ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କିଏ ହେବ ଦିଲ୍ଲୀର ନୂଆ ମେୟର ? ମଇଦାନରେ ଆପ୍ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା

Published By : Swapna Ray | November 14, 2024 1:32 PM

ନୂଆଦିଲ୍ଲୀ, ୧୪।୧୧: କିଏ ହେବ ଦିଲ୍ଲୀର ନୂଆ ମେୟର ? ମଇଦାନରେ ଆପ୍ ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର । ନିର୍ବାଚନ ଜିତିବାକୁ ଉଭୟ ଦଳର ରଣନୀତି ପ୍ରସ୍ତୁତ । ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବ ନିର୍ବାଚନ । ଅନୁସୂଚିତ ଜାତିର ହେବ ଉଭୟ ପଦ । 

ଦିଲ୍ଲୀର ମେୟର ଏବଂ ଡେପୁଟି ମେୟର ନିର୍ବାଚନ । ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ କୌଣସି କାରଣରୁ ସ୍ଥଗିତ ରଖାଯାଇଥିଲା । ପରେ ନଭେମ୍ବର ୪ରେ ଅର୍ଥାତ୍ ଗୁରୁବାର ଏହି ନିର୍ବାଚନ ଆୟୋଜିତ ହେବା ନେଇ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ମେୟର । ଦିଲ୍ଲୀ ମୁନିସିପାଲ କର୍ପୋରେସନରେ ଆମ୍ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ତରଫରୁ ନିର୍ବାଚନ ଜିତିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ ସରିଛି । ମେୟରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅପରାହ୍ନ ୨ଟାରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରିଜାଇଡିଂ ଅଫିସର ଭାବରେ ୱାର୍ଡ ସଂଖ୍ୟା ୨୨୬ ଗୌତମ ପୁରୀର କାଉନସିଲର ସତ୍ୟ ଶର୍ମାଙ୍କୁ ମନୋନିତ କରାଯାଇଥିଲା । 

ଏମ୍‌ସିଡି ଆକ୍ଟ ୧୯୫୭ର ଧାରା ୭୭(ଏ) ଅନୁଯାୟୀ, ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ଦିଲ୍ଲୀର ଉପରାଜ୍ୟପାଳ ସତ୍ୟ ଶର୍ମାଙ୍କୁ ମେୟର ନିର୍ବାଚନ ପାଇଁ ବୈଠକର ଅଧ୍ୟକ୍ଷତା କରିବା ପାଇଁ ନିଯୁକ୍ତ କରିଛନ୍ତି । ଚଳିତ ବର୍ଷ ଏମ୍‌ସିଡି ଆକ୍ଟ ଅନୁଯାୟୀ, ତୃତୀୟ ବର୍ଷ ମେୟର ଏବଂ ଡେପୁଟି ମେୟର ଅନୁସୂଚିତ ଜାତିର ହେବେ । ଏନେଇ ଆପ୍ ଏବଂ ବିଜେପି ଏପ୍ରିଲରେ ପ୍ରାର୍ଥୀ ଘୋଷଣା କରିଥିଲେ । ଆପ୍ ପକ୍ଷରୁ ଦେବ ନଗର ୱାର୍ଡ ନମ୍ବର ୮୪ର କାଉନସିଲର ମହେଶ ଖିଚି ଏବଂ ଡେପୁଟି ମେୟର ଭାବେ ଅମନ ବିହାର ୱାର୍ଡ ନମ୍ବର ୪୧ର କାଉନସିଲର ରବୀନ୍ଦ୍ର ଭରଦ୍ୱାଜଙ୍କ ନାଁ ଘୋଷଣା କରିଥିଲା । ସେହିପରି ବିଜେପି ମେୟର ଭାବେ କିଶନ ଲାଲ ଏବଂ ଡେପୁଟି ମେୟର ଭାବେ ନୀତା ବିଷ୍ଟଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.