ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମାଲକାନଗିରି ଜିଲ୍ଲାର ପ୍ରଥମ କୋୟା ଭାଷାରେ ନିର୍ମିତ ଚଳଚ୍ଚିତ୍ର ଦେୱା, ଆସନ୍ତା ୨୫ରେ ଶୁଭ ମୁକ୍ତି

Published By : Suraj Kumar | April 23, 2025 10:18 PM

ମାଲକାନଗିରି,୨୩।୪(ଆପ୍ର): ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ଦର୍ଶକମାନେ ଦେଖିପାରିବେ କୋୟା ଭାଷାରେ ନିର୍ମିତ ଚଳଚ୍ଚିତ୍ର ଦେୱା। ଏହି ଚଳଚ୍ଚିତ୍ର ମାଲକାନଗିରି ଯେମ୍ୟାକ୍ସ ସିନେମା ହଲରେ ଆସନ୍ତା ୨୫ ତାରିଖରେ ଶୁଭ ମୁକ୍ତି କରିବ ।  ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରିଥିବା ପ୍ରଯୋଜକ ଓ ନିର୍ଦେଶକ  ରବି ଶଙ୍କର ରଥ ଓ ଟିମ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି।

ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ କୋୟା ଜନଜାତି ଉପରେ ଆଧାରିତ ଏବଂ ଚଳଚ୍ଚିତ୍ରର ପ୍ରତ୍ୟେକ କଳାକାର କୋୟା ସମ୍ପ୍ରଦାୟର ଲୋକେ। ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦେଶକ ପ୍ରଥମେ କର୍ମଶାଳା ମାଧ୍ୟମରେ କୋୟା ଲୋକଙ୍କୁ ଚଳଚ୍ଚିତ୍ର ଉପରେ ଧାରଣା ଦେଇଥିଲେ। ଏହା ପରେ  ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ। ଏହି ଚଳଚିତ୍ର ମାଧ୍ୟମରେ କୋୟା ସମ୍ପ୍ରଦାୟର ଲୋକଙ୍କ ସରଳ ଜୀବନ ଶୈଳୀ, ସେମାନଙ୍କ ସଂସ୍କୃତି, ପ୍ରଥା, ପରମ୍ପରା ପରିବେଷଣ କରାଯାଇଛି। ଚଳଚ୍ଚିତ୍ରଟି ୧ ଘଣ୍ଟା ୪୫ ମିନିଟର ହୋଇଥିବା ବେଳେ ଏହା ଲୋକଙ୍କ ମନରେ ଥିବା କୁପ୍ରଥା, ଭ୍ରମ ଧାରଣାକୁ ଦୂର କରିପାରିବ। ସମ୍ପୂର୍ଣ ଚଳଚ୍ଚିତ୍ରଟିର ଅଧିକାଂଶ ସୁଟିଙ୍ଗ ମାଲକାନଗିରି ଜିଲ୍ଲାର କୋୟା ସମ୍ପ୍ରଦାୟର ଲୋକ ବସବାସ କରୁଥିବା ଗ୍ରାମ ଗୁଡିକରେ ହୋଇଛି। କିଛି ସୁଟିଙ୍ଗ ପଡୋଶୀ ଆନ୍ଧ୍ର, ଛତିଶଗଡରେ ମଧ୍ୟ ହୋଇଛି। ଦେୱା ଚଳଚ୍ଚିତ୍ରଟି ଅନ୍ତର୍ଜାତୀୟ  ସ୍ତରରେ ପୁରସ୍କୃତ ହୋଇଛି। ଏଥି ସହ ରାଜ୍ୟସ୍ତରୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଜନଜାତି ଆଦିବାସି ଚଳଚ୍ଚିତ୍ର ଭାବେ ମଧ୍ୟ ପୁରସ୍କୃତ ହୋଇଛି।

ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦେଶକ ରବି ଶଙ୍କର ରଥ କୋୟା ସମ୍ପ୍ରଦାୟ ଉପରେ ଗବେଷଣା ବେଳେ ଏହିପରି ଚଳଚିତ୍ର କରିବାକୁ ନିଷ୍ପତ୍ତି ନେଇଥିଲେ। କୋଭିଡ ପୂର୍ବରୁ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ସେ ପଦକ୍ଷେପ ନେଇଥିଲେ। ଏଥିପାଇଁ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଖର୍ଚ ହୋଇଥିବା ଶ୍ରୀ ରଥ ପ୍ରକାଶ କରିଛନ୍ତି। ଏହି ଚଳଚିତ୍ରରେ କ୍ୟାମେରା ମେନ ଭାବେ ରଞ୍ଜନ ପାଣିଗ୍ରାହୀ ଓ ହେମନ୍ତ ଦଣ୍ଡପାଟ, ସମ୍ପାଦନା ଅଶୋକ ପାଣିଗ୍ରାହୀ, ସଙ୍ଗୀତ ନିର୍ଦେଶନା ବିଦ୍ୟାଧର ସାହୁ କରିଛନ୍ତି। ଚଳଚ୍ଚିତ୍ରଟି ଲୋକପିୟ ହେବା ସହ ଦର୍ଶକ ମାନେ ମନଭରି ଏହାର ମଜାନେବେ ଏବଂ ସମାଜକୁ କିଛି ଭଲ ପ୍ରେରଣା ପ୍ରଦାନ କରିବ ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି।  ଏହି ସାମ୍ବାଦିକ ସମ୍ମିଳନୀରେ ଚଳଚିତ୍ରର ପ୍ରଯୋଜକ ଓ ନିର୍ଦ୍ଧେଶକ ହେଉଛନ୍ତି ରବି ଶଙ୍କର ରଥଙ୍କ ସହ ମୁଖ୍ୟ ହିରୋ ରାମ ମାଡକାମି, ସହ କଳାକାର ଶୂକ୍ରା ମାଡକାମୀ,ମେଧା ବାଗମ ଏବଂ ଜିଲ୍ଲା ବିଜେଡି ସଭାପତି ତଥା ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମୀ ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.