ମୁମ୍ବାଇ; ୪/୧ : ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ଅପକମିଙ୍ଗ ଫିଲ୍ମ ‘ବ୍ୟାଟେଲ ଅଫ୍ ଗଲଓ୍ବାନ’ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଦୀର୍ଘଦିନ ଧରି ସଲମାନଙ୍କ ଫିଲ୍ମ ଫ୍ଲପ ହୋଇଥିବାବେଳେ ପୁଣି ଏକ ହିଟ୍ ଫିଲ୍ମ ଦର୍ଶକେ ଦେଖିବେ ବୋଲି ଆଶା ରଖିଛନ୍ତି । ନିକଟରେ ତାଙ୍କ ଅପକମିମଙ୍ଗ୍ ଫିଲ୍ମର ଟିଜର୍ ରିଲିଜ୍ ହୋଇଛି । ଯାହାକୁ ଦର୍ଶକେ ବେଶ ଭଲ ପାଇବା ଦେଇଛନ୍ତି । ଟିଜର ଦମଦାର ହୋଇଥିବାବେଳେ ସଲମାନଙ୍କ ଆକ୍ସନ ମୁଭି ଦର୍ଶକଙ୍କ ମହଲରେ ଆଦୃତ ହେବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ସଲମାନଙ୍କ ଅପକମିଙ୍ଗ୍ ଫିଲ୍ମକୁ ନେଇ ବଳିଉଡରେ ହଇଚଇ ସୃଷ୍ଟି ହୋଇଥିବାବେଳେ ଏବେ ଅନେକ ଫିଲ୍ମର ରିଲିଜ୍ ତାରିଖ ଉପରେ ମଧ୍ୟ ପ୍ରଭାବ ପକାଇଛି । ଯେଉଁଥିରେ ସାମିଲ୍ ହୋଇଛନ୍ତି ଅମୀର ଖାନଙ୍କ ପୁଅ । ଜୁନେଦ ଖାନ ଏବଂ ସାଇ ପଲ୍ଲବୀଙ୍କ ଫିଲ୍ମ ‘ମେରେ ରାହେ’ ଉପରେ ପ୍ରଭାବ ପକାଇଛି’ ସଲମାନଙ୍କ ଫିଲ୍ମ ।
ରୋମାଣ୍ଟିକ୍ ଫିଲ୍ମ ‘ମେରେ ରାହେ’ରେ ଅମୀର କାନଙ୍କ ପୁଅଙ୍କ ସହ ସାଉଥ ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ ସାଇ ପଳ୍ଲବୀ ନଜର ଆସୁଛନ୍ତି । ଏହି ରୋମାଣ୍ଟିକ ଫିଲ୍ମଟି ଦର୍ଶକଙ୍କୁ ବେଶ ମନୋରଞ୍ଜନ ଯୋଗାଇବ ବୋଲି କୁହାଯାଉଛି । ଫିଲ୍ମର ରିଲିଜ୍ ତାରିଖ ପୂର୍ବରୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଥିଲା । ଏପ୍ରିଲ୍ ୨୪ ତାରିଖରେ ରିଲିଜ୍ ହେବା ନେଇ ଘୋଷଣା ହୋଇଥିଲା । ମାତ୍ର ସଲମାନଙ୍କ ଅଭିନୀତ ଫିଲ୍ମ ‘ବ୍ୟାଟେଲ୍ ଅଫ୍ ଗଲଓ୍ବାନ୍’ ଏପ୍ରିଲ୍ ୧୭ ତାରିଖରେ ରିଲିଜ୍ କରାଯିବା ନେଇ ଯୋଜନା କରାଯାଇଛି । ଯାହାର ପ୍ରଭାବ ବଲିଉଡ ଏବଂ ସାଉଥର ଅନେକ ଫିଲ୍ମ ଉପରେ ମଧ୍ୟ ପଡ଼ିଛି । ସେପଟେ ମେରେ ରାହେର ରିଳିଜ୍ ତାରିଖକୁ ଘୁଞ୍ଚାଯିବାକୁ ଯୋଜନା କରାଯାଇଛି ।
ତେବେ ମେରେ ରାହେର କାହାଣୀ ସମ୍ପର୍କରେ ଯଦି କହିବା ତାହେଲେ ଏହା କୋରିଆନ୍ ଫିଲ୍ମ ଓ୍ବାନଡେର ରିମେକ । ୨୦୨୪ରେ ଏହି ଫିଲ୍ମର ଫଟୋ ସୁଟ୍ କରାଯାଇଥିଲା । ୨୦୨୫ ଭାଲେଣ୍ଟାଇନ୍ ଡେ’ରେ ରିଲିଜ୍ ହେବା ନେଇ ଯୋଜନା ରଖାଯାଇଥିଲା । ମାତ୍ର କେବଳ ଫିଲ୍ମର ଶୀର୍ଷକ ରଖାଯାଇଛି । କିନ୍ତୁ ଏବେ ସଲମାନଙ୍କ ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ ଏହାର ତାରିଖକୁ ପୁଣି ଘୁଞ୍ଚାଯିବାକୁ ଯାଉଛି । ତେବେ ଏହି ଫିଲ୍ମର ପ୍ରଯୋଜନା ଭାର ବଲିଉଡର ମିଷ୍ଟର ପରଫେକ୍ଟ ଭାବେ ଜଣାଶୁଣା ଅମୀର ଖାନ ନିଜେ ସମ୍ଭାଳିଛନ୍ତି । ସାଇ ପଲ୍ଲବୀଙ୍କ ଫ୍ୟାନ ଫଲୋର୍ସ ଭଲ ରହିଥିବାବେଳେ ଏହି ଫିଲ୍ମୁକୁ ଦର୍ଶକେ ଭଲ ପାଇବା ଦେବେ ବୋଲି ଆଶା ରଖାଯାଇଛି ।