ନୂଆଦିଲ୍ଲୀ,୨୮/୨ : ୬ ଘେରା ହୋଇ ସାରିଥିଲା । ବିବାହ ହେବାକୁ ଥିଲା । କିନ୍ତୁ ସେତେବେଳେ ଅଚାନକ କନ୍ୟା ରାଗିଗଲେ । ପାଖରେ ଥିବା ଜିନିଷ ଫିଙ୍ଗିବାକୁ ଲାଗିଥିଲେ । ଏହାପରେ ପୁଅ ଘର ଲୋକେ ବିବାହ କରିବାକୁ ମନା କରିଦେଲେ । ବର ଘର ଲୋକଙ୍କ କହିବା କଥା ଥିଲା କି କନ୍ୟାଙ୍କ ମୁଣ୍ଡ ଖରାପ ଅଛି । ବିବାଦ ଏତେ ବଢିଗଲା ଯେ ପୁଲିସକୁ ମଧ୍ୟ ସାମିଲ ହେବାକୁ ପଡ଼ିଥିଲା। ପୁଲିସ ପରେ ବୁଝା-ସୁଝା କରି ଉଭୟଙ୍କ ବିବାହ କରାଇଥିଲା ।

ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ଓରେୟା ଜିଲ୍ଲାରୁ ସାମ୍ନାକୁ ଆସିଛି । ଯେଉଁଠାରେ ଦିବ୍ୟାପୁର କସ୍ବେରେ ଏକ ବିବାହ ଉତ୍ସବ ସମୟରେ ଘେରା ନେଉଥିବା ବେଳେ ବିବାଦ ଦେଖାଯାଇଥିଲା । ୬ଘେରା ହେବା ପରେ କନ୍ୟା ଓଲଟା ଘେରା ହେବାକୁ କହି ବିବାଦ ଛିଡ଼ା କରିଦେଲେ ଏବଂ ନିକଟରେ ଥିବା ଜିନିଷ ଫିଙ୍ଗିବାକୁ ଲାଗିଥିଲେ । ଏହା ଦେଖି ବର ବିବାହ କରିବାକୁ ମନା କରି ଦେଇଥିଲେ, କହିଥିଲେ କନ୍ୟାଙ୍କ ମୁଣ୍ଡ ଦୋଷ ରହିଛି । ବିବାଦ ଆରମ୍ଭ ହେବା ପରେ ପୁଲିସକୁ ଏହାର ସୂଚନା ଦିଆଯାଇଛି । ବହୁ ବୁଝାସୁଝା ପରେ ପୁଲିସର ଉପସ୍ଥିତିରେ ଶେଷ ୭ଘେରା କରାଇଥିଲେ ।

ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ସମାରୋହ ଯୋଜନା ମାଧ୍ୟମରେ ୧୧ଡିସେମ୍ବରରେ ପଙ୍କଜ ଏବଂ ଇଶାଙ୍କ ବିବାହ ହୋଇଥିଲା । ବିବାହ ପରେ ଉଭୟେ ନିଜ ନିଜ ଘରକୁ ଚାଲିଯାଇଥିଲେ । ୨୭ଫେବୃଆରୀରେ ଉଭୟଙ୍କ ବିବାହର ରିସେସ୍ପନ ଥିଲା । ବିବାହରେ ଜୟମାଲାଙ୍କ କାର୍ଯ୍ୟକ୍ରମ ହୋଇଥିଲା ଏବଂ ପରେ ଶନିବାର ସକାଳେ ଘେରା ହୋଇଥିଲା । ଯେତେବେଳେ ଷଷ୍ଠ ଘେରା ହୋଇଥିଲା ତ କନ୍ୟା ରାଗିଯାଇଥିଲେ ଏବଂ କହିଥିଲେ କି ଘେରା ଓଲଟା ନେବାକୁ । ଏହା କହି ସେ ବିବାଦ ଛିଡ଼ା କରି ଜିନିଷ ସବୁ ଫିଙ୍ଗିବାକୁ ଲାଗିଥିଲେ ।