ନିମବାହାଳି,୧୮/୫: ବିଦ୍ୟୁତ ତାର ଛିଡ଼ି ଗୁରୁତର ଆହତ ହେଲେ ବୃଦ୍ଧା। ୩ ଛେଳି ମୃତ। ଘଟଣାସ୍ଥଳରେ ଉତ୍ତେଜନା।
ସୂଚନା ଅନୁଯାୟୀ, ବାଲିମି ଥାନା ଅନ୍ତର୍ଗତ ବେରୁଆଁପାଳ ସ୍ଥିତ କେନ୍ଦୁସାହିରେ ୧୧କେଭି ବିଦ୍ୟୁତ ତାର ଛିଡ଼ି ବୃଦ୍ଧା ମହାରାଣୀ ନାଏକ ଗୁରୁତର ଆହାତ ହୋଇଛନ୍ତି। ଏଥି ସହିତ ୩ ଟି ଛେଳି ମୃତ ହୋଇଥିବା ସୂଚନା ମିଳିଛି। ଗୁରୁତର ବୃଦ୍ଧା ଜଣକ କଙ୍କାଳୁ ଗ୍ରାମର ବୋଲି ସୂଚନା ମିଳିଛି । ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।