ପ୍ରମୂଖ ଖବର
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଉତ୍ତରାଖଣ୍ଡର ବଦ୍ରିନାଥ ରାଜପଥରେ ଦୁର୍ଘଟଣା; ନିୟନ୍ତ୍ରଣ ହରାଇ ନଦୀକୁ ଖସିଲା ଯାତ୍ରୀବାହୀ ଟ୍ରାଭେଲର,୨ମୃତ

Published By : Anindita Ratha | June 26, 2025 11:37 AM

ନୂଆଦିଲ୍ଲୀ,୨୬/୦୬: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ଘୋଲଥିରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ନଦୀକୁ ଖସିଲା ଯାତ୍ରୀବାହୀ ଟ୍ରାଭେଲର । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ନିଖୋଜ ଅଛନ୍ତି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପାଖାପାଖି ଚାରିରୁ ପାଞ୍ଚ ଜଣ ଯାତ୍ରୀ ଟ୍ରାଭେଲରରୁ ବାହାରି ଛିଟିକି ପଡ଼ିଥିଲେ। ଗାଡ଼ିରେ ପ୍ରାୟ ୧୯ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ସେଥିରୁ ୧୭ଜଣ ଗୋଟିଏ ପରିବାରର ଥିଲେ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । 

ସୂଚନା ମୁତାବକ, ଗୁରୁବାର ସକାଳେ ଯାତ୍ରୀମାନଙ୍କୁ ନେଇ ଏକ ଟ୍ରଭେଲର ବଦ୍ରିନାଥ ଦର୍ଶନ ପାଇଁ ଯାଉଥିଲା । ହେଲେ ଋଷିକେଶ-ବଦ୍ରିନାଥ ରାଜପଥର ଘୋଲଥିର ନିକଟରେ ନିୟନ୍ତ୍ରଣ ହରାଇ ଅଳକାନନ୍ଦା ନଦୀକୁ ଖସିପଡ଼ିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ, ଏସଡିଆରଏଫ ଏବଂ ଜିଲ୍ଲା ପ୍ରଶାସନର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରାଜସ୍ଥାନର ଉଦୟପୁରରୁ ଏକ ପରିବାରର ୧୭ଜଣ ଏହି ଗାଡ଼ିରେ ଚାରିଧାମ ଯାତ୍ରା ପାଇଁ ବାହାରିଥିଲେ। କେଦାରନାଥ ଦର୍ଶନ କରିବା ପରେ ସେମାନେ ଆଜି ସକାଳେ ବଦ୍ରିନାଥ ଅଭିମୁଖେ ବାହାରିଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂହ ରାଜୱାର କହିଛନ୍ତି ଯେ,ଏପର୍ଯ୍ୟନ୍ତ ନଅ ଜଣଙ୍କୁ ଉଦ୍ଧାର କରାଯାଇଛି। ଯେଉଁଥିରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ସେହିପରି ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ଆହତଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି।  ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଦୁର୍ଘଟଣା ସମୟରେ ଗାଡ଼ିରୁ କିଛି ଯାତ୍ରୀ ବାହାରକୁ ଛିଟିକି ହୋଇପଡ଼ିଥିଲେ । ଯେଉଁମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହି ସମୟରେ ନଦୀର ପ୍ରଖର ସ୍ରୋତରେ କିଛି ଯାତ୍ରୀ ଭାସି ଯାଇଥିବା ଅନୁମାନ କରାଯାଉଛି । ସେପଟେ ଏହି ଘଟଣାକୁ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.