ଟି-ଟ୍ୱେଣ୍ଟି ବିଶ୍ୱକପ୍ (ପୁରୁଷ)
ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୮ ତାରିଖରେ ଶେଷ ହେବ । ୨୦୨୪ ବିଶ୍ୱକପ୍ ଚାମ୍ପିଅନ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଆଗାମୀ ସଂସ୍କରଣର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି ।
୧୫ତାରିଖରେ ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ ମୁକାବିଲା ଖେଳାଯିବ । କଲମ୍ବୋ ସ୍ଥିତ ପ୍ରେମଦାସା ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ପାକିସ୍ତାନ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ଗତ ସଂସ୍କରଣ ଭଳି ଏଥର ବିଶ୍ୱକପ୍ରେ ମଧ୍ୟ ୨୦ଟି ଦଳ ଭାଗ ନେଉଛନ୍ତି । ସମସ୍ତ ଦଳକୁ ୪ଟି ଗ୍ରୁପ୍ରେ ଭାଗ କରାଯାଇଛି । ପ୍ରତି ଗ୍ରୁପ୍ରେ ୫ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି । ଭାରତ ଗ୍ରୁପ୍ ଏ’ରେ ସ୍ଥାନ ପାଇଛି । ଏହି ଗ୍ରୁପ୍ରେ ପାକିସ୍ତାନ, ନାମିବିୟା, ନେଦରଲାଣ୍ଡ୍ସ ଓ ୟୁଏସ୍ଏ ରହିଛନ୍ତି ।
ସେହିପରି ଗ୍ରୁପ୍ ବି’ରେ ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ, ଓମାନ, ଶ୍ରୀଲଙ୍କା ଓ ଜିମ୍ବାୱେ ସ୍ଥାନ ପାଇଥିବାବେଳେ ଗ୍ରୁପ୍ ସି’ରେ ବାଂଲାଦେଶ, ଇଂଲଣ୍ଡ, ଇଟାଲୀ, ନେପାଳ, ୱେଷ୍ଟ ଇଣ୍ଡିଜ ଗ୍ରୁପ୍ ଡି’ରେ ଆଫଗାନିସ୍ତାନ, କାନାଡ଼ା, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ରହିଛନ୍ତି । ଗ୍ରୁପ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇବେ ।
ଫିଫା ବିଶ୍ୱକପ୍ (ଜୁନ ୧୨ରୁ ଜୁଲାଇ ୨୦)
ଫିଫା ବିଶ୍ୱକପ୍ର ୨୩ତମ ସଂସ୍କରଣ ଜୁନ ମାସ ୧୨ ତାରିଖରୁ ଆରମ୍ଭ ହୋଇ ଜୁଲାଇ ମାସ ୨୦ ତାରିଖରେ ଶେଷ ହେବ । ଆମେରିକା, କାନାଡ଼ା ଓ ମେକ୍ସିକୋ ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରିବେ । ପ୍ରଥମ ଥର ବିଶ୍ୱକପ୍ର ଦଳ ସଂଖ୍ୟା ୪୨ରୁ ୪୮କୁ ବୃଦ୍ଧି କରାଯାଇଛି । ବିଶ୍ୱର ସୁବୁଠୁ ଛୋଟ ଦେଶ ଭାବେ କୁରାକାଓ ଯୋଗ୍ୟତା ଅର୍ଜନ କରିଛି । ଦୀର୍ଘ ୫୨ ବର୍ଷ ପରେ ହାଇତି ପୁନର୍ବାର ବିଶ୍ୱକପ ଖେଳିବାକୁ ଯାଉଥିବାବେଳେ ଉଜବେକିସ୍ତାନ, ଜୋର୍ଡାନ ଓ କେପ ଭର୍ଡି ଅନ୍ୟ ନବାଗତ ଭାବେ ଆଗାମୀ ବିଶ୍ୱକପ୍ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ୧୯୭୪ ପରେ ହାଇତି ବିଶ୍ୱକପ ଖେଳିବାକୁ ଯାଉଥିବାବେଳେ ଅଷ୍ଟ୍ରିୟା, ନରୱେ ଓ ସ୍କଟଲାଣ୍ଡ ୧୯୯୮ ବିଶ୍ୱକପ୍ ପରେ ପୁନର୍ବାର ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ଓ କାତାର ପ୍ରଥମ କରି ଯୋଗ୍ୟତା ଅର୍ଜନ କରିଛନ୍ତି । ପୂର୍ବରୁ ଉଭୟ ଦେଶ ଆୟୋଜକ ଭାବେ ବିଶ୍ୱକପ୍ ଖେଳିଥିଲେ।
ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ (ଜୁନ୍ ୧୨ରୁ ଜୁଲାଇ ୫)
ଚଳିତ ବର୍ଷ ଇଂଲଣ୍ଡ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନ କରିବ । ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଫାଇନାଲ୍ ଖେଳାଯିବ । ଏହାବ୍ୟତୀତ ୬ଟି ଗ୍ରାଉଣ୍ଡ ଏଜବାଷ୍ଟନ, ହାମ୍ପସାୟାର, ହେଡିଂଲେ, ଓଲ୍ଡ ଟ୍ରାଫୋର୍ଡ, ଓଭାଲ, ବ୍ରିଷ୍ଟଲ ସମସ୍ତ ମ୍ୟାଚ୍ ଆୟୋଜନ କରିବେ । ଏଥର ସର୍ବାଧିକ ୧୨ଟି ଦଳ ବିଶ୍ୱକପ୍ରେ ଭାଗ ନେବେ । ସମସ୍ତ ଦଳକୁ ୨ଟି ଗ୍ରୁପ୍ରେ ଭାଗ କରାଯିବ । ପ୍ରତି ଗ୍ରୁପ୍ରେ ୬ଟି ଲେଖାଏଁ ଦଳ ସ୍ଥାନ ପାଇବେ ।
ଫର୍ମୁଲା ୱାନ୍ରେ ୨୪ ରେସ
ଫର୍ମୁଲା ୱାନ୍ ୨୦୨୬ ସିଜନର ରେସ୍ ସୂଚୀ ଘୋଷଣା କରାଯାଇଛି । ଚଳିତ ବର୍ଷ ମୋଟ୍ ୨୪ଟି ରେସ୍ ଆୟୋଜନ କରାଯିବ । ମାଦ୍ରିଦ ଗ୍ରାଣ୍ଡପ୍ରିକ୍ସ ପଦାର୍ପଣକରିବାକୁ ଯାଉଛି । ସେପ୍ଟେମ୍ବରେ ଏହି ରେସ୍ ଅନୁଷ୍ଠିତ ହେବ । ସବୁ ବର୍ଷ ଭଳି ଅଷ୍ଟ୍ରେଲିଆନ୍ ଗ୍ରାଁପ୍ରିରୁ ସିଜନ ଆରମ୍ଭ ହେବ । ମାର୍ଚ୍ଚ ୬ରୁ ୮ ତାରିଖ ମଧ୍ୟରେପ୍ରଥମ ରେସ୍ ଆୟୋଜିତ ହୋଇ ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ଆବୁଧାବି ଗ୍ରାଁପ୍ରି ସହ ସିଜନ ଶେଷ ହେବ । ଚଳିତ ବର୍ଷ ଅନେକ ନୂଆ ନିୟମ ଲାଗୁ।
ଏସୀୟ କ୍ରୀଡ଼ା (ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪)
ଚଳିତ ବର୍ଷ ଜାପାନର ନାଗୋୟା ସହର ଆୟୋଜନ କରିବ ଏସୀୟ କ୍ରୀଡ଼ା । ଆଗାମୀ ସେପ୍ଟେମ୍ବର ୧୯ରୁ କ୍ରୀଡ଼ା ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖରେ ଶେଷ ହେବ । ଆୟୋଜକ ଏହି କ୍ରୀଡ଼ା ସମାରୋହ ପାଇଁ କିଞ୍ଜୋ ପିୟରରେ ଏକ କ୍ରୁଜ ଜାହାଜରେ ସ୍ୱତନ୍ତ୍ର କ୍ରୀଡ଼ାଗ୍ରାମ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
- ଜାନୁଆରୀ:- ମହିଳା ପ୍ରିମିୟର ଲିଗ୍, ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ-୭୫୦(ଜାନୁଆରୀ ୧୩ରୁ ୧୮), ମୁମ୍ବାଇ ମାରାଥନ, ହକି ଇଣ୍ଡିଆ ଲିଗ୍ (ଚେନ୍ନାଇ,ରାଞ୍ଚି, ଭୁବନେଶ୍ୱର), ଅଷ୍ଟ୍ରେଲିଆନ ଓପନ(ଜାନୁଆରୀ ୧୮ରୁ ଫେବ୍ରୁଆରୀ ୧)୧୯ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍(ଜାନୁଆରୀ ୧୫ରୁ ଫେବ୍ରୁଆରୀ ୬),
- ଫେବ୍ରୁଆରୀ:- ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ (ପରୁଷ), ଡେଭିସ କପ୍ ଯୋଗ୍ୟତାପର୍ଯ୍ୟାୟ (ବେଙ୍ଗାଲୁରୁ), ଡବ୍ଲ୍ୟୁଟିଟି ଷ୍ଟାର କଣ୍ଟେଣ୍ଡର, ଏସୀୟ ସୁଟିଂ ଚାମ୍ପିଅନସିପ (ନୂଆଦିଲ୍ଲୀ),ଶୀତକାଳୀନ ଅଲିମ୍ପିକ୍ସ(ଫେବ୍ରୁଆରୀ ୬ରୁ ୨୨), ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ବିଶ୍ୱକପ୍ (୧୯ରୁ ୨୨)
- ମାର୍ଚ୍ଚ:- ଇଣ୍ଡିଆନ ଓପନ ସ୍କ୍ୱାଶ, ଇଣ୍ଡିଆନ ଓପନ ଗଲ୍ଫ, ଆଇପିଏଲ୍-୧୯
- ଏପ୍ରିଲ:-ଏସୀୟ ଭାରୋତ୍ତୋଳନଚାମ୍ପିଅନସିପ୍ (ଅହମ୍ମଦାବାଦ), ଟୋକିଓ ମାରାଥନ, ତୀରନ୍ଦାଜୀ ବିଶ୍ୱକପ୍, ବିଶ୍ୱ ସ୍ନୁକର ଚାମ୍ପିଅନସିପ
- ମେ’:- ଫ୍ରେଞ୍ଚ ଓପନ (ମେ’ ୧୮ରୁ ଜୁନ୍ ୭) ୟୁରୋପା ଲିଗ୍ ଫାଇନାଲ୍ (ମେ’ ୨୦)
- ଜୁନ୍:- ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍(ଜୁନ ୧୨ରୁ ଜୁଲାଇ ୫), ୱିମ୍ବଲଡନ (ଜୁନ୍ ୨୯ରୁ ଜୁଲାଇ ୧୨), ଫିଫା ବିଶ୍ୱକପ (ଜୁନ ୧୨ରୁ ଜୁଲାଇ ୨୦)
- ଜୁଲାଇ:- ରାଜ୍ୟଗୋଷ୍ଠୀ କ୍ରୀଡ଼ା(ଜୁଲାଇ ୨୩ରୁ ଅଗଷ୍ଟ ୨)
- ଅଗଷ୍ଟ:- ବିଡବ୍ଲ୍ୟୁଏଫ ବିଶ୍ୱ ଚାମ୍ପିଅନସିପ(ନୂଆଦିଲ୍ଲୀ), ବିଶ୍ୱ ଆଥଲେଟିକ୍ କଣ୍ଟିନେଣ୍ଟାଲ୍ଟୁର (ରୌପ୍ୟ): ଭୁବନେଶ୍ୱର, ହକି ବିଶ୍ୱକପ୍ (ଅଗଷ୍ଟ ୧୫ରୁ ୩୦), ୟୁଏସ ଓପନ(ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୩)
- ସେପ୍ଟେମ୍ବର:- ଏସୀୟ କ୍ରୀଡ଼ା(ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪)
- ଅକ୍ଟୋବର:- ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିଅନସିପ୍, ମହିଳା ଇଣ୍ଡିଆନ ଓପନ ଗଲ୍ଫ, ବିଶ୍ୱ ଚାମ୍ପିଅନସିପ୍ ଭାରୋତ୍ତୋଳନ, ବିଶ୍ୱ ଚାମ୍ପିଅନସିପ୍ ଜିମ୍ନାଷ୍ଟିକ
- ନଭେମ୍ବର:- ସୟଦ ମୋଦି ବ୍ୟାଡମିଣ୍ଟନ, ଡେଭିସ କପ୍ ଫାଇନାଲ୍
- ଡିସେମ୍ବର:- ଗୌହାଟୀ ଓପନ, ଓଡ଼ିଶା ଓପନ, ବିଶ୍ୱ ଚାମ୍ପିଅନସିପ୍ ସନ୍ତରଣ