ଭଦ୍ରକ ୦୧/୦୪: ମୃତ୍ୟୁ ବି ଏମିତି ଆସେ। ହରି ନାମ ନେଉ ନେଉ ମଞ୍ଚରେ ଟଳି ପଡିଲେ ପ୍ରବଚକ। ଜୀବନ ହାରିଲେ ଅଧ୍ୟାପକ ତଥା ରାମ ଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜ।

ଘଟଣା ଘଟିଛି ଭଦ୍ରକ ବ୍ଲକ ସାହାଡା ପଞ୍ଚାୟତରେ। ଏହି ପଂଚାୟତର ସ୍ଥିତ ରାମ ମନ୍ଦିରରେ ତିନି ଦିନ ପାଇଁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ପ୍ରବଚକ ଭାବରେ ଯୋଗଦେଇଥିଲେ ହନୁମାନ ମନ୍ଦିର ପାଖରେ ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରର ବିଶିଷ୍ଠ ପ୍ରବଚକ ତଥା ଅଧ୍ୟାପକ ଗୋପାଳ ପ୍ରସାଦ ବେଜ। ତେବେ ଗତକାଲି ଦ୍ଵିତୀୟ ଦିବସ ସଂନ୍ଧ୍ୟାରେ ପ୍ରବଚନ ଦେଉଥିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କର ସହଯୋଗୀ ମାନେ ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଆସିଥିଲେ। ମାତ୍ର ମାଡିକାଲରେ ଡାକ୍ତର ଗୋପାଲଙ୍କୁ ମୃତ ଘୋଷିତ କରିଥିଲେ। ଯାହାକୁ ନେଇ ଶୋକର ଛାୟା ଖେଳିଯାଇଛି।