ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୁବର୍ଣ୍ଣରେଖା ବନ୍ଦରକୁ ନେଇ ପଲଟି ଯିବକି ପଶା ! ଟାଟାକୁ ହଟାଇ ଆଦାନିକୁ ଦିଆଯିବ କି କାମ ?

Published By : Rasmita Pradhan | December 11, 2024 10:47 AM

ବାଲେଶ୍ୱର, ୧୧/୧୨ : ସୁବର୍ଣ୍ଣରେଖା ବନ୍ଦର ଉପରେ ଆଦାନି ଆଖି ପକାଇଥିବା ଚର୍ଚ୍ଚା ଚାଲିଛି । ଏମିତିକି ଗୁପ୍ତ ଭାବେ ଆଦାନି କମ୍ପାନିର ଏକ ଟିମ୍‌ କ୍ଷେତ୍ର ପରିଦର୍ଶନ କରିଥିବା ଆଲୋଚନା ହେଉଛି । ଅନ୍ୟପଟେ ବନ୍ଦର ନିର୍ମାଣ କାମ ଏବେ ଟାଟା କମ୍ପାନି ହାତରେ ରହିଛି । ଟାଟା ପାଖରୁ ବନ୍ଦର କାମ ନେଇ ଆଦାନିକୁ ଦିଆଯିବା ଚର୍ଚ୍ଚା ଜୋର୍‌ ଧରିଛି । ଏଭଳି ଆଲୋଚନାକୁ କିନ୍ତୁ ଆଦାନି, ଟାଟା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇଛି । ଏହା ଏକ ଗୁଜବ ବୋଲି ସେମାନେ କହିଛନ୍ତି । 

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଦାନିର ଏକ ଟିମ୍‌ ଗୁପ୍ତ ଭାବରେ ବାଲିଆପାଳ ବ୍ଲକ୍‌ ଚୌମୁଖରେ ଥିବା ଏହି ବନ୍ଦର ଅଞ୍ଚଳକୁ ଆସି କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ଟିମ୍‌ ଗସ୍ତକୁ ନେଇ ବିଭିନ୍ନ ଆଲୋଚନା ଜୋର୍‌ ଧରିଛି । ହୁଏତ ଆଗାମୀ ଦିନରେ ଏହି ବନ୍ଦର ନିର୍ମାଣ ଦାୟିତ୍ୱ ଆଦାନି ନେଇପାରେ ବୋଲି ଆଲୋଚନା ହେଉଛି । ଏହାକୁ ନେଇ ସ୍ଥାନୀୟ ଲୋକେ କହିଲେଣି ପଲଟି ଯିବ କି ପଶା? ୨୦୦୬ ଡିସେମ୍ବରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଗରାଇ ଗସ୍ତ ଅବସରରେ କୀର୍ତ୍ତନିଆରେ ଏକ ବନ୍ଦର ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ । ସୁବର୍ଣ୍ଣରେଖାର ଦକ୍ଷିଣ ପାଶ୍ୱର୍ ବାଲିଆପାଳର ଚୌମୁଖରେ ସୁବର୍ଣ୍ଣରେଖା ବନ୍ଦର ପ୍ରତିଷ୍ଠା ଘୋଷଣା କରାଯାଇଥିଲା । ରାଜ୍ୟର ଯେତେ ବନ୍ଦର ଅଛି³ ସବୁଠାରୁ ଏହା ଗଭୀରତମ ବନ୍ଦର ଭାବେ ବିବେଚିତ ହେବ । ପାରାଦୀପକୁ ଆସିପାରୁ ନ ଥିବା ବଡ଼ ବଡ଼ ଜାହାଜ ଏଠାକୁ ଆସିପାରିବ । ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ପୂର୍ବ ଭାରତର ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଲକ୍ଷ୍ୟ ରଖାଯାଇଥିଲା । 

ତତ୍କାଳୀନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ଉଦ୍ୟମରେ ତତ୍କାଳୀନ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଟାଟା ସହିତ ଚୁକ୍ତି କରିଥିଲା । ଚୁକ୍ତି ଅନୁଯାୟୀ ବନ୍ଦରର ୫୧% ଅଂଶଧନ ଟାଟାର ଅଛି । ୨୦୧୯ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୌମୁଖ ବନ୍ଦରର ଶିଳାନ୍ୟାସ କରିଥିଲେ । କୋଭିଡ୍‌ ପରେ ଏହି କାମ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ପ୍ରାଥମିକ ପର୍ଯ୍ୟାୟରେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ୧୧ ଶହ ଏକର ଜମିରେ ଏହି ବନ୍ଦର ନିର୍ମାଣ ହେବ । ରେଳ, ସଡ଼କ ପଥ ନିର୍ମାଣ ପାଇଁ ୬ ଏକରରୁ ଊଦ୍ଧ୍ୱର୍ ଜମିର ଅବଶ୍ୟକ ଅଛି । ଏହି ଜମି ଭିତରେ ଉଭୟ ସରକାରୀ ଓ ବେସରକାରୀ ଜମି ରହିଛି । ଏହା ସତ୍ତେ୍ୱ ଜମି ଅଧିଗ୍ରହଣ କାମ ପ୍ରାୟତଃ ଚୂଡ଼ାନ୍ତ ପର୍ଯ୍ୟାୟରେ । ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪ ହଜାରରୁ ଅଧିକ ଶ୍ରମିକଙ୍କୁ ନିଯୁକ୍ତି ମିଳିବ । ବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ୧୫ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ଏଭଳି ପରିସ୍ଥିତିରେ ବନ୍ଦରକୁ ନେଇ ଯେଉଁ ଆଲୋଚନା ହେଉଛି³ ତାହାକୁ ନେଇ ବିଭିନ୍ନ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି । ଆଗାମୀ ଦିନରେ ବନ୍ଦର କାମ ପୂର୍ବ ଭଳି ଟାଟା କରିବ ନା ଆଦାନୀ ହାତକୁ ଯିବ³ ତାହା ଏବେ ବଡ଼ ପ୍ରଶ୍ନବାଚୀ । 

ଅନ୍ୟପଟେ ଟାଟାର କେତେକ କର୍ତ୍ତୃପକ୍ଷ ଏଭଳି ଆଲୋଚନାକୁ ଗୁଜବ ବୋଲି କହିଛନ୍ତି । ସେମାନଙ୍କ କହିବା କଥା ଭବିଷ୍ୟତକୁ ଦୃଷ୍ଟିରେ ରଖି ଟାଟା ଏହି ବନ୍ଦର ନିର୍ମାଣ କରିଛି । ପୂର୍ବାପେକ୍ଷା ଟାଟାର ଅଧିକ ବ୍ୟବସାୟ ବଢ଼ିଛି । ଏହି ବନ୍ଦର ଅନ୍ୟ ସଂସ୍ଥାକୁ ହସ୍ତାନ୍ତର କରିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି । ଏନେଇ ଆଦାନିର ଜଣେ ଉଚ୍ଚପଦସ୍ଥ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ, ଏଭଳି ଆଲୋଚନା ବିଷୟରେ ସେମାନଙ୍କ ନିକଟରେ କୌଣସି ସୂଚନା ନ ଥିବା ସେ ସ୍ପଷ୍ଟ କରିଛନ୍ତି । ଏହା ସତ୍ତେ୍ୱ କମ୍ପାନି କର୍ତ୍ତୃପକ୍ଷ ଯେ କ୍ଷେତ୍ର ପରିଦର୍ଶନ କରି ନ ଥିବେ ତାହା କହିବା ସମ୍ପୂର୍ଣ୍ଣ ଠିକ୍‌ ହେବନି । ଏଭଳି ନିଷ୍ପତ୍ତି ନେବା ପୂର୍ବରୁ କମ୍ପାନିର ଉଚ୍ଚପଦସ୍ଥ କର୍ମକର୍ତ୍ତାମାନେ ଗୁପ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିଥା’ନ୍ତି ବୋଲି ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.