ଭୁବନେଶ୍ବର, ୧୭।୨ : ଗତ ବଜେଟର ଅନେକ ଅନୁଦାନ ଏ ଯାଏଁ ଖର୍ଚ୍ଚ ହୋଇନି। ଅର୍ଥନୀତ ଖସୁଛି। ବିପରୀତ ଦିଗରେ  ଚାଲଛି ସରକାର। ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ସମସ୍ତଙ୍କୁ ପ୍ରଭାବିତ କରୁଛି ବୋଲି ରାଜ୍ୟ ବଜେଟ ଆଗତ ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ପ୍ରତିକ୍ରିୟା ରଖିଛନ୍ତି। 

ଚାଷୀ ହଇରାଣ ହେଉଛନ୍ତି।  ମିଶନ ଶକ୍ତିରେ ମା’ ମାନେ  କାମ ପାଉ ନାହାନ୍ତି ।  ବଜେଟରେ ଏତେ ଟଙ୍କା ଘୋଷଣା କରିବା  କିଛି ବଡ଼ କଥା ନୁହେଁ, ଏହା କାର୍ଯ୍ୟକାରୀ କରିବା ଦରକାର। ଯାହା ରାଜ୍ୟର ବିକାଶରେ କାମ ଆସିବ। ଏହି ବଜେଟ ଖର୍ଚ୍ଚ ହେବା ଦରକାର। ଆମେ ଏହା ଉପରେ ନଜର ରଖିବୁ ବୋଲି ନବୀନ କହିଛନ୍ତି।