ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ପରମାଣୁ ବୟାନବାଜୀକୁ ନେଇ ରୁଷିଆ ଆମେରିକା ମଧ୍ୟରେ ଉତ୍ତେଜନା; ଟ୍ରମ୍ପଙ୍କ ପରମାଣୁ ସବମାରୀନ ନିର୍ଦ୍ଦେଶ ପରେ କ୍ରେମଲିନର କଡା ପ୍ରତିକ୍ରିୟା

Published By : Bijay Swain | August 4, 2025 7:13 PM

ମସ୍କୋ: କ୍ରେମଲିନ ସୋମବାର ଟ୍ରମ୍ପଙ୍କ ପରମାଣୁ ବୟାନବାଜୀ ସମ୍ପର୍କରେ ସତର୍କତା ଜାରି କରିଛି। ଯାହା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇଟି ପରମାଣୁ ସବମାରୀନ(ବୁଡା ଜାହାଜ)କୁ ଋଷିଆ ନିକଟବର୍ତ୍ତୀ ଅଞ୍ଚଳକୁ ପଠାଇବା ନିର୍ଦ୍ଦେଶ ପରେ ପ୍ରଥମ ପ୍ରତିକ୍ରିୟା ଭାବେ ସାମ୍ନାକୁ ଆସିଛି। ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ପୂର୍ବତନ ରୁଷ ରାଷ୍ଟ୍ରପତି ତଥା ବର୍ତ୍ତମାନ ରୁଷିଆର ସିକ୍ୟୁରିଟି କାଉନସିଲର ଡେପୁଟି ଚେୟାରମ୍ୟାନ ଡିମିଟ୍ରି ମେଦଭେଦେଭଙ୍କ ପରମାଣୁ ଯୁଦ୍ଧ ସମ୍ପର୍କିତ ଉତ୍ତେଜନାପୂର୍ଣ୍ଣ ବୟାନର ପ୍ରତିକ୍ରିୟା ସ୍ୱରୂପ ଦିଆଯାଇଥିଲା। 

କ୍ରେମଲିନର ମୁଖପାତ୍ର ଡିମିଟ୍ରି ପେସକୋଭ ଟ୍ରମ୍ପଙ୍କ ଘୋଷଣାର ଗୁରୁତ୍ୱକୁ ବେଖାତିର କରି କହିଛନ୍ତି, "ଏହା ସ୍ପଷ୍ଟ ଯେ ଆମେରିକୀୟ ସବମାରୀନଗୁଡ଼ିକ ପୂର୍ବରୁ ଋଷ ଉପରେ ନଜର ରଖିବା ପାଇଁ ମୁତୟନ ରହିଛନ୍ତି। ଏହା ଏକ ଚାଲୁ ପ୍ରକ୍ରିୟା।" ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଆମେ ଏପରି ବିବାଦରେ ଜଡ଼ିତ ହେବାକୁ ଚାହୁଁନାହୁଁ କି ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହୁଁ। ତେବେ, ଆମେ ମନେ କରୁଛୁ ଯେ ଦୁନିଆର ସମସ୍ତ ଦେଶ ପରମାଣୁ ବୟାନବାଜୀ କରିବା ପୂର୍ବରୁ ଅତ୍ୟନ୍ତ ସତର୍କ ରହିବା ଉଚିତ।"

ଟ୍ରମ୍ପ ଗତ ଶୁକ୍ରବାର ସାମାଜିକ ଗଣମାଧ୍ୟମ ଟ୍ରୁଥ ସୋସିଆଲ ପୋଷ୍ଟରେ ଘୋଷଣା କରିଥିଲେ ଯେ ୟୁକ୍ରେନକୁ ନେଇ ମେଦଭେଦେଭଙ୍କ ବୟାନ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ। ଏହାର ଜବାବ ସ୍ୱରୂପ ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ସବମାରୀନକୁ ଋଷିଆର ନିକଟବର୍ତ୍ତୀ ଅଞ୍ଚଳରେ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଦଭେଦେଭ ଟ୍ରମ୍ପଙ୍କ ରୁଷିଆ ଉପରେ ନୂଆ ସଂକଟ ଆରୋପ ଧମକକୁ ସମାଲୋଚନା କରି ଟେଲିଗ୍ରାମରେ ଏକ ପୋଷ୍ଟ ଜାରି କରିଥିଲେ। ଯେଉଁଥିରେ ସେ ରୁଷିଆର "ଡେଡ ହାଣ୍ଡ" ନାମକ ସ୍ୱୟଂଚାଳିତ ପରମାଣୁ ପ୍ରତିଶୋଧ ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରିଥିଲେ। ଏହା ପୂର୍ବରୁ ଟ୍ରମ୍ପ ମେଦଭେଦେଭଙ୍କୁ "ବିଫଳ ପୂର୍ବତନ ରାଷ୍ଟ୍ରପତି" ବୋଲି କହି କଟାକ୍ଷ କରିବା ସହ ତାଙ୍କୁ "ଶବ୍ଦକୁ ନିୟନ୍ତ୍ରଣ" କରିବାକୁ ଚେତାବନୀ ଦେଇଥିଲେ।

ପେସକୋଭ ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶକୁ ପରମାଣୁ ଉତ୍ତେଜନାରେ ବୃଦ୍ଧି ଘଟିବ ବୋଲି ବିବେଚନା କରୁଥିବା କହିଛନ୍ତି। ସେ କହିଛନ୍ତି, "ଆମେ ମନେ କରୁନାହୁଁ ଯେ ଏହା କୌଣସି ଉତ୍ତେଜନାର କାରଣ ହେବ। ଏହା ସ୍ପଷ୍ଟ ଯେ ଏହିପରି ଅତ୍ୟନ୍ତ ଜଟିଳ ଓ ସମ୍ବେଦନଶୀଳ ବିଷୟଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଆଲୋଚନା ହେଉଛି। ଯାହା ଅନେକ ଲୋକଙ୍କ ଉପରେ ଭାବନାତ୍ମକ ଭାବେ ପ୍ରଭାବ ପକାଇଥାଏ।" 

ଏହି ଘଟଣା ରୁଷିଆ ଓ ଆମେରିକା ମଧ୍ୟରେ ଚାଲୁଥିବା ଉତ୍ତେଜନା, ଖାସ କରି ୟୁକ୍ରେନ ଯୁଦ୍ଧ ଏବଂ ଟ୍ରମ୍ପଙ୍କ ରୁଷିଆ ବିରୁଦ୍ଧରେ ଧମକ ସମ୍ପର୍କରେ ଆଲୋଚନାକୁ ଆହୁରି ତୀବ୍ର କରିଛି। ଏହି ପରିପ୍ରେକ୍ଷିରେ ରୁଷ ସାଂସଦ ଭିକ୍ଟର ଭୋଡୋଲାଟସ୍କି ଦାବି କରିଛନ୍ତି ଯେ ରୁଷିଆର ପରମାଣୁ ସବମାରୀନ ସଂଖ୍ୟା ଆମେରିକୀୟ ସବମାରୀନଠାରୁ ଅଧିକ। ଏବଂ ଋଷିଆ ପ୍ରଥମରୁ ହିଁ ଆମେରିକୀୟ ସବମାରୀନଗୁଡ଼ିକ ଉପରେ ନଜର ରଖି ଆସିିଛି। ଏଣୁ ରୁଷ ଉପରେ କୌଣସି ବିପଦ ନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.