ନୂଆପଡା,୧୪।୧୦: କବାଡି ଖେଳୁ ଖେଳୁ ଟଳି ପଡିଲେ ଖେଳାଳି। ଚାଲିଗଲା ଜୀବନ। କୋମନା ଥାନା ତରବୋଡ଼ରେ ଏପରି ଘଟଣା ଘଟିଛି। ମୃତକ ଜଣକ ହେଲେ ଛତିଶଗଡ ରାଜ୍ୟ ବସନା ଥାନା ବରିହାପାଲିର ଖିଳେଶ ରାଠିଆ ।

ତରବୋଡ଼ ଦୁର୍ଗାପୂଜା କମିଟି ତରଫରୁ କବାଡି ଟୁର୍ନାମେଣ୍ଟ ଚାଲିଥିଲା । ଆଜି ଫାଇନାଲ ମ୍ୟାଚ ଥିଲା । ପିଥୋଡା ପୋଟାପଡା ଦଳ ପକ୍ଷରୁ ବରିହାପାଲିର ଖିଳେଶ ରାଠିଆ କବାଡି ଖେଳୁଥିଲେ ।  ଖେଳୁଥିବା ବେଳେ ହଠାତସେ ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ  ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା  କରିଥିଲେ। ତେବେ ହୃଦଘାତରେ  ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।