ଭୁବନେଶ୍ୱର,୨୮/୧୦: ୨୯ତାରିଖ ଆୟୁର୍ବେଦିକ ଦିବସ ବା ଧନ୍ୱନ୍ତରୀ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟକୁ ୩ଟି ଭେଟି ବା ଉପହାର ଦେବେ । ସେହିଦିନ ଭୁବନେଶ୍ୱର ଜଟଣୀରେ ଉଦଘାଟନ ହେବ ଆୟୁର୍ବେଦିକ ଓ ନେଚରୋପାଥିକ୍ ହସ୍ପିଟାଲ । ୨୧ ଏକର ଜାଗାରେ ହେବ ଏହି ହସ୍ପିଟାଲ । ସେହିପରି ଗୋଠପାଟଣାରେ ସେଣ୍ଟ୍ରାଲ ଡ୍ରଗ୍ସ ଟେଷ୍ଟିଂ ୟୁନିଟ୍ ପ୍ରତିଷ୍ଠା କରାଯିବ । ବରଗଡ଼ରେ କ୍ରିଟିକାଲ ହେଲ୍ଥ କେୟାର ୟୁନିଟ୍ ମଧ୍ୟ ସେହିଦିନ ଉଦ୍ଘାଟନ ହେବ ।
ଅନ୍ୟପକ୍ଷରେ ସେହିଦିନ ଓଡ଼ିଶା ସମେତ ସାରା ଦେଶରେ ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ। ଭିସିରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ନେଇ ସୂଚନା ଦେଇଛନ୍ତି ।