ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଇରାନର ପ୍ରଥମ ସର୍ବୋଚ୍ଚ ନେତାଙ୍କ ପୂର୍ବପୁରୁଷ ଥିଲେ ଭାରତୀୟ

Published By : Harapriya Sethi | June 21, 2025 2:17 PM

ନୂଆଦିଲ୍ଲୀ, ୨୧/୦୬: ମଧ୍ୟ-ପ୍ରାଚ୍ୟ ସଙ୍କଟରେ ଫସିଥିବା ଇରାନର ଇସ୍‌ଲାମିକ ଶାସନ ଆମେରିକୀୟ ଚାପ ଓ ଇସ୍ରାଏଲ ମିସାଇଲ ଆଗରେ ମୁଣ୍ଡ ନ ନୁଆଇଁବାକୁ ଶପଥ ନେଇଛି । ତେବେ ଖୁବ୍‌ କମ୍‌ ଜାଣନ୍ତି ଯେ ଏହି ଶାସନର ସଂସ୍ଥାପକ ତେହରାନର ଉଚ୍ଚ-ପଦସ୍ଥ ମୌଲବୀଙ୍କ ମୂଳ ଭାରତର ଏକ ଅଖ୍ୟାତ ପଲ୍ଲୀ ସହ ଜଡ଼ିତ । ଆୟାତୋଲ୍ଲା ରୁହୋଲ୍ଲା ମୁସାଭି ଖୋମେନେଇ ଇରାନରେ ଇସ୍‌ଲାମିକ ବିପ୍ଳବର ନେତୃତ୍ୱ ନେଇଥିଲେ ଏବଂ ୧୯୭୯ ମସିହାରେ ଏହାର ପ୍ରଥମ ସର୍ବୋଚ୍ଚ ମୁଖ୍ୟ ହୋଇଥିଲେ । ତାଙ୍କ ଜେଜେବାପା ସୟେଦ ଅହମଦ ମୁସାଭି ଊନବିଂଶ ଶତାବ୍ଦୀ ପ୍ରାରମ୍ଭରେ ବାରାବାଙ୍କୀ ନିକଟସ୍ଥ କିନ୍‌ତୂର ଗାଁରେ ଜନ୍ମଗ୍ରହଣ କରିଥିଲେ । କିନ୍‌ତୂର ଶିୟା ଛାତ୍ରବୃତ୍ତିର ଏକ କେନ୍ଦ୍ର ରହିଛି । 

ପରେ ସେ ଇରାକର ନଜାଫକୁ ଚାଲିଗଲେ ଏବଂ ୧୮୩୪ ମସିହାରେ ଇରାନର ଖୋମେନ ସହରରେ ସ୍ଥାୟୀ ଭାବେ ରହିଲେ । ସେଠାରେ ଧାର୍ମିକ ଓ ରାଜନୈତିକ ଶକ୍ତି ପାଇଁ ତାଙ୍କ ପରିବାରର କ୍ଷୁଧା ଆରମ୍ଭ ହେଲା । ମୁସାଭି ନିଜର ‘ହିନ୍ଦୀ’ ଟାଇଟଲକୁ ବଜାୟ ରଖିଲେ, ଯାହା ଇରାନୀ ରେକର୍ଡରେ ବି ରହିଛି ଏବଂ ତାଙ୍କ ବଂଶର ପ୍ରମାଣ ମଧ୍ୟ ଦିଏ । ମୁସାଭି ହିଁ ଖୋମେନେଇର ଆଧ୍ୟାତ୍ମିକତାରେ ରୁଚି ପଛରେ ପ୍ରେରକ ଶକ୍ତି ଥିଲେ ବୋଲି ବିଶ୍ୱାସ କରାଯାଏ, ଯାହା ଗୋଟିଏ ଶତାବ୍ଦୀ ପରେ ଇରାନର ରାଜନୀତିକୁ ବଦଳାଇ ଦେଲା । ଆୟାତୋଲ୍ଲା ଖୋମେନେଇ ଇରାନର ଇସ୍‌ଲାମିକ ବିପ୍ଳବର ମୁଖିଆ ଥିଲେ । ସେ ୧୯୭୯ରେ ଇରାନର ପ୍ରୋ-ୱେଷ୍ଟର୍ନ ପୂର୍ବତନ ସମର୍ଥକ ଶାହ ମହମ୍ମଦ ରେଜା ପହଲାଭିଙ୍କୁ ପଦଚ୍ୟୁତ କରିଥିଲେ ଏବଂ ଇରାନର ଇସ୍‌ଲାମିକ ଗଣରାଜ୍ୟ ପ୍ରତିଷ୍ଠା କରିଥିଲେ । 

ତା’ପରେ ସେ ଇରାନର ପ୍ରଥମ ସର୍ବୋଚ୍ଚ ନେତା ହେଲେ । ଖୋମେନେଇଙ୍କୁ ଜଣେ ନମ୍ର ନେତା କୁହାଯାଏ । ଇରାନରେ ସର୍ବୋଚ୍ଚ ରାଜନୈତିକ ଓ ଧାର୍ମିକ ସ୍ଥିତିରେ ପହଞ୍ଚି ମଧ୍ୟ ସେ ତେହରାନରେ ଏକ ମହଲାଯୁକ୍ତ ଘରେ ରହୁଥିଲେ । ଏହି ଘରକୁ ସୟିଦ ମାହଦି ଇମାମ ଜମାହ ତାଙ୍କୁ ମାଗଣାରେ ପ୍ରଦାନ କରିଥିଲେ । ସେ କିନ୍ତୁ ଜମାହଙ୍କୁ ୧ ହଜାର ରିୟାଲ ଦେଇଥିଲେ । ତାଙ୍କ ଘର ତାଙ୍କର ନମ୍ର ବ୍ୟକ୍ତିତ୍ୱର ଉଦାହରଣ ଦିଏ । ସମର୍ଥକମାନେ ତାଙ୍କ ଘର କାନ୍ଥରେ ଟାଇଲ ଲଗାଇବାକୁ ଅଫର୍‌ କରିଥିଲେ । କିନ୍ତୁ ସେ ନିଜର ବିଳାସ ପାଇଁ ଲୋକଙ୍କ ଟଙ୍କା ନେବାକୁ ମନା କରିଥିଲେ । ଖୋମନେଇଙ୍କ ଉତ୍ତରାଧିକାରୀ ଅଲି ଖାମେନେଇ ଏବେ ଇରାନର ଶୀର୍ଷ ନେତୃତ୍ୱ ନେଉଛନ୍ତି । ଗତ ବୁଧବାର ଟେଲିଭିଜନ୍‌ରେ ସେ ଘୋଷଣା କରିଥିଲେ, ଆମେରିକାର ଚାପ ଓ ଇସ୍ରାଏଲର ମିସାଇଲ ଆକ୍ରମଣ ସତ୍ତେ୍ୱ ତେହରାନ ମୁଣ୍ଡ ନୁଆଁଇବ ନାହିଁ । ଯୁଦ୍ଧଗ୍ରସ୍ତ ମଧ୍ୟପ୍ରାଚ୍ୟରେ ଲଗାତାର ୭ମ ଦିନ ପାଇଁ ଇରାନ ଓ ଇସ୍ରାଏଲ ମଧ୍ୟରେ ମିସାଇଲ ଯୁଦ୍ଧ ଜାରି ରହିଥିବାବେଳେ ସେ ଏହି ବୟାନ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.