ମୁମ୍ବାଇ,୩୦/୫ : ଥଲାପତି ବିଜୟଙ୍କ ପୁଅ ଜେସନ ସଞ୍ଜୟଙ୍କ ପ୍ରଥମ ଫିଲ୍ମ ଉପରେ ପ୍ରାୟ ୩ବର୍ଷ ହେବ କାମ ଚାଲୁ ରହିଛି । ଲାଇକା ପ୍ରଡ଼କ୍ସନ ପକ୍ଷରୁ ପ୍ରଯୋଜନା କରାଯାଉଥିବା ଏବଂ ସନ୍ଦୀପ କିଶନ ଲିଡ଼ରେ ଥିବା ଏହି ଫିଲ୍ମ ଅଗଷ୍ଟ ୨୦୨୩ରେ ଘୋଷଣା ହୋଇଥିଲା । ଏହି ଫିଲ୍ମର ରିଲିଜ ଡେଟ୍ ଶେଷରେ ଆସି ଯାଇଛି ।

ଲାଇକା ପ୍ରଡ଼କ୍ସନ ଘୋଷଣା କରିଛି କି ଏହି ଫିଲ୍ମ ୩୧ଜୁଲାଇରେ ଓ୍ବାର୍ଲ୍ଡ ଓ୍ବାଇଡ୍ ରିଲିଜ ହେବ । ଗୋଟିଏ ବର୍ଷ ପୂର୍ବରୁ ଜାରି କରାଯାଇଥିବା ମୋଶନ ପୋଷ୍ଟରରୁ ‘ସିଗ୍ମା’ ଏକ ଥ୍ରୀଲର ଫିଲ୍ମ ଲାଗିଥିଲା। ସଞ୍ଜୟଙ୍କ ଲେଖା ଯାଇଥିବା ଏବଂ ତାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ଏହି ଫିଲ୍ମରେ ପ୍ରାୟ ଏକ ‘ଲୋନ୍ ବୁଲ୍ଫ’(ଏକାକୀ ଯୋଦ୍ଧା) (ଯାହାର ଚରିତ୍ର ସନ୍ଦୀପ କିଶନ ନିଭାଇଛନ୍ତି) ଅଟେ, ଯାହା ଅପରାଧ ଏବଂ ଗୋଟିଏ ପଟେ କୌଣସି ସମ୍ପତ୍ତି ଖୋଜିବାରେ ସାମିଲ ଅଛନ୍ତି । ଦର୍ଶକଙ୍କୁ ଏଥିରେ ଭରପୁର ଆକ୍ସନ, କମେଡ଼ି ଏବଂ ଡ୍ରାମା ଦେଖିବାକୁ ମିଳିବ । ଯାହା ବହୁତ ଖାସ୍ ହେବାର ଆଶା ରହିଛି ।

ଜେସନ ସଞ୍ଜୟ ଏକ ବୟାନରେ କହିଛନ୍ତି କି ଏହି ଫିଲ୍ମର ରିଲିଜକୁ ନେଇ ବହୁ ଉତ୍ସାହିତ ଅଛନ୍ତି । ସେ ଆଗକୁ କହିଛନ୍ତି କି, ‘ସିଗ୍ମା ମୋ ଲାଗି ଏକ ବିଶେଷ ଅନୁଭବ ଅଟେ । ମୁଁ ଲାଇକା ପ୍ରଡକ୍ସନର ପ୍ରଯୋଜକ ଶୁଭାସ୍କରନଙ୍କୁ ହୃଦୟରୁ ଧନ୍ୟବାଦ ଦେବି କି ସେ ମୋର ଭିଜନ ଉପରେ ଭରସା କଲେ ଏବଂ ଏହି ପୂରା ପ୍ରୋସେସ ମାଧ୍ୟମରେ ଲଗାତର ମୋର ସାଥ୍ ଦେଲେ । ଏତେ ଡେଡିକେଟେଡ୍ କାଷ୍ଟ ଏବଂ କୃଙ୍କ ସହ କାମ କରିବା ସତରେ ବହୁତ ଆତ୍ମ ସନ୍ତୋଷ ରହିଥିଲା ଏବଂ ମୁଁ ପ୍ରତି କଳାକାର ଏବଂ ଟେକ୍ନିସିଆନଙ୍କୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହିଁବି । ଯେଉଁମାନେ ଏହି ଫିଲ୍ମରେ ପୂରା ଧ୍ୟାନର ସହ ନିଜ ଯୋଗଦାନ ଦେଇଛନ୍ତି । ଆମେ ୩୧ଜୁଲାଇରେ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଉତ୍ସାହର ସହ ଅପେକ୍ଷା କରୁଛୁ ଏବଂ ଖୁବଶୀଘ୍ର ଆହୁରି ବି ରୋମାଞ୍ଚକ ଅପଡେଟ୍ ସେୟାର କରିବାକୁ ଉତ୍ସାହିତ ଅଛୁ ।