ହାଇଦ୍ରାବାଦ,୧୨/୦୫: ରବିବାର ବିଳମ୍ବିତ ରାତିରେ ହାଇଦ୍ରାବାଦରେ ଏକ ସଡ଼କ ଦୁର୍ଘଟଣାରେ ତେଲୁଗୁ ଅଭିନେତା ଭରତ କାନ୍ତ ଏବଂ ସିନେମାଟୋଗ୍ରାଫର ଜି ସାଇ ତ୍ରିଲୋକ ପ୍ରାଣ ହରାଇଛନ୍ତି । ଆଦିବାଟଲା ପୁଲିସ ଷ୍ଟେସନ କ୍ଷେତ୍ରରେ ଆଉଟର ରିଙ୍ଗ ରୋଡ୍ରେ ବୋଙ୍ଗଲୁର ଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଭରତ କାନ୍ତ ଏବଂ ଜି ସାଇ ତ୍ରିଲୋକ ଏକ କାର୍ ଯୋଗେ ନେଲ୍ଲୋରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲେ । ଭରତ କାନ୍ତ ଗାଡ଼ି ଚଳାଉଥିବାବେଳେ ଆଉଟର ରିଙ୍ଗ ରୋଡ୍ରେ ଏକ କଣ୍ଟେନର ଟ୍ରକ୍କୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣା ଏତେ ଗୁରୁତର ଥିଲା ଯେ କାର୍ଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ସେଥିଯୋଗୁ ଉଭୟ ଗୁରୁତର ଆହତ ହୋଇଥିଲେ । ଏହାପରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା ।
ଅଧିକ ପଢ଼ନ୍ତୁ :- ଆଜି ଆସିବ ସିବିଏସ୍ଇ ଦ୍ୱାଦଶ ଫଳ ! ଏଥର ୧୮ ଲକ୍ଷ ୫୯ ହଜାର ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା