ଭୁବନେଶ୍ଵର, ୩୧/୧୦ : ପବିତ୍ର ଦୀପାବଳି ପାଇଁ ଉତ୍ସବ ମୁଖର ଗାଁ ଠୁ ସହର। ରଙ୍ଗୀନ ଆଲୋକମାଳାରେ ଝଲସୁଛି ଘର ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ। ଆଲୋକର ପର୍ବ ଦୀପାବଳି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ଦୀପାବଳିର ଶୁଭ ଅବସରରେ ଦେଶ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶବାସୀଙ୍କୁ ଦୀପାବଳିର ଅନେକ ଅନେକ ଶୁଭକାମନା। ଆଲୋକର ଏହି ଦିବ୍ୟ ଉତ୍ସବରେ ସମସ୍ତଙ୍କର ସୁସ୍ଥ, ସୁଖମୟ, ଏବଂ ସୌଭାଗ୍ୟପୂର୍ଣ୍ଣ ଜୀବନର କାମନା କରୁଛି। ମା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀ ଗଣେଶଙ୍କର କୃପାରୁ ସମସ୍ତଙ୍କର କଲ୍ୟାଣ ହେଉ।