କଟକ, ୭।୧୨ : ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ କଟକ ରେଳ ଷ୍ଟେସନର ଦ୍ଵିତୀୟ ପ୍ରଵେଶ ପଥ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ନୂଆ ପ୍ରଵେଶ ପଥର ଲୋକାର୍ପଣ କରିଛନ୍ତି। ପ୍ରାୟ ସାଢେ ୧୪କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ପ୍ରଵେଶ ପଥର ପ୍ରତୀକ୍ଷାଳୟ ସହ ଫୁଡ କୋର୍ଟ, ସ୍ଵୟଂ ଚାଳିତ ଟିକେଟ ଵୁକିଂ ମେସିନ ଓ କାଫେଟେରିଆ ସବୁ କିଛି ବିଶ୍ଵସ୍ତରୀୟ ହୋଇଛି। ଏହା ସହ ଯାତ୍ରୀ ମାନଙ୍କ ଯିଵା ଆସିବାକୁ ସୁଗମ କରିଵା ପାଇଁ ରେଳ ଷ୍ଟେସନରେ ପ୍ରଥମ ଏସ୍କାଲେଟର ଵ୍ୟଵସ୍ଥା ମଧ୍ୟ କରାଯାଇଛି। 

ପ୍ରଵେଶ ଠାରୁ ପ୍ଲାଟଫର୍ମ କୁ ପ୍ରସ୍ଥାନ ପର୍ଯ୍ୟନ୍ତ ପୁରା ଅଞ୍ଚଳରେ ସେଣ୍ଟ୍ରାଲ ଏଆର କଣ୍ଡିସନିଂ ଵ୍ୟଵସ୍ଥା କରାଯାଇଛି।ଏସବୁ ଉନ୍ନତ ମାନର ଭିତ୍ତିଭୂମି କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଦିଚ୍ଛା ଯୋଗୁଁ ସମ୍ଭଵ ହୋଇଛି ବୋଲି   ଅଶ୍ବିନୀ ବୈଷ୍ଣବ କହିଛନ୍ତି। ୨୦୧୪ଠାରୁ ଆଜି ପର୍ଯ୍ୟନ୍ତ ଓଡିଶାକୁ କେବଳ ରେଳଵାଇ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ୭୩ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ଅନୁଦାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ତୃତୀୟ ପାଳିରେ ଓଡ଼ିଶାରେ ୮ଟି ନୂଆ ପ୍ରକଳ୍ପ ପାଇଁ ୨୦ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେପଟେ ୩୦୩କୋଟି ଟଙ୍କା ବ୍ୟୟରେ ଚାଲିଥିବା କଟକ ରେଳ ଷ୍ଟେସନର ଆଧୁନିକୀକରଣ କାମ ଆସନ୍ତା ବର୍ଷ ଶେଷ ସୁଦ୍ଧା ସରିବ ବୋଲି କହିଛନ୍ତି ଖୋର୍ଦ୍ଧା ରୋଡ ଡିଆର ଏମ୍।