ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଖୁଡ଼ିକୁ ତଣ୍ଟି କାଟି ହତ୍ୟା କଲା ପୁତୁରା

Published By : Gurupada Nath | November 8, 2024 5:21 PM

ଧରାକୋଟ,୮/୧୧ : ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ ଆଜି ଘଟିଛି ଏକ ଲୋମା ଟାଙ୍କୁରା ହତ୍ୟାକାଣ୍ଡ । ଆଜି ସ୍ପଷ୍ଟ ଦିବା ଲୋକରେ ଗ୍ରାମର ସିକନ୍ଦର ସାହୁଙ୍କ ପୁଅ ବଳରାମ ନିଜ ବିଧବା ଭାଉଜ ସସ୍ମିତା ସାହୁ ୩୨କୁ ନିର୍ମମ ଭାବେ ଛୁରୀ ଭୂଷି ହତ୍ୟା କରିବା ପରେ ହତ୍ୟାକାଣ୍ଡରେ ବ୍ୟବୃହତ ଧାରୁଆ ଛୁରୀ ସହ ଥାନାରେ ଆତ୍ମ ସମର୍ପଣ କରିଛି । 

ମିଳିଥିବା ସୂଚନା ଅନୁଯାୟୀ ବରଡାବିଲି ଗ୍ରାମର ସିକନ୍ଦର ସାହୁଙ୍କ ପାଞ୍ଚ ପୁଅ ମଧ୍ୟରୁ ଶିବରାମଙ୍କ କ୍ୟାନସରରେ ମୃତ୍ୟୁ ହେବା ପରେ ତାଙ୍କ ସ୍ତ୍ରୀ ସସ୍ମିତା ନିଜର ଏକ ମାତ୍ର ଝିଅ ଜ୍ୟୋତି (୧୦) ସହ ଘରେ ରହୁଥିଲେ । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସିଲେଇ କରି ପରିବାର ପ୍ରତି ପୋଷଣ କରୁଥିଲେ । ସବୁଦିନ ପରି ଆଜି ଝିଅ ଜ୍ୟୋତି ନିକଟସ୍ଥ ବିଦ୍ୟାଳୟକୁ ଯିବା ପରେ ବଳରାମ ମଧ୍ୟାହ୍ନ ସମୟରେ ସସ୍ମିତା ନିକଟକୁ ଆସିଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାପରେ ଏଥିରେ ଉତକ୍ଷିପ୍ତ ହୋଇ ପୁତୁରା ବଳରାମ ସାଙ୍ଗରେ ଆଣିଥିବା ଧାରୁଆ ଛୁରୀରେ ଖୁଡି ସସ୍ମିତାକୁ ଆକ୍ରମଣ କରିବା ସହ ତଣ୍ଟିକୁ କାଟି ହତ୍ୟା କରିବା ପରେ ଧରାକୋଟ ଥାନାରେ ଆତ୍ମ ସମର୍ପଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.