ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

ବନ ବିଭାଗର ଚଢଉ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟ୍ଟା ଜବତ

Published By : Prameya | November 7, 2024 8:04 PM

ମାଲକାନଗିରି/ମାଥିଲି,୭/୧୧ :  ମାଥିଲି ବନାଞ୍ଚଳ ପକ୍ଷରୁ ବିଭିନ୍ନ ଗାଁରେ ଚଢଉ କରାଯାଇ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟା ଜବତ କରାଯାଇଛି । ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ଗୋବିନ୍ଦପାଲ୍ଲୀ ନିକଟରେ ଥିବା କାନ୍ଦୁଗୁଡା ଗ୍ରାମର ଦୁଇଟି ସ୍ଥାନରେ ଚଢଉ କରି ୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଶାଳ ଓ ପିଆଶାଳ କାଠ ଜବତ କରାଯାଇଛି । 

ସୂଚନା ଅନୁଯାୟୀ ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ମାଥିଲି ବନ କର୍ମଚାରୀମାନେ କାନ୍ଦୁଗୁଡା ଗାଁରେ ପହଞ୍ଚିଥିଲେ। ସେଠାରେ ରାମ ଆନମାଳିଆ ଘର ନିକଟରୁ ପଟା ଓ ସାଇଜ କାଠ ମିଶି ମୋଟ ୫୨ଖଣ୍ଡ କାଠ ଜବତ କରାଯାଇଥିଲା। ଏହି ସମୟରେ ରାମ ଆନମାଳିଆ ଅନୁପସ୍ଥିତ ରହିଥିଲେ। ସେହିପରି ତୁଳସୀ ଅନମାଳିଆଙ୍କ ଏକ ଅର୍ଦ୍ଧ ନିର୍ମିତ ଘରୁ ୩୫ଖଣ୍ଡ ପଟ୍ଟା ଓ କାଠ ଜବତ ହୋଇଥିଲା । ଚଢଉ ସମୟରେ ସେ ମଧ୍ୟ ଅନୁପସ୍ଥିତ ରହିଥିବା ଜଣାପଡିଛି । ବନ କର୍ମଚାରୀମାନେ ସମସ୍ତ କାଠ ସହ ଅନେକ କାଠ କାଟିବା ସରଞ୍ଜାମ ମଧ୍ୟ ଘଟଣାସ୍ଥଳରୁ ଜବତ କରିଥିଲେ । ରାମ ଆନମାଳିଆ ଏବଂ ତୁଳସୀ ଆନମାଳିଆ ନାମରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରାଯାଇଛି । ଏହି ଚଢଉରେ ବନପାଳ ପବିତ୍ର ଦାସ, ମୂରଲୀ ମହାରଣା, ସମରା ଖରା, ଏ.ପିଙ୍କି ରାଓ, ଋଷିକେଶ ପାଣିଗ୍ରାହୀ, ବନରକ୍ଷୀ ଜଗବନ୍ଧୁ ପାତ୍ର, ଅର୍ଜୁନ ବଟେ, ଦିଲ୍ଲୀପ ଡାକୁଆ, ସୁବ୍ରତ ପରିଡ଼ା, ଦିପ୍ତିରଞ୍ଜନ ନାୟକ, ସୁଶାନୁ ସ୍ବାଇଁ, ପାରା ପ୍ଲୁଆର୍ଡ ଏବଂ ୱାଇଲ୍ଡ ଲାଇଫ ସ୍କ୍ବାର୍ଡ ଯୋଗଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.