ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଯୋଗଦେବେ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହରୁ ୧୩ ରାଷ୍ଟ୍ରଦୂତ

Published By : Swapna Ray | November 15, 2024 8:25 AM

କଟକ, ୧୫।୧୧: କାର୍ତ୍ତିକ ପୂର୍ଣ୍ଣିମା ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହେଉଛି ଐତିହାସିକ ‘କଟକ ବାଲିଯାତ୍ରା-୨୦୨୪’ । ଏସିଆ ମହାଦେଶର ସବୁଠାରୁ ବଡ଼ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା କଟକ ବାଲିଯାତ୍ରା ଏଥର ୮ ଦିନ ଧରି ଚାଲିବ । ବାରବାଟୀ କିଲ୍ଲା ପଡ଼ିଆ ଓ ମହାନଦୀ ପଠା ପଡ଼ିଆରେ ଆୟୋଜିତ ଏହି ମେଳାରେ ୨୫ଶହ ପଞ୍ଜିକୃତ ଷ୍ଟଲ୍‌ ରହିଛି । ଏହାବାଦ୍‌ ଦୁଇ ହଜାରରୁ ଅଧିକ ଉଠା ଦୋକାନୀଙ୍କ ପସରା ମଧ୍ୟ ମେଲିବ । ପ୍ରଶାସନ ଆକଳନ କରିଛି ଏଥର ମେଳାକୁ ପ୍ରାୟ ୭୫ ଲକ୍ଷ ଲୋକ ଆସିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଏହି ଐତିହାସିକ ଯାତ୍ରାର ଉଦ୍‌ଘାଟନ କରିବେ । 

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାଲିଯାତ୍ରାକୁ ଆନ୍ତର୍ଜାତୀୟ ମାନ୍ୟତା ଦେବା ପାଇଁ ଏକ ବିଶେଷ ପ୍ରୟାସ ଏଥର ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ବାଲିଯାତ୍ରାରେ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହରୁ ୧୩ ରାଷ୍ଟ୍ରଦୂତ ଯୋଗଦେଉଛନ୍ତି । ୮ଟି ଦେଶର କଳାକାର ମଧ୍ୟ ସେମାନଙ୍କ ଦେଶର ସାଂସ୍କୃତିକ ଝଲକ ମଞ୍ଚରେ ପ୍ରଦର୍ଶନ କରିବେ । ତଳପଡିଆର ୩୪ଏକର ଓ ଉପର ପଡିଆର ସାଢ଼େ ୮ ଏକର ପରିମିତ ଜମିରେ ଆୟୋଜିତ ବାଲିଯାତ୍ରା ଏଥର ଅନେକ କିଛି ନୂଆ ଆକର୍ଷଣ ଦେଖିବାକୁ ମିଳିବ । ‘କଟକ ଇନ୍‌ କଟକ’ରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ କଥା । ଓଡ଼ିଆ ସିନେମାର ଆରମ୍ଭରୁ ୫୦ବର୍ଷ ପର୍ଯ୍ୟନ୍ତ କ୍ରମବିକାଶକୁ ଏଠାରେ ନୂଆ ରୂପରେ ପ୍ରଦର୍ଶନ କରାଯିବ । ତା’ସହିତ ମହାନଦୀରେ ଲେଜର୍‌ ଲାଇଟ୍‌ ସୋ’, ଡ୍ରୋନ୍‌ ସୋ’, ବଲିଉଡ୍‌ ନାଇଟ୍‌ ବାଲିଯାତ୍ରାକୁ ଲୋକଙ୍କୁ ଟାଣିବ । ସୋନୁ ନିଗମ, ଅନୁପ ଜଲୋଟା, ସୁରେଶ ୱାଡକରଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଓଲିଉଡର ଅନେକ କଣ୍ଠଶିଳ୍ପୀ ମଞ୍ଚରେ ଗୀତ ପରିବେଷଣ କରିବେ । 

ସେହିପରି କଟକ ଇନ୍‌ କଟକ ପାଶ୍ୱର୍ରେ ହଲିଉଡ୍‌ ସିନେମା ‘ ଅବତାର’ ଶୈଳୀରେ ନିର୍ମିତ ‘ଅନନ୍ତ ଦୁନିଆ’ ବାଲିଯାତ୍ରାକୁ ବୁଲି ଆସୁଥିବା ଲୋକଙ୍କୁ ନିଆରା ଅନୁଭବ ଦେବ । ଉପର ପଡିଆରୁ ତଳ ପଡିଆକୁ ପୂର୍ବରୁ ଥିବା ଦୁଇ ରାସ୍ତା ସହ ଅତିରିକ୍ତ ଦୁଇଟି ରାସ୍ତା ନୂଆ ନିର୍ମାଣ କରାଯାଇଛି । ମହାନଦୀ କୂଳରେ କାର୍ତ୍ତିକେଶ୍ୱର ଗଡ଼ାରୁ ମାତାମଠ ପର୍ଯ୍ୟନ୍ତ ଗ୍ରୀନ୍‌ କରିଡର୍‌ କରାଯାଇଛି । ଜରୁରିକାଳୀନ ସ୍ଥିତିରେ ଏହି ରାସ୍ତାର ବ୍ୟବହାର କରାଯାଇପାରିବ । ବିଶେଷ କରି ଭିଡ଼ ସମୟରେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଯାତାୟାତ କରିବ ।  ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପ୍ୟାଭିଲିୟନ୍‌ କରାଯାଇଛି । 

ବାଲିଯାତ୍ରାରେ ସାମିଲ୍‌ ହେଉଥିବା ୧୩ ରାଷ୍ଟ୍ର ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲାମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଏବଂ ବ୍ରୁନୋଇର ରାଷ୍ଟ୍ରଦୂତ ଓ ହାଇକମିସନରଙ୍କୁ ଏହି ପ୍ୟାଭିଲିୟନ୍‌ ଆକର୍ଷିତ କରିବ । ବିଦେଶାଗତ ଅତିଥିଙ୍କୁ ଓଡ଼ିଶା ମାଟିର ମହକ ଭେଟି ଦେବାକୁ ‘ପିଠା ଉତ୍ସବ’ କରାଯାଉଛି । ୩୮୫ଟି ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ବୟସ୍କ ଏବଂ ଭିନ୍ନକ୍ଷମମାନଙ୍କ ନିମନ୍ତେ ଇ-ରିକ୍ସା ବ୍ୟବସ୍ଥା କରାଯାଇଛି । ନଦୀକୂଳରେ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ସଜାଗ ରହିଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ପ୍ରକାଶ କରିଛନ୍ତି ।

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.