ନୂଆଦିଲ୍ଲୀ – ମହାରାଷ୍ଟ୍ରର ପୌର ନିର୍ବାଚନର ରେଜଲ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସିଛି ବୟାନ। ପିଏମ୍ ମୋଦି ଏନଡିଏକୁ ବିଜୟ ଦେବା ନେଇ ମହାରାଷ୍ଟ୍ରର ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ୍ସରେ ଜାରି ବୟାନରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି – ରାଜ୍ୟର ଉତ୍ସାହୀ ଜନତା ଏନଡିଏର ଜନହିତକାରୀ ଓ ସୁଶାସନର ଏଜେଣ୍ଡାକୁ ନିଜର ଆଶୀର୍ବାଦ ଦେଇଛନ୍ତି। ସେ ଆହୁରି ଲେଖିଛନ୍ତି ଯେ,ବିଭିନ୍ନ ମହାନଗରପାଳିକା ନିର୍ବାଚନର ରେଜଲ୍ଟ ଏହା ଦର୍ଶାଏ ଯେ, ମହାରାଷ୍ଟ୍ରର ଜନତାଙ୍କ ସହ ଏନଡିଏର ସମ୍ୱନ୍ଧ ଆହୁରି ଦୃଢ ହୋଇଛି। ଆମର ଅଭିଜ୍ଞତା ଓ ବିକାଶର ଦୃଷ୍ଟି ଜନତାଙ୍କ ମନକୁ ପ୍ରଭାବିତ କରିଛି। ମହାରାଷ୍ଟ୍ରର ସମସ୍ତ ଜନତାଙ୍କ ପ୍ରତି ହୃଦୟରୁ କୃତଜ୍ଞତା ଜଣାଉଛି। ଏହି ନିଷ୍ପତ୍ତି ପ୍ରଗତିକୁ ଆହୁରି ଗତିଶୀଳ କରିବ, ରାଜ୍ୟ ସହ ଜଡ଼ିତ ଗୌରବଶାଳୀ ସଂସ୍କୃତିର ଉତ୍ସବ ପାଳନ କରିବ।

ଏହାସହ ମଧ୍ୟ ପଢନ୍ତୁ - ହଜାରେ ଭୋଟରଙ୍କ ନାଁ ଗାଏବ, ବିଏମସି ନିର୍ବାଚନରେ ଅନିୟମିତତା ନେଇ ଅଭିଯୋଗ କଲେ ସଞ୍ଜୟ ରାଉତ

ମୋଦି କହିଛନ୍ତି , ଆମର କାର୍ଯ୍ୟକଳାପ ଓ ବିକାଶର ଦୃଷ୍ଟି ଲୋକଙ୍କ ହୃଦୟ ଜିତିଛି। ଏହି ଜନାଦେଶ ପ୍ରଗତିକୁ ତ୍ୱରାନ୍ୱିତ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ,ତାଙ୍କୁ ପୂରା ମହାରାଷ୍ଟ୍ରରେ ଜନତା ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ କରୁଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ପ୍ରତି କାର୍ଯ୍ୟକର୍ତ୍ତାଙ୍କ ଉପରେ ବହୁତ ଗର୍ବ। ମୋଦି କହିଛନ୍ତି , ଲୋକେ ଆମର ମେଣ୍ଟର ଉତ୍କୃଷ୍ଟ କାମ ବିଷୟରେ ଆଲୋଚନା କରିଛନ୍ତି, ଆଗାମୀ ସମୟରେ ଆମର ଦୃଷ୍ଟିକୁ ରେଖାଙ୍କିତ କରିଛନ୍ତି ଏବଂ ବିରୋଧୀଙ୍କ ମିଛକୁ ପ୍ରଭାବୀ ଢଙ୍ଗରେ ଖଣ୍ଡନ ମଧ୍ୟ କଲେ । ମୋର ଶୁଭକାମନା ତାଙ୍କ ସହ ରହିଛି।

ବୃହନମୁମ୍ୱାଇ ମହାନଗରପାଳିକା (ବିଏମସି)ର ୨୨୭ ସିଟ୍ରୁ ୨୧୦ ସିଟ୍ ପାଇଁ ଟେଲିଭିଜନ ଚ୍ୟାନେଲରେ ପ୍ରଦର୍ଶିତ ଟ୍ରେଣ୍ଡ ଅନୁସାରେ , ବିଜେପି ୯୦ ଆସନରେ ଓ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ୨୮ ଟି ୱାର୍ଡରେ ଆଗୁଆ ଅଛି। ଏହି ସମୟରେ , ବିଜେପି ଠାରୁ ପୃଥରକ ଭାବେ ନିର୍ବାଚନ ଲଢିଥିବା ଅଜିତ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏନସିପି ତିନୋଟି ୱାର୍ଡରେ ଆଗରେ ଅଛି।

ବିରୋଧୀ ଶିବିରରେ , ଶିବସେନା ଏବଂ ଏହାର ସହଯୋଗୀ ମହାରାଷ୍ଟ୍ର ନିବନିର୍ମାଣ ସେନା (ଏମଏନଏସ) ଯଥାକ୍ରମେ ୫୭ ଓ ୯ଟିରେ ଆଗୁଆ ଅଛନ୍ତି। ବଞ୍ଚିତ ବହୁଜନ ଅଗାଡ଼ି ସହ ମେଣ୍ଟ କରି ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ୧୫ଟି ୱାର୍ଡରେ ଆଗରେ ଥିବା ବେଳେ ଅନ୍ୟ ଦଳ ଗୁଡ଼ିକ ୮ଟି ୱାର୍ଡରେ ଆଗରେ ଅଛନ୍ତି।