ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଥାଇଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ମାନ୍ୟତା, ପ୍ରଥମ ଦିନରେ ବିବାହ କରିବେ ୩୦୦ ଦମ୍ପତି

Published By : Rasmita Pradhan | January 23, 2025 2:03 PM

ନୂଆଦିଲ୍ଲୀ, ୨୩/୦୧ : ଥାଇଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ଅନୁମତି। ମ୍ୟାରେଜ୍ ଇକ୍ଵାଲିଟି ଆକ୍ଟକୁ ଆଇନଗତ ମାନ୍ୟତା। ଗୁରୁବାର ଠାରୁ ଦେଶରେ କାର୍ଯ୍ୟକାରୀ ହେଲା ନୂଆ ଆଇନ। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାରେ ଥାଇଲ୍ୟାଣ୍ଡ ଏସିଆର ତୃତୀୟ ଦେଶ ଏବଂ ଦକ୍ଷିଣ ପୂର୍ବ ଏସିଆର ପ୍ରଥମ ଦେଶ ହୋଇପାରିଛି। ଏହା ପୂର୍ବରୁ ନେପାଳ ଏବଂ ତାଇବାନ ସମଲିଙ୍ଗୀ ବିବାହକୁ ଅନୁମତି ଦେଇସାରିଛନ୍ତି। ତେବେ ଦେଶରେ ଏହି ଆଇନ ଲାଗୁ ହେବାପରେ ପ୍ରଥମ ଦିନରେ ୩୦୦ LGBTQ ଦମ୍ପତି ବିବାହ କରିବେ ବୋଲି ଅନୁମାନ କରାଯାଉଛି। 

ସୂଚନାନୁଯାୟୀ, ଥାଇଲ୍ୟାଣ୍ଡରେ LGBTQ ସମୁଦାୟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ୨୦ ବର୍ଷ ହେଲା ଦାବି କରିଆସୁଥିଲେ। ଏବେ ଏହାକୁ ସରକାର ମାନ୍ୟତା ଦେଇଛନ୍ତି। ଏବେ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ଯେକୌଣସି ବ୍ୟକ୍ତି ସମଲିଙ୍ଗୀ ବିବାହ କରିପାରିବେ। ଏହି ଅବସରରେ ଗୁରୁବାର ରାଜଧାନୀ ବ୍ୟାଙ୍କକକ୍‌ର ଏକ ସପିଂ ମଲ୍‌ରେ ଭବ୍ୟ ସମାରୋହ ଆୟୋଜନ କରାଯାଇଛି। ଏଠାରେ ୩୦୦ ସମଲିଙ୍ଗୀ ବିବାହ କରିବେ ବୋଲି ଅନୁମାନ କରାଯାଉଛି। ତେବେ ବିବାହ ପରେ ଏହି ଦମ୍ପତିଙ୍କୁ ସମସ୍ତ ଅଧିକାର ମିଳିବ, ଯାହା ଅନ୍ୟ ପତି-ପତ୍ନୀଙ୍କୁ ମିଳୁଛି। ଏତଦ୍ ବ୍ୟତୀତ ଥାଇଲ୍ୟାଣ୍ଡ ସଂସଦ ସିଭିଲ୍ ଏବଂ କମର୍ସିଆଲ୍ କୋଡ୍‌ରେ ସଂଶୋଧନ କରିଛନ୍ତି। ଏହି କୋଡ୍‌ରେ ସ୍ଵାମୀ ଏବଂ ସ୍ତ୍ରୀ ବଦଳରେ ଇଣ୍ଡିଭିଜୁଆଲ୍ ଏବଂ ମ୍ୟାରେଜ୍ ପାର୍ଟନର କରାଯାଇଛି। ସମଲିଙ୍ଗୀ ଦମ୍ପତିଙ୍କୁ ଆଇନଗତ, ଅର୍ଥନୈତିକ ଏବଂ ସ୍ଵାସ୍ଥ୍ୟଗତ ସମାନ ଅଧିକାର ମିଳିବ। ଏହା ସହିତ ସମ୍ପତ୍ତିରେ ଜଏଣ୍ଟ ଆକ୍ସେସ୍ ଅଧିକାର ମିଳିବ। 

ଏହି ଖବରଟିକୁ ପଢନ୍ତୁ-ଫିଲିପିନ୍ସରେ ଭୂକମ୍ପ ଝଟକା, କ୍ଷୟକ୍ଷତିର ନାହିଁ ସୂଚନା

ଜର୍ମାନୀ, ଫ୍ରାନ୍ସ, ବେଲଜିୟମ ସମେତ ୧୩ଟି ଦେଶରେ ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିଛି। ସେହିପରି ୟମନ, ଇରାନ, ବ୍ରୁନେଇ, ନାଇଜେରିଆ, କତାର ସମେତ ୧୩ଟି ଦେଶରେ ସମଲିଙ୍ଗୀ ବିବାହକୁ ବ୍ୟାନ୍ କରାଯାଇଛି। ଏପରିକି ଏହି ଦେଶ ଗୁଡ଼ିକରେ ସମଲିଙ୍ଗୀ ବିବାହ କଲେ ଦଣ୍ଡବିଧାନ ହେବାର ବ୍ୟବସ୍ଥା ରହିଛି। ମୃତ୍ୟୁଦଣ୍ଡ ଦିଆଯାଉଛି। ସେହିପରି ଆଉ କିଛି ଦେଶ ଅଛନ୍ତି, ଯେଉଁଠାରେ ସମଲିଙ୍ଗୀ ବିବାହ ଅପରାଧ ନୁହେଁ କିନ୍ତୁ ଏହାକୁ ଆଇନ ମାନ୍ୟତା ଦିଆଯାଇ ନାହିଁ। ଏହି ତାଲିକାରେ ଭାରତ, ଚୀନ, ଋଷ, ବ୍ରିଟେନ ଏବଂ ଶ୍ରୀଲଙ୍କା ଅଛନ୍ତି। ଭାରତରେ ସୁପ୍ରିମକୋର୍ଟ ମଧ୍ୟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ମନା କରି ଦେଇଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.