ଅଳତୀ,୨/୬ : ଘର ପାଖରୁ ବୋଲେରୋ ଚୋରି କରିନେଲେ ଦୁର୍ବୃତ୍ତ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଦନପୁର ପଞ୍ଚାୟତ ପଥରପଦା ଗ୍ରାମରୁ ବିଳମ୍ବିତ ରାତିରେ ଏକ ବୋଲେରୋ ଚୋରି ହୋଇଛି। ଏନେଇ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ପଥରପଦା ଗ୍ରାମର ପାଗଳ ବେହେରା ସବୁଦିନ ପରି ରବିବାର ତାଙ୍କ ଘର ପାଖରେ ବୋଲେରୋ ଗାଡି ରଖିଥିଲେ। ରାତି ୧୨ଟାରେ ଶୋଇବାକୁ ଯିବା ବେଳେ ବୋଲେରୋ ଗାଡିଟି ଥିବା ବେଳେ ସକାଳୁ ଉଠି ଦେଖିବା ବେଳକୁ ଗାଡି ନଥିଲା। ବିଳମ୍ଵିତ ରାତିରେ କେହି ଦୁର୍ବୃତ୍ତ ବୋଲେରୋଟିକୁ ଚୋରି କରି ନେଇଥିଲେ। ଏନେଇ ପାଗଳ ବେହେରା ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।