ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରସାମ୍ୟ ହରାଇ ଖାଇକୁ ଖସିଲା ଯାତ୍ରୀବାହି ବସ୍, ୧୮ ମୃତ

Published By : Anindita Ratha | February 26, 2025 1:05 PM

ନୂଆଦିଲ୍ଲୀ,୨୬/୦୨: ଥାଇଲାଣ୍ଡର ବୁରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଖାଇକୁ ଖସିଲା ଯାତ୍ରୀବାହି ବସ୍। ଫଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।  ଏଥିସହ ଏକାଧିକ ଆହତ ହୋଇଛନ୍ତି ।   ଏହି ଘଟଣାକୁ ନେଇ ପୋଲିସ ଖବର ପାଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । 

ଏହା ମଧ୍ୟ ପଢନ୍ତୁ- କଙ୍ଗୋରେ ଅଜଣା ରୋଗର ଆତଙ୍କ, ଲକ୍ଷଣ ଦେଖାଯିବାର ୪୮ ଘଣ୍ଟା ଭିତରେ ହେଉଛି ମୃତ୍ୟୁ, ଏଯାଏଁ ନେଲାଣି ୫୦ ରୁ ଅଧିକ ମୁଣ୍ଡ…

ପୋଲିସର ସୂଚନା ମୁତାବକ , ଯେଉଁଠାରେ ଘଟଣାଟି ଘଟିଥିଲା ସେହି ରାସ୍ତା ଖରାପ ଥିଲା  । ତେଣୁ ସେହି ରାସ୍ତା ଦେଇ ଯିବା ସମୟରେ ବସ୍‌ର ବ୍ରେକ୍ ଫେଲ୍ ହୋଇଯାଇଥିଲା। ଯାହା ପରେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇଥିବାରୁ ବସଟି ଖାଇକୁ ଖସି ପଡ଼ିଥିଲା । ଘଟଣାଟି ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରୁ ୧୫୫ କିଲୋମିଟର ପୂର୍ବରେ ଘଟିଛି। ଏନେଇ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପୀଡିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହା ସହିତ  ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି, ଥାଇଲାଣ୍ଡରେ ସଡ଼କ ଦୁର୍ଘଟଣା ସାଧାରଣ ଅଟେ। କାରଣ ଏଠାରେ ରାସ୍ତା ଖରାପ ଥିବାରୁ ବାରମ୍ବାର ଦୁର୍ଘଟଣା ହେଉଛି । ଗତ ବର୍ଷ ଥାଇଲାଣ୍ଡରେ ଗ୍ୟାସ୍ ସିଲିଣ୍ଡର ଲିକ୍ ଯୋଗୁଁ ଏକ ସ୍କୁଲ ବସରେ ନିଆଁ ଲାଗିଯାଇଥିଲା।  ଯେଉଁଥିରେ ୧୬ ଜଣ ଛାତ୍ରଙ୍କ ସମେତ ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା।୨୦୨୩ ରିପୋର୍ଟ ଅନୁଯାୟୀ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଦୃଷ୍ଟିରୁ ଦକ୍ଷିଣ ପୂର୍ବ ଏସୀୟ ଦେଶ ୧୭୫ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଦସ୍ୟ ଦେଶ ମଧ୍ୟରୁ ନବମ ସ୍ଥାନରେ ଅଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.