ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭଦ୍ରକରେ ୫ ବର୍ଷର ଶିଶୁ ଚୋରି ଅଭିଯୋଗ, ଛୁଆ ନେଇଗଲା ଅଟୋ ଡ୍ରାଇଭର୍

Published By : Rasmita Pradhan | January 23, 2025 7:54 AM

ଭଦ୍ରକ, ୨୩/୦୧ : ଭଦ୍ରକରେ ୫ ବର୍ଷର ଶିଶୁ ଚୋରି ଅଭିଯୋଗ। ଛୁଆ ନେଇଗଲା ଅଟୋ ଡ୍ରାଇଭର୍। ଗୋଟିଏ ଅଟୋ ଫେରାର୍ ଥିବା ବେଳେ ଅନ୍ୟ ଜଣେ ଅଟୋ ଡ୍ରାଇଭରକୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ। 

ଏହି ଖବରଟିକୁ ପଢନ୍ତୁ- ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ସୂଚନାନୁଯାୟୀ, ମହାରାଷ୍ଟ୍ରରୁ କିଛି ଲୋକ ଭଦ୍ରକ ଆସିଥିଲେ। ଭଦ୍ରକ ଷ୍ଟେସନରେ ଓହ୍ଲାଇବା ପରେ ଦୁଇଟି ଅଟୋରେ ବନ୍ତ ଛକ ନିକଟକୁ ଆସିଥିଲେ। ଗୋଟିଏ ଅଟୋରୁ ସବୁ ଯାତ୍ରୀ ଓହ୍ଲାଇ ଯାଇଥିଲେ। ହେଲେ ୫ ବର୍ଷର ଏକ ଛୋଟ ପିଲା ଗାଡ଼ିରେ ବସିଥିଲା। ଏହାର ସୁଯୋଗ ନେଇ ଅଟୋ ଡ୍ରାଇଭର୍ ପିଲାଟିକୁ ନେଇ ଦ୍ରୁତ ଗତିରେ ଫେରାର୍ ହୋଇଯାଇଥିଲା। ଯାତ୍ରୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଅନ୍ୟ ଅଟୋ ଡ୍ରାଇଭର୍‌କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଟୋ ଡ୍ରାଇଭର୍‌କୁ ଥାନାକୁ ଆଣି ପଚରାଉଚରା କରୁଛି। ଫେରାର୍ ଥିବା ଅଟୋବାଲାକୁ ପୋଲିସ ଖୋଜୁଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.