ନୂଆଦିଲ୍ଲୀ: ତେଲେଙ୍ଗାନା ସୁଡ଼ଙ୍ଗ ଦୁର୍ଘଟଣାକୁ ନେଇ ଉଦ୍ଧାର କାର୍ଯ୍ୟରେ ଏବେ ରୋବୋଟର ସାହାଯ୍ୟ ନିଆଯିବ। ରାଜ୍ୟ ଜଳସେଚନ ମନ୍ତ୍ରୀ ଏନ୍ ଉତ୍ତମ କୁମାର ରେଡ୍ଡୀ ଅଧିକାରୀଙ୍କୁ ଆଂଶିକ ଭାବେ ଭୁଶୁଡ଼ି ଥିବା ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ କେନାଲ ( SLBC) ସୁଡ଼ଙ୍ଗ ଭିତରେ ଉଦ୍ଧାର କାର୍ଯ୍ୟରେ ରୋବୋଟର ସାହାଯ୍ୟ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖନୀୟ ଯେ , କ୍ଷତିଗ୍ରସ୍ତ ଟନେଲ ବୋରିଂ ମେସିନର ଖଣ୍ଡ ଉଦ୍ଧାରକାରୀ କର୍ମୀଙ୍କ ପାଇଁ ବିପଦ ସୃଷ୍ଟୁ କରୁଛି। ଯେଉଁଥି ପାଇଁ ଜଳସେଚନ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁଡ଼ଙ୍ଗର ଏକ ଭାଗ ଭୁଶୁଡ଼ିବା ପରେ ୨୨ ଫେବ୍ରୁଆରୀରୁ ୮ ଜଣ ଲୋକ ଏଥିରେ ଫସି ରହିଛନ୍ତି। ରେଡ୍ଡୀ ସୁଡ଼ଙ୍ଗ ସ୍ଥଳକୁ ଗସ୍ତ କରିଛନ୍ତି ଏବଂ ଜାରି ଉଦ୍ଧାର ଅଭିଯାନର ବିଭିନ୍ନ ସଙ୍ଗଟନର ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ସେ କହିଛନ୍ତି କି ସରକାର ରୋବୋଟ ବିଶେଷଜ୍ଞଙ୍କ ସେବାର ବ୍ୟବହାର କରି ଉଦ୍ଧାର କାର୍ଯ୍ୟରେ ୪କୋଟି ଟଙ୍କା ଖର୍ଚ୍ଚ କରିବେ ।
ଅଫିସିଆଲି ବିଜ୍ଞପ୍ତିରେ ତାଙ୍କ ଅନୁସାରେ କୁହାଯାଇଛି ଯେ, ବିଶାଳ ଟିବିଏସର ଖଣ୍ଡ ସୁଡ଼ଙ୍ଗ ଭିତରେ ପାଣି, ମାଟି ଓ ପଥରରୁ ମିଳିଛି । ଏଥିପାଇଁ ଏହା ଉଦ୍ଧାରକାରୀ ଦଳଙ୍କ ପାଇଁ ବିପଦ ସାଜିଥି। ମୁଖ୍ୟମନ୍ତ୍ରୀ ଏ ରେୱନ୍ତ ରେଡ୍ଡୀ ୨ମାର୍ଚ୍ଚରେ ସୁଡ଼ଙ୍ଗ ଗସ୍ତ କରିଥିଲେ। ସେ ଉଦ୍ଧାର ଅଭିଯାନର ନେତୃ୍ତ୍ୱ ନେଇଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଯେ, ଯଦି ଆବଶ୍ୟକ ହୁଏ ତ ସୁଡ଼ଙ୍ଗ ଭିତରେ ରୋବୋଟର ବ୍ୟବହାର କରାଯାଉ। ଯାହାକି ଉଦ୍ଧାରକାରୀ କର୍ମଚାରୀଙ୍କ ପାଇଁ କୌଣସି ବିପଦ ହେବ ନାହିଁ।
ରାଜ୍ୟ ଜଳସେଚନ ମନ୍ତ୍ରୀ ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣାକୁ ନେଇ ରାଷ୍ଟ୍ରୀୟ ବିପର୍ଯ୍ୟୟ ଦର୍ଶାଇ କହିଛନ୍ତି ,ସରକାର ଉଦ୍ଧାର ଅଭିଯାନ ଜାରି ରଖିବା ପାଇଁ ସଂକଳ୍ପବଦ୍ଧ। ହେଲେ , ସୁଡ଼ଙ୍ଗ ଭିତରେ ଅକ୍ସିଜେନର ନିମ୍ନ ସ୍ତର , ପାଣିର ଅଧିକ ଲିକେଜ୍ ଓ ଟିବିଏସର ବଡ଼ ଭାଗ ପାଣି ଓ ମାଟିରେ ମିଳିବା ଯୋଗୁଁ ଉଦ୍ଧାର ଅଭିଯାନ ଚ୍ୟାଲେଞ୍ଜ ସାଜିଛି। ସୁଡ଼ଙ୍ଗ ଭିତରେ ଟିବିଏସ କ୍ଷତିଗ୍ରସ୍ତ ହୋଇ ଯାଇଥିଲା। ଉଦ୍ଧାରକାରୀ ଟିମ୍ ଫସି ଥିବା ଲୋକଙ୍କ ଯାଏ ପହଞ୍ଚିବା ପାଇଁ ସେହି ଭାଗକୁ କାଟୁଛି।