ନୂଆଦିଲ୍ଲୀ,୦୬/୦୩; ମୁମ୍ବାଇର ୱାଙ୍ଖଡ଼େରେ ଅନୁଷ୍ଠିତ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ଭାରତ ବାଜି ମାରିଛି । ଏକ ରୋମାଞ୍ଚକର ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ୱାଙ୍ଖେଡେ ଷ୍ଟାଡିୟମରେ ଏକ ଉତ୍କଣ୍ଠାପୂର୍ଣ୍ଣ ଭିଡ଼ ସାମ୍ନାରେ ଭାରତର ଏହି ବିଜୟ ଆସିଥିଲା, । ଯେଉଁଥିରେ ଭାରତୀୟ କ୍ରୀଡା ଏବଂ ଚଳଚ୍ଚିତ୍ର ଶିଳ୍ପର ଅନେକ ପ୍ରମୁଖ ବ୍ୟକ୍ତି ସାମିଲ ଥିଲେ । ଷ୍ଟାଡିୟମରେ ଉପସ୍ଥିତ ଲୋକଙ୍କ ମଧ୍ୟରେ କିମ୍ବଦନ୍ତୀ ଭାରତୀୟ ପୂର୍ବତନ ଅଧିନାୟକ ଧୋନୀ ମଧ୍ୟ ଥିଲେ । ଭାରତ ୭ ରନର ବିଜୟ ପରେ, ଅନେକ ପ୍ରଶଂସକ ସୋସିଆଲ ମିଡିଆରେ "ଥାଲା ଫର୍ ଏ ରିଜିନ୍" କ୍ୟାପ୍ସନ ନେଇ ସେଲିବ୍ରେସନ କରିଛନ୍ତି । ଥାନା ନାମରେ ଜଣାଶୁଣା ଦ ଗ୍ରେଟ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଜର୍ସି ନମ୍ବର ୭ ଥିଲା । ସେ ମ୍ୟାଚ ଦେଖିବାକୁ ଉପସ୍ଥିତ ଥିବା ଭାରତ ୭ ରନରେ ଜିତିଲା ବୋଲି ଫ୍ୟାନ୍ସ ତାଙ୍କୁ କ୍ରେଡିଟ୍ ଦେଇଛନ୍ତି ।
ଖାଲି ୭ ରନର ବିଜୟ ନୁହେଁ ଭଭୟ ଦଳର ୭ ୱିକେଟ ପତନ ମଧ୍ୟ ହୋଇଥିଲା । ତଲିକ ବର୍ମା ୭ ବଲରେ ୨୧ ରନ୍ କରିଥିଲେ । ସଞ୍ଜୁ ସାମସନ ୭ ଛଟା ମାରିଥିଲେ । ଜାକର ବେଥଲ ବି ୭ ଛକା ମାରିଥିଲେ । ଭାରତ ଏବଂ ଇଂଲଣ୍ଡ ୭ ୱିକେଟ ହରାଇଥିଲେ । ଇଂଲଣ୍ଡ ବ୍ୟାଟର ୭ ରନ୍ କରିଥିଲେ । ମହେନ୍ଦ୍ର ସିଂହ ଧୋନୀ ଷ୍ଟାଡିୟମରେ ଥିଲେ ତେଣୁ ୭ ନମ୍ବରର ଏତେ ସାରା ସଂଯୋଗ ହୋଇଥିଲା । ମ୍ୟାଚ ବିଜୟକୁ ନେଇ ମହେନ୍ଦ୍ର ସିଂହଙ୍କୁ ଉଲ୍ଲେଖ୍ୟ କରି 'ଥାଲା ଫର୍ ଏ ରିଜିନ' ବୋଲି ସୋସିଆଲ ମିଡିଆରେ ବନ୍ୟା ହୋଇଛି ।
India win by 7 runs!
Tilak scored 21 in 7 balls!
Sanju hit 7 sixes!
Bethel hit 7 sixes!
India lost 7 wickets!
Brook scored 7 runs!
England lost 7 wickets!
MS Dhoni in the stadium! Thala for a reason!#t20wordcup pic.twitter.com/FV0PBxvdu6— Nikhil 🏏 (@CricCrazyNIKS) March 5, 2026Won by 7️⃣ runs, for a reason! 😂♥️#INDvENG pic.twitter.com/M0ztGIPfqW
— Punjab Kings (@PunjabKingsIPL) March 5, 2026
ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଶଂସକମାନେ ଧୋନୀଙ୍କୁ ସ୍ନେହରେ "ଥାଲା" (ନେତା) ବୋଲି ଡାକନ୍ତି । ଏହା ଏକ ଡାକନାମ ଯାହାକୁ ଏବେ ସାରା ଦେଶର ଅନେକ ସମର୍ଥକ ଗ୍ରହଣ କରିଛନ୍ତି । ସୋସିଆଲ ମିଡିଆରେ, ଧୋନିଙ୍କୁ ୭ ନମ୍ବର ସହିତ ଜଡିତ ଯେକୌଣସି କ୍ରିକେଟ୍ ଇଭେଣ୍ଟ ପାଇଁ ମଜାରେ ଶ୍ରେୟ ଦିଆଯାଏ ।
Won by 7️⃣ runs, for a reason! 😂♥️#INDvENG pic.twitter.com/M0ztGIPfqW
— Punjab Kings (@PunjabKingsIPL) March 5, 2026
ଏହା ବି ପଢନ୍ତୁ...ରୋମାଞ୍ଚକର ସେମିଫାଇନାଲ: ଚତୁର୍ଥ ଥର ଟି-୨୦ ବିଶ୍ବକପ ଫାଇନାଲକୁ ପ୍ରବେଶ କଲା ଭାରତ, ଇଂଲଣ୍ଡ ପାଇଁ ଜ୍ୟାକବ୍ ବେଥେଲଙ୍କ ଶତକ ବୃଥା
ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୫୩ ରନ ସଂଗ୍ରହ କରିଥିଲା । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ସଞ୍ଜୁ ସାମସନ ୮୯ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ । ସେହିପରି ଶିବମ ଦୁବେ ୪୩ ଓ ଇଶାନ କିଷନ ୩୯ ରନର ଯୋଗଦାନ ଦେଇଥିଲେ । ଇଂଲଣ୍ଡ ମଧ୍ୟ କଡ଼ା ଟକ୍କର ଦେଇଥିଲା । ଜାକବ ବେଥେଲ ଶତକ ଅର୍ଜନ କରି ବିଜୟ ପାଇଁ ପଥ ପ୍ରସ୍ତୁତ କରିଥିଲେ । ଶେଷ ଓଭର ପର୍ୟ୍ୟନ୍ତ ଇଂଲଣ୍ଡ ନିୟନ୍ତ୍ରଣରେ ମ୍ୟାଚ୍ ରହିଥିଲା । ଅନ୍ତିମ ଓଭରର ପ୍ରଥମ ବଲ୍ରେ ବେଥେଲ ଆଉଟ ହେବା ପରେ ଭାରତର ବିଜୟ ପକ୍କା ହୋଇଥିଲା । ଭାରତ ଚତୁର୍ଥ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି । ପୂର୍ବରୁ ୨୦୦୭ ଓ ୨୦୨୪ରେ ଭାରତ ଚାମ୍ପିଅନ୍ ହୋଇଥିବାବେଳେ ୨୦୧୪ରେ ରନର୍ସ ଅପ୍ରେ ସନ୍ତୁଷ୍ଟ ହୋଇଥିଲା ।