ନୂଆଦିଲ୍ଲୀ, ୧୧/୨ : ଥାଇଲ୍ୟାଣ୍ଡରୁ ଆସିଲା ଦୁଃଖଦ ଖବର । ଜଣେ କି ଦୁଇଜଣ ନୁହେଁ ୩୪ ଜଣଙ୍କୁ ହତ୍ୟା କରାଯାଇଥିବା ଭଳି ଛାତିଥରା ଖବର ଆସିଛି । ଯେଉଁଥରେ ୨୨ ଜଣ ଶିଶୁ ମଧ୍ୟ ରହିଛନ୍ତି । ୨ଟି ଅଲଗା ଅଲଗା ଘଟଣାରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ଯେଉଁ ଘଟଣା ଏବ ସାରା ଦେଶକୁ ସ୍ତବ୍ଦ କରି ଦେଇଛି । ଜଣେ ପୂର୍ବତନ ପୁଲିସ ଅଧିକାରୀ ଏକ ଡେ-କେୟାର ସେଣ୍ଟରରେ ପଶି ୩୪ ଜଣଙ୍କ ହତ୍ୟା କରିଛନ୍ତି । ଏହାସହ ଦକ୍ଷିଣ ଥାଇଲାଣ୍ଡରେ ଜଣେ ଯୁବକ ଏକ ସ୍କୁଲରେ ପଶି ୨ ଜଣଙ୍କୁ ଗୁରୁର ଭାବେ ଆଘାତ କରି ଜଣେ ମହିଳା କର୍ମଚାରୀଙ୍କୁ ବନ୍ଧକ ରଖିଛି । ଯାହାକି ଏବେ ସାରା ଥାଇଲାଣ୍ଡରେ ଭୟର ବାତାବରଣ ସୃଷ୍ଟି କରିଛି ।
ଥାଇଲାଣ୍ଡ ଇତିହାସରେ କେବେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିନଥିଲା । ଏବେ ଯେଭଳି ଆତଙ୍କ ଖେଳିଛି ଏହା ଇତିହାସରେ ପ୍ରଥମ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେବେ ଡେ-କେୟାର ସେଣ୍ଟରରେ ପଶି ପୂର୍ବତନ ପୁଲିସ ଅଧିକାରୀ କାହିଁକି ଏଭଳି କାର୍ଡ ଭିଆଇଲେ ତାହାର କାରଣ ଅସ୍ପଷ୍ଠ ହୋଇଛି । ଆଖିବୁଜା ଗୁଳି ବର୍ଷା ପଛରେ କ’ଣ କାରଣ ରହିଛି ପୁଲିସ କାରଣ ଖୋଜୁଥିବାବେଳେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କାରଣ ଥାଇଲ୍ୟାଣ୍ଡ ଇତିହାସରେ କେବେ ମଧ୍ୟ ଏଭଳି ଗୁଳିକାଣ୍ଡ ଘଟିନାହିଁ । ୨୨ ଜଣ ପିଲାଙ୍କ ସହ ୧୨ ଜଣ ବୟସ୍କ ଲୋକ ପ୍ରାଣ ହରାଇଛନ୍ତି ।
ଏହାସହ ପଢ଼ନ୍ତୁ : ପୁତୁରାକୁ ୧୫, ଖୁଡ଼ି ୩୫ ବର୍ଷ ବୟସ : ଘର ଛାଡ଼ି ବାହା ହେଉଥିବାବେଳେ....