ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭଦ୍ରକରେ ଛୁଆ ଚୋରି ଘଟଣା : ଶିଶୁକୁ ଫେରାଇଲେ ଅଟୋ ଡ୍ରାଇଭର୍

Published By : Rasmita Pradhan | January 23, 2025 12:19 PM

ଭଦ୍ରକ, ୨୩/୦୧ : ଭଦ୍ରକରେ ଅଟୋ ଡ୍ରାଇଭର ଛୁଆ ନେଇଯିବା ଘଟଣା। ୫ ବର୍ଷର ଶିଶୁକୁ ଆଣି ପୋଲିସ ଜିମା ଦେଲେ ଅଟୋ ଡ୍ରାଇଭର୍। ସେ କହିଛନ୍ତି ଯେ, ପିଲାଟି ଅଟୋର ପଛ ସିଟ୍‌ରେ ଶୋଇ ପଡିଥିଲା। ସେ ଜାଣି ପାରି ନଥିଲେ। ପିଲାଟି କାନ୍ଦିବାରୁ ଅଟୋ ଡ୍ରାଇଭର ଜଣକ ଜାଣିବା ପରେ ପୋଲିସ ଜିମା ଦେଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଭଦ୍ରକରେ ୫ ବର୍ଷର ଶିଶୁ ଚୋରି, ଛୁଆ ନେଇଗଲା ଅଟୋ ଡ୍ରାଇଭର୍

ସୂଚନାଯୋଗ୍ୟ, ମହାରାଷ୍ଟ୍ରରୁ କିଛି ଲୋକ ଭଦ୍ରକ ଆସିଥିଲେ। ଭଦ୍ରକ ଷ୍ଟେସନରେ ଓହ୍ଲାଇବା ପରେ ଦୁଇଟି ଅଟୋରେ ବନ୍ତ ଛକ ନିକଟକୁ ଆସିଥିଲେ। ଗୋଟିଏ ଅଟୋରୁ ସବୁ ଲୋକେ ଓହ୍ଲାଇ ଯାଇଥିଲେୱ ହେଲେ ୫ ବର୍ଷର ଏକ ଛୋଟ ପିଲା ଗାଡ଼ିରେ ବସିଥିଲା। ଏହାର ସୁଯୋଗ ନେଇ ଅଟୋ ଡ୍ରାଇଭର୍ ପିଲାଟିକୁ ନେଇ ଦ୍ରୁତ ଗତିରେ ଫେରାର୍ ହୋଇଯାଇଥିଲା। ଯାତ୍ରୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଅନ୍ୟ ଅଟୋ ଡ୍ରାଇଭର୍‌କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଟୋ ଡ୍ରାଇଭର୍‌କୁ ଥାନାକୁ ଆଣି ପଚରାଉଚରା କରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.