ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବିଜୁଳି ଆଲୁଅ ସାତ ସପନ, ପ୍ରଶାସନର ଦୃଷ୍ଟି ଆଢୁଆଳରେ ଉପାନ୍ତ ଅଞ୍ଚଳର ୪ ଗାଁ

Published By : Gurupada Nath | April 13, 2025 8:38 PM

ଫିରିଙ୍ଗିଆ, ୧୩/୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳରେ ଅଧିକାଂଶ ଗାଁରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୁଅ ଜଳିପାରି ନାହିଁ l ସରକାରଙ୍କ ତରଫରୁ ଜନସାଧାରଣଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନା ଏମାନଙ୍କ ପାଇଁ ଯେମିତି ସାତ ସପନ ପାଲଟିଛି l ବିଭିନ୍ନ ଯୋଜନା ମାଧ୍ୟମରେ ଜନସାଧାରଣଙ୍କ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରାଯାଉଛି କିନ୍ତୁ ତାହା ଜନସାଧାରଣଙ୍କ ପାଖରେ ପହଞ୍ଚି ପାରୁନଥିବାବେଳେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଉପାନ୍ତ ଅଞ୍ଚଳବାସୀ ବିଭିନ୍ନ ଯୋଜନାରୁ ବଞ୍ଚିତ ଥିବାବେଳେ ଆଜି ପର୍ଯ୍ୟନ୍ତ ସାଧାରଣ ଭାବରେ ମୌଳିକ ସୁବିଧା ନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l 

ଏମିତି ଗାଁ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୋଏର ମାଣ୍ଡୁ ପଞ୍ଚାୟତର ଦୋବ ସରା, ବେରେଣୀ, ଅଡ଼ା ବାଲି, ଗ୍ରାବାସୀ ଭଳି ୪ଟି ଗାଁରେ l ଏହି ଗାଁମାନଙ୍କରେ ଆଜି ପର୍ଯ୍ୟନ୍ତ ଜନସାଧାରଣ ବିଦ୍ୟୁତ ଆଲୁଅ ନ ଥିବାରୁ ଡିବିରୀରେ କିମ୍ବା କାଠ ଜାଳି ରାତିରେ ଆଲୁଅ ବ୍ୟବହାର କରି ପିଲାଙ୍କ ପାଠ ପଢା ହେଉ କି ସମସ୍ତ ବ୍ୟବସ୍ଥା କରିଥାନ୍ତି l ଦୀର୍ଘ ୧୫ବର୍ଷ ତଳେ ଏହି ଗାଁମାନଙ୍କରେ ବିଜୁଳି ଯୋଗାଇବା ପାଇଁ ସର୍ଭେ ମଧ୍ୟ ହୋଇଥିଲା କିନ୍ତୁ ସର୍ଭେ ପରେ ଗୋଟିଏ ଦୋବ ସରା ଗାଁରେ କେବଳ ବିଦ୍ୟୁତ ଖୁଣ୍ଟ ପୋତି ଗାଁରେ ବିଦ୍ୟୁତ ଟ୍ରାନ୍ସଫରମର ରଖି ଦେଇ ତାର ନ ଟାଣି ସମ୍ପୂର୍ଣ୍ଣ ବିଦ୍ୟୁତ ସଂଯୋଗ ହୋଇଥିବା କହି ଠିକାଦାର ବିଲ କରି ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ସହ ମିଶି ଟଙ୍କା ଖାଇ ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l 

ଅନ୍ୟପଟେ ଅନ୍ୟ ୩ଗାଁରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୁଅ ସାତ ସପନ ପାଲଟିଥିବାବେଳେ ୪ଗାଁର ପ୍ରାୟ ୧ ସହରୁ ଊର୍ଦ୍ଧ୍ବ ପରିବାର ବିଜୁଳି ଆଲୁଅରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇ ରହିଛନ୍ତି l ବିଦ୍ୟୁତ ସଂଯୋଗ ପାଇଁ ଏହି ୪ଗାଁର ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ବିଧାୟକ, ସାଂସଦ ଏମିତି କି ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି l ତଥାପି କେହି ଏମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି ସମୂହ ଗ୍ରାମବାସୀ l କେବଳ ନିର୍ବାଚନ ସମୟ ଆସିଲେ କୁଜି ନେତାମାନଙ୍କ ପାଦ ଏହି ଗାଁମାନଙ୍କରେ ପଡ଼ି ଥାଏ ଓ ସବୁ କରିଦେବାକୁ ପ୍ରତିଶ୍ରୁତି ମଧ୍ୟ ମିଳିଥାଏ, କିନ୍ତୁ ନିର୍ବାଚନ ସରିଲେ କାହାର ପାଦ ପଡ଼ି ନ ଥାଏ ବୋଲି କହିଛନ୍ତି ଗ୍ରାମବାସୀ l ବହୁବାର ଲିଖିତ ଅଭିଯୋଗ ପରେ ମଧ୍ୟ କେହି ଗୁରୁତ୍ୱ ଦେଉନଥିବାରୁ ଅଞ୍ଚଳର କିଛି ଶିକ୍ଷିତ ଯୁବକ ଗାଁ ଲୋକଙ୍କୁ ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗ ସହ ତୁରନ୍ତ ଗାଁରେ ବିଦ୍ୟୁତ ସଂଯୋଗ କରି ସାଧାରଣ ଲୋକଙ୍କୁ ବିଦ୍ୟୁତ ଆଲୁଅ ଯୋଗାଇଦେବାକୁ ଦାବି କରିବେ ବୋଲି କହିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.