ପ୍ରମୂଖ ଖବର
  • ସୋର : ପାଇଖାନା ଟାଙ୍କି କାମ କରୁଥିଲେ, ବିଦ୍ୟୁତ ଆଘାତରେ ୩ ଶ୍ରମିକ ମୃତ
  • ||
  • ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ
  • ||
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଦାଦନ ଯାଇ ଫେରିଲାନି ଶବ, ଅଧୁରା ରହିଗଲା ବାହା ହେବା ସ୍ବପ୍ନ

Published By : Gurupada Nath | June 8, 2025 10:23 PM

ମନମୁଣ୍ଡା, ୮/୬ : ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ବାପ ଛେଉଣ୍ଡ ଯୁବକ ବିଧବା ମା’ ଓ ତିନି ଭାଇଙ୍କ ପୋଷଣ ପାଇଁ ଅଧିକ ଅର୍ଥ ରୋଜଗାର ପାଇଁ ତାମିଲନାଡୁ ଦାଦନ ଖଟିବାକୁ ଯାଇଥିଲା ଜଣେ ଯୁବକ । ବୌଦ୍ଧ ବ୍ଲକ କସୁରବନ୍ଧ ପଞ୍ଚାୟତ ମସିଣାପଡା ଗ୍ରାମର ରାଜେଶ ମଲ୍ଲିକ ଓରଫ ଲିଲୁ (୨୭)। ସେହିପରି ଅଧିକ ଅର୍ଥ ରୋଜୋଗାର କରି ନିଜେ ବାହା ହୋଇ ମା କୁ ସୁଖରେ ରଖିବ ବୋଲି ସ୍ବପ୍ନ ରଖିଥିଲା ସେ। ହେଲେ ତା ସ୍ବପ୍ନ ପୂରଣ ହୋଇ ପାରିଲା ନାହିଁ ଓ ଚାଲିଗଲା ଆରପାରିକୁ। 

ଯାହାକୁ ସୁଖରେ ରଖିବ ବୋଲି କହି ଯାଇଥିଲା " ତା ମାଆ " ନିଜ ପୁଅର ଶେଷ ଦର୍ଶନ ମଧ୍ୟ କରି ପାରିଲା ନାହିଁ। ରାଜେଶ ମଲ୍ଲିକ ତାମିଲନାଡୁରେ କାମ କଲାବେଳେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିଲା। ସେ କୋଇମ୍ବାଟୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲାବେଳେ ଗତ ୨ତାରିଖରେ ତାଙ୍କ ଦେହାନ୍ତ ହୋଇଯାଇଥିଲା। ଦୁଃଖଦ ଖବର ପାଇ ମୃତକର ମା’ ତପ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। 

ମୃତକର ସାନ ଭାଇ ଆରିଆନ ମା’କୁ ଘରେ ଜଗି ରହିଲାବେଳେ ଅନ୍ୟ ଦୁଇ ଭାଇ ରାକେଶ ଏବଂ ମୁକେଶ ମୃତକକୁ ଘରକୁ ଫେରାଇ ଆଣିବାକୁ କୋଇମ୍ବାଟୁର ଯାଇଥିଲେ। ଭାଷାଗତ ଅସୁବିଧା ଓ ବଡ଼ ସହରରେ ଗାଉଁଲି ଦୁଇ ଭାଇ ଠିକଣା ପାଇବା ସୁବିଧା ଓ କଥାବାର୍ତ୍ତା ଅସୁବିଧାକୁ ଦେଖି ମସିଣାପଡ଼ାର ଜଣେ ତାମିଲ ଯୁବକ ତଥା ସମାଜସେବୀ ବାସୁଦେବ ସେଟିଆର ସେଠାକୁ ଯାଇ ମୃତକର ଦୁଇ ଭାଇଙ୍କୁ ସାହାଯ୍ୟ କରିଥିଲେ। ଶବ ଆଣିବାକୁ ୮୦ହଜାର ଟଙ୍କା ଗାଡ଼ି ଭଡ଼ା ଲାଗିବ ବୋଲି ସେଠିକାର ଗାଡ଼ି ମାଲିକ କହିବାରୁ ଅନୋନ୍ୟପାୟ ହୋଇ ସମାଜସେବୀ ବାସୁଦେବ ଙ୍କ ସହଯୋଗ ରେ ମୃତକ କୁ ତାଙ୍କ ଦୁଇ ଭାଇ ଗତ ୩ତାରିଖ ରେ ଲସେଠାରେ ଶବ ସତ୍କାର କରି ଫେରିଆସିଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.