା ଗାନ୍ଧୀଙ୍କ ନାମରେ କଲ୍ୟାଣକାରୀ ଯୋଜନା କରୁଛୁ। ହାଇଦ୍ରାବାଦରେ ଗରିବଙ୍କୁ ୫ ଟଙ୍କାରେ ଖାଦ୍ୟ ଯୋଗାଇବା ପାଇଁ ଆମେ ଇନ୍ଦିରା ଗାନ୍ଧୀଙ୍କ ନାମରେ କ୍ୟାଣ୍ଟିନ ନାମିତ କରିଛୁ। ଏହି ମୂର୍ଖ ଲୋକମାନେ ଇନ୍ଦିରା ଗାନ୍ଧୀଙ୍କ ନାମରେ କ୍ୟାଣ୍ଟିନ ନାମକରଣ କରିବାକୁ ବିରୋଧ କରିଛନ୍ତି। ଯେପର୍ଯ୍ୟନ୍ତ ପୋଷାକ କାଢ଼ି ସେମାନଙ୍କୁ ମାଡ଼ ଦିଆ ନଯାଇଛି, ସେମାନେ ଇନ୍ଦିରା ଗାନ୍ଧୀଙ୍କ ମହାନତା ବୁଝିପାରିବେ ନାହିଁ ।’

ରେବନ୍ତ ରେଡ୍ଡୀଙ୍କ ଏହି ମନ୍ତବ୍ୟ ବିରୋଧୀଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଭାଷା ଉପରେ ମଧ୍ୟ ପ୍ରଶ୍ନ ଉଠାଇବାକୁ ସୁଯୋଗ ଦେଇଛି। ଏହା ଉପରେ ନିଜର ଆପତ୍ତି ପ୍ରକାଶ କରି କେଟିଆର ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।  ରାହୁଲ ସମ୍ବିଧାନ ଏବଂ ନୀତି ବିଷୟରେ କହୁଛନ୍ତି କିନ୍ତୁ ତାଙ୍କ ମୁଖ୍ୟମନ୍ତ୍ରୀ ଭାଷାର ଶାଳୀନତା ଜାଣନ୍ତି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ବିଆରଏସ ଶାସନ ସମୟରେ ଆରମ୍ଭ ହୋଇଥିବା ଅନ୍ନପୂର୍ଣ୍ଣା କ୍ୟାଣ୍ଟିନଗୁଡ଼ିକ ସହରର ୧୫୦ଟି ସ୍ଥାନରେ ୫ ଟଙ୍କାରେ ଖାଦ୍ୟ ଯୋଗାଉଛି । ଏଠାକୁ ବହୁତ ଲୋକ ଖାଇବାକୁ ଆସନ୍ତି । ଏହି କ୍ୟାଣ୍ଟିନଗୁଡ଼ିକ ଶ୍ରମିକ, ଦିନ ମଜୁରିଆ ଏବଂ ସହରରେ  ରହୁଥିବା ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ପ୍ରମୁଖ ଭୂମିକା ନେଉଛି । ନିକଟରେ GHMCର ସ୍ଥାୟୀ କମିଟି ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି । କମିଟି ଆସନ୍ତା ମାସରୁ ଭୋଜନ କେନ୍ଦ୍ରଗୁଡ଼ିକରେ ୫  ଟଙ୍କାର ଜଳଖିଆ ଯୋଜନା ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ।

 ତେଲେଙ୍ଗାନା ବିଜେପି ମଧ୍ୟ ଏହି ନିଷ୍ପତ୍ତି ପାଇଁ କଂଗ୍ରେସକୁ ସମାଲୋଚନା କରିଛି । ରେବନ୍ତ ଦିଲ୍ଲୀରେ ବସିଥିବା ତାଙ୍କ ମାଲିକମାନଙ୍କୁ ଖୁସି କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଅନ୍ନପୂର୍ଣ୍ଣା ମାଆଙ୍କ ନାମ, ତେବେ ଏହାକୁ ବଦଳାଇବାର ଧାରଣା ଭୁଲ । ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ, ଏଥିରେ ଅନେକ ସରକାରୀ ନିଷ୍ପତ୍ତି ଏବଂ ରାଜନୈତିକ ଅଭିଯୋଗ ରହିଛି। ପ୍ରତ୍ୟେକ ଦଳ, ଯେତେବେଳେ କ୍ଷମତାକୁ ଆସେ ତା'ର ନେତାଙ୍କୁ ନାମରେ ଯୋଜନା ଆରମ୍ଭ କରେ । ଯୋଜନା କିମ୍ବା ସ୍ଥାନର ନାମ ପରିବର୍ତ୍ତନ କରିବାର ପରମ୍ପରା ମଧ୍ୟ ବହୁତ ପୁରୁଣା । କିନ୍ତୁ ରାଜନେତାମାନେ ସେମାନଙ୍କର ଭାଷାକୁ ସଂଯତ କରିବା ଉଚିତ। ବିଶେଷକରି ମୁଖ୍ୟମନ୍ତ୍ରୀ ପଦବୀରେ ଥିବା ବ୍ୟକ୍ତିଙ୍କଠାରୁ ଏପରି ଭାଷା ଆଶା କରାଯାଏ ନାହିଁ ବୋଲି ସେମାନେ କହିଛନ୍ତି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.