ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

Telangana: ରମଜାନ ପାଇଁ ମୁସଲିମ୍ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ହ୍ରାସ କଲେ ତେଲେଙ୍ଗାନା ସରକାର, ବିଜେପିର କଡା ବିରୋଧ

Published By : Bijay Swain | February 18, 2025 4:46 PM

Image courtesy: indiatoday

ନୂଆଦିଲ୍ଲୀ: ମୁସଲମାନମାନଙ୍କ ପବିତ୍ର ମାସ ରମଜାନକୁ ନେଇ ତେଲେଙ୍ଗାନା ସରକାରଙ୍କ ବଡ ଘୋଷଣା। ରମଜାନ ସମୟରେ ବିଭିନ୍ନ ସରକାରୀ ସଂସ୍ଥା, ସର୍ବଜନୀନ କ୍ଷେତ୍ର ଓ ଶିକ୍ଷା ସଂସ୍ଥାନ ଗୁଡିକରେ କାର୍ଯ୍ୟ କରୁଥିବା ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନିଜ କାର୍ଯ୍ୟକ୍ଷେତ୍ରରୁ ଜଲଦି ଘରକୁ ଯାଇପାରିବେ ବୋଲି ନୂଆ ନିୟମ ଆସିଛି। 

ତେଲେଙ୍ଗାନାରେ ଏହି ନୂଆ ନିୟମ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ। ଏହି ନୂଆ ନିୟମ ଅନୁଯାୟୀ ମୁସଲିମ କର୍ମଚାରି ମାନେ ପ୍ରତିଦିନ ଭଳି ୫ ଟାରେ ଛୁଟି ନନେଇ ୪ଟାରେ ଛୁଟି ନେଇ ପାରିବେ ବୋଲି ଜଣା ପଡିଛି। 

ଏନେଇ ତେଲେଙ୍ଗାନାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ଶିକ୍ଷକ, ଚୁକ୍ତିଭିତ୍ତିକ ତଥା ଆଉଟସୋର୍ସିଂ କର୍ମଚାରୀଙ୍କ ସହ ବୋର୍ଡରେ କାମ କରୁଥିବା କର୍ମଚାରି ଓ ସର୍ବଜନୀନ କ୍ଷେତ୍ରରେ କାମ କରୁଥିବା ସମସ୍ତ ମୁସଲିମ କର୍ମଚାରୀମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି ଉଲ୍ଲେଖ ରହିଛି। ଏହି ନିଷ୍ପତ୍ତି ଦ୍ୱାରା ରମଜାନ ମାସରେ ଉପବାସ କରୁଥିବା ମୁସଲିମ୍ କର୍ମଚାରିମାନଙ୍କୁ ସେମାନଙ୍କ ଧାର୍ମିକ କର୍ମ ଓ ପାର୍ଥନା କରିବାରେ ସହାୟକ ହେବ।

ତେବେ ତେଲେଙ୍ଗାନା ସରକାରଙ୍କ ଏହି ନିଷ୍ପତି ସର୍ବସମ୍ମୁଖକୁ ଆସିବା ପରେ ରାଜ୍ୟ ବିଜେପିର କର୍ମକର୍ତ୍ତାମାନେ ଏହାର କଡା ସମାଲୋଚନା କରିଛନ୍ତି। ବିଜେପି ବିଧାୟକ ରାଜା ସିଂ ଏହି ନିଷ୍ପତିକୁ ବିରୋଧ କରି ଏହାକୁ ଏକ ଶସ୍ତା ରାଜନୀତି ବୋଲି କହିଛନ୍ତି। କଂଗ୍ରେସ ଦଳ ଜିତିବା ପାଇଁ ମୁସଲିମ ଭୋଟରଙ୍କ ଉପରେ ନିର୍ଭରଶୀଳ। ତେଣୁ ଏହି ପ୍ରକାରର  ଶସ୍ତା ରାଜନୀତି କରି ଦଳ ସେମାନଙ୍କୁ ଖୁସି କରିବାକୁ ଚାହୁଁଛି। ଏହି ନିଷ୍ପତ୍ତି ସମାଜରେ ଧାର୍ମିକ ବିଭାଜନ ସୃଷ୍ଟିକରିବ। ସମସ୍ତଙ୍କ ପାଇଁ ସମାନ ନିୟମ, ନଚେତ କାହା ପାଇଁ କୈଣସି ନିୟମ ପ୍ରଣୟନ କରାଯିବା କଥା ନୁହେଁ ବୋଲି ସେ କହିଛନ୍ତି। 

ଏହି ନିଷ୍ପତ୍ତିରେ କଡା ସମୋଲୋଚନାର ସାମ୍ନା କରିବାକୁ ପଡିବାରୁ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସଏଦ ନିଜାମଉଦ୍ଦିନ ଏହାକୁ ବିଜେପିର ଏକ ଚାଲ ବୋଲି କହିଛନ୍ତି। “ବିଜେପି ସାମ୍ପ୍ରଦାୟିକ ଭାଷଣ ଦେବାରେ ପାରଙ୍ଗମ ହୋଇଗଲାଣି। ଦଶହରା ସମୟରେ ୧୩ ଦିନର ଛୁଟି ଜାରି କରାଯାଇଛି। ସରକାର ସମସ୍ତଙ୍କୁ ନଜରରେ ରଖି ସବୁ ପ୍ରକାରର ନିଷ୍ପତ୍ତି ନିଅନ୍ତି। ହେଲେ ବିଜେପି ବାସ ଲୋକମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି” ବୋଲି ସେ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.