ଭଦ୍ରକ, ୨୩/୦୧ : ଭଦ୍ରକରେ ୫ ବର୍ଷର ଶିଶୁ ଚୋରି ଅଭିଯୋଗ। ଛୁଆ ନେଇଗଲା ଅଟୋ ଡ୍ରାଇଭର୍। ଗୋଟିଏ ଅଟୋ ଫେରାର୍ ଥିବା ବେଳେ ଅନ୍ୟ ଜଣେ ଅଟୋ ଡ୍ରାଇଭରକୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ। 

ଏହି ଖବରଟିକୁ ପଢନ୍ତୁ- ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ସୂଚନାନୁଯାୟୀ, ମହାରାଷ୍ଟ୍ରରୁ କିଛି ଲୋକ ଭଦ୍ରକ ଆସିଥିଲେ। ଭଦ୍ରକ ଷ୍ଟେସନରେ ଓହ୍ଲାଇବା ପରେ ଦୁଇଟି ଅଟୋରେ ବନ୍ତ ଛକ ନିକଟକୁ ଆସିଥିଲେ। ଗୋଟିଏ ଅଟୋରୁ ସବୁ ଯାତ୍ରୀ ଓହ୍ଲାଇ ଯାଇଥିଲେ। ହେଲେ ୫ ବର୍ଷର ଏକ ଛୋଟ ପିଲା ଗାଡ଼ିରେ ବସିଥିଲା। ଏହାର ସୁଯୋଗ ନେଇ ଅଟୋ ଡ୍ରାଇଭର୍ ପିଲାଟିକୁ ନେଇ ଦ୍ରୁତ ଗତିରେ ଫେରାର୍ ହୋଇଯାଇଥିଲା। ଯାତ୍ରୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଅନ୍ୟ ଅଟୋ ଡ୍ରାଇଭର୍‌କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଟୋ ଡ୍ରାଇଭର୍‌କୁ ଥାନାକୁ ଆଣି ପଚରାଉଚରା କରୁଛି। ଫେରାର୍ ଥିବା ଅଟୋବାଲାକୁ ପୋଲିସ ଖୋଜୁଛି।