ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲାଟିଲା କାର୍‌, ନାବାଳକ ସମେତ ୩ ଗୁରୁତର
  • ||
  • ସାବିତ୍ରୀ ଅମାବାସ୍ୟା : ସ୍ଵାମୀଙ୍କ ଦୀର୍ଘାୟୁ ମନାସି ବ୍ରତ ପାଳୁଛନ୍ତି ସଧବା, ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ୍, ୟୁକ୍ରେନ୍ ଉପରେ ୩୬୭ଟି ଡ୍ରୋନ୍ ଓ ମିଜାଇଲ୍ ମାଡ଼, ୧୩ ମୃତ
  • ||
  • ଚାନ୍ଦବାଲି : ଗୁହାଳରେ ଲାଗିଲା ନିଆଁ, ୭ ଗୋରୁ ଜୀବନ୍ତ ଦଗ୍ଧ
  • ||
  • ୨୭ରେ ଲଘୁଚାପ, ୭ ଦିନ ପ୍ରବଳ ବର୍ଷିବ: ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା
  • ||

୫୦ ଫୁଟ୍ ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ନଦୀବନ୍ଧ

Published By : Harapriya Sethi | May 24, 2025 10:03 AM

ଧୂଷୁରୀ,୨୪/୦୫(ସନ୍ତୋଷ ଦାସ): ୫୦ ଫୁଟ୍ ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ନଦୀବନ୍ଧ । ନିମ୍ନମାନର କାର୍ଯ୍ୟ ଯୋଗୁ ବନ୍ଧ ଧସିଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନଦୀବନ୍ଧ ମରାମତି ହୋଇଥିଲା । ମାତ୍ର ଏହା ପୁଣି ଥରେ ଦବିଯାଇଛି । 

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ସଇଲୋ ଗାଁ ନିକଟ ଦେଇ ପ୍ରବାହିତ ହୋଇଥିବା କୋଚିଳା ନଦୀର ଡାହାଣ ପାର୍ଶ୍ବ ବନ୍ଧ ଧସିଯାଇଛି । ନଦୀବନ୍ଧ ପ୍ରାୟ ୫୦ ଫୁଟ୍ ଧସିଯାଇଥିବା ଦେଖିବାକୁ ମିଳିଛି । ନିମ୍ନମାନର ମରାମତି କାର୍ଯ୍ୟ ପାଇଁ ବନ୍ଧ ଧସିଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁ ଲୋକଙ୍କ କହିବା କଥା, ପୂର୍ବରୁ ସମାନ ସ୍ଥାନରେ ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଥିଲା । ଏହାର ମରାମତି ନିମନ୍ତେ ୩୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ହେଲେ ନିମ୍ନମାନର କାର୍ଯ୍ୟ ପାଇଁ ଏବେ ପୁଣି ଥରେ ନଦୀ ବନ୍ଧ ଧସିଛି । ବାରମ୍ବାର ଏଭଳି ଘଟଣା ଘଟିବାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଦୋଷ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପଟେ ଆଗକୁ ବର୍ଷା ଋତୁ ରହିଥିବାରୁ ଦୁର୍ବଳ ନଦୀବନ୍ଧକୁ ନେଇ ଭୟଭୀତ ହୋଇଛନ୍ତି ଲୋକେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.