ପୁରୀ,୦୩/୦୩: ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି ପାଇଁ ଭକ୍ତଙ୍କ ମଧ୍ୟରେ ଦଳାଚକଟା । ଦୋଳବେଦୀ ନିକଟରେ ଠେଲାପେଲା ଯୋଗୁଁ ତଳେ ପଡିଗଲେ ଶ୍ରଦ୍ଧାଳୁ। କୌଣସି ଭକ୍ତ ଅସୁସ୍ଥ ହୋଇନଥିବା ସୂଚନା। ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ନାକେଦମ ହେଲାଣି ପୁଲିସ। 

ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ଏହାରି ଭିତରେ ଭଗବାନଙ୍କ ସହ ହୋଲି ଖେଳିଛନ୍ତି ଭକ୍ତ। ଦୋଳବେଦୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଭକ୍ତଙ୍କ ସହ ଫଗୁ ଅବିର ଖେଳିଥିବା ବେଳେ ଏହି ସୁଯୋଗକୁ କୌଣସି ଭକ୍ତ ହାତଛଡା କରିନାହାନ୍ତି। ତେବେ ଦୋଳବେଦୀରେ ଠାକୁରଙ୍କ ପ୍ରବେଶ ସମୟରେ ଭକ୍ତମାନଙ୍କର ପେଲାଠେଲା ପରିସ୍ଥିତି ଦେଖିବାକୁ ମିଳିଥିଲା। 

ଆହୁରି ପଢନ୍ତୁ-ସାମାଜିକ କର୍ମୀଙ୍କ ତୀବ୍ର ଉଦ୍‌ବେଗ, ନିରୀହ ପଶୁଙ୍କ ପାଇଁ କାଳ ସାଜୁଛି ହୋଲି ରଙ୍ଗ​​​​​​​

କିଭଳି ଭାବରେ ଠାକୁରଙ୍କ ସହ ଫଗୁ ଓ ଅବିର ଖେଳିବାକୁ ଭକ୍ତମାନଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଥିବା ବେଳେ ଗହଳି ଯୋଗୁଁ ଠେଲାପେଲାରେ କିଛି ମହିଳା ଓ କିଛି ପୁରୁଷ ଭକ୍ତ ତଳେ ପଡିଯାଇଥିଲେ। ଉପସ୍ଥିତ ସୁରକ୍ଷାକର୍ମୀ ଏବଂ ସେବାୟତମାନେ ତଳିପଡିଥିବା ଭକ୍ତମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ କୌଣସି ଭକ୍ତ ଅସୁସ୍ଥ ହୋଇନଥିବା ଜଣାପଡିଛି।