ମାଲକାନଗିରି, ୭/୭(ଆ.ପ୍ର): ମାଲକାନଗିରି ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ରଥାରୂଜ ତିନି ଠାକୁରଙ୍କୁ ଆଜି ସନ୍ଧ୍ୟାରେ ଅଧରପଣା ଦିଆଯିବା ପରେ ରାତ୍ରରେ ତିନି ଠାକୁରଙ୍କୁ ନିଜ ଶ୍ରୀମନ୍ଦିରରେ ପ୍ରବେଶକରା ଯାଇ ରତ୍ନସିଂହାସନରେ ସ୍ଥାପନ କରାଯାଇଛି । ଆଜି ରାତ୍ରରେ ମହାପ୍ରଭୁଙ୍କ ଅଧରାମୃତ ଅଧରପଣା ପାନ କରିଛନ୍ତି ରଥ ପାର୍ଶ୍ଵ ଦେବାଦେବୀ ଓ ଚଣ୍ଡୀ ଚାମୁଣ୍ଡା। ଦ୍ୱାଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ଅଧର ଛୁଉଁଥିବା ତୁମ୍ଭାକାର ମାଟିହାଣ୍ଡିରେ ପଣା ଭୋଗ ପରେ ଅଶରୀରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି। ମହାପ୍ରଭୁଙ୍କ ଅଧର ସ୍ପର୍ଶ କରୁଥିବାରୁ ଏହି ପଣାକୁ ଭକ୍ତମାନେ ମଧ୍ୟ ପ୍ରସାଦ ଭାବେ ଆଗ୍ରହ ସହ ପାଇଛନ୍ତି।
ସୂଚନା ମୁତାବକ, ଆଜି ସକାଳ ୬ଟାରେ ମଙ୍ଗଳଆରତୀ, ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ଠାକୁରଙ୍କ ବେଶ, ୧୨ଟାରେ ସକାଳ ଧୂପ, ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୨ଟାରେ ମଧ୍ୟଧୂପ ଓ ସନ୍ଧ୍ୟା ପୁଜା ଆଳତୀ ପରେ ତିନି ଠାକୁରଙ୍କୁ ଅଧରପଣା ଦେଇ ଶ୍ରୀଜିଭଙ୍କ ପୁଜକ ସନ୍ତୋଷ ନନ୍ଦ ଚତୁର୍ଦ୍ଧାମୂର୍ତୀଙ୍କ ରିତିନିତି କରିସାରି ରାତ୍ରରେ ଠାକୁରଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ । ଠାକୁରଙ୍କ ସେବକ ଓ ଭକ୍ତମାନେ ଚତୁର୍ଦ୍ଧାମୂର୍ତୀଙ୍କୁ ପହଣ୍ଡି ବିଜେକରି ଶ୍ରୀମନ୍ଦିରକୁ ନେଇଯାଇଥିଲେ ।
ରଥାରୂଢ ତିନିଠାକୁରଙ୍କ ଅଧରପଣା ଦେଖିବାପାଇଁ ଜଗନ୍ନାଥ ମନ୍ଦିର ନିକଟରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସନ୍ଧ୍ୟାରୁ ରାତ୍ର ପର୍ଯ୍ୟତ ବର୍ଷାରେ ମଧ୍ୟ ଭିଡ ଲାଗିରହିଥିଲା। ଭକ୍ତମାନେ ଠାକୁରଙ୍କ ନିକଟରେ ଧୂପଦୀପ ଭୋଗ ଲାଗଇ ଅଧରପଣା ପାଇବା ପାଇଁ ଲମ୍ବାଧଡିରେ ଛିଡା ହୋଇଥିଲେ । ରାତ୍ରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବେଢାରେ ଜୟବଜରଙ୍ଗ ବାଲି କଳାସଂସ୍କୃତି ସଂକିଂର୍ତନ ମଣ୍ଡଳୀ ପକ୍ଷରୁ ଭଜନ ସମାରୋହ ଅନୁଷ୍ଟିତ ହୋଇଥିଲା।