ମୁମ୍ବାଇ ୨୩/୧୨: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଆୟୁଷ୍ମାନ ଖୁରାନା ନିକଟରେ ନିଜର ଅପ୍‌କମିଂ ଫିଲ୍ମ ‘ଥାମା’ ସଂପର୍କରେ ଘୋଷଣା କରିଥିଲେ । ଏବେ ଏହି ଫିଲ୍ମ ସହ ଜଡ଼ିତ ଆଉ ଏକ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି । ସେ ଅନୁସାରେ, ମୁମ୍ବାଇର ଚିତ୍ରା ଷ୍ଟୁଡିଓରେ ଫିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଂ ଆରମ୍ଭ ହୋଇଯାଇଛି । ଡିସେମ୍ବର ୨୩ ଅର୍ଥାତ୍‌ ଆସନ୍ତାକାଲି ଯାଏ ସେଠାରେ ସୁଟିଂ ଚାଲିବା ପରେ କଳାକାରମାନେ ନୂଆବର୍ଷ ଲାଗି ବ୍ରେକ୍‌ ନେବେ । ଜାନୁଆରୀରେ ଦିଲ୍ଲୀରେ ପୁଣି ସୁଟିଂ ଆରମ୍ଭ ହେବ । ଏହାପରେ ଫେବ୍ରୁଆରୀ ମାସରେ ଉଟ୍ଟିର ଜଙ୍ଗଲରେ ଫିଲ୍ମର ଅନେକ ଦୃଶ୍ୟର ସୁଟିଂ କରାଯିବାର ଯୋଜନା ରହିଛି । 

ଏଥିରେ ରଶ୍ମିକା-ଆୟୁଷ୍ମାନଙ୍କ ବ୍ୟତୀତ ନୱାଜୁଦ୍ଦିନ ସିଦ୍ଦିକି ଓ ପରେଶ ରାୱଲଙ୍କୁ ମଧ୍ୟ ଦେଖିବାକୁ ମିଳିବ । ନୱାଜୁଦ୍ଦିନ୍‌ ସିଦ୍ଦିକି ନେଗେଟିଭ୍‌ ରୋଲ୍‌ରେ ଅଛନ୍ତି । ‘ଥାମା’ ଏକ ହରର୍‌ କମେଡି ହୋଇଥିବାବେଳେ ଅକ୍ଟୋବରରେ ଫିଲ୍ମର ସୁଟିଂ ଆରମ୍ଭ ହେବାର ଥିଲ । କିନ୍ତୁ ତାହା ବିଭିନ୍ନ କାରଣରୁ ବିଳମ୍ବିତ ହୋଇଥିଲା । ଆସନ୍ତାବର୍ଷ ଦୀପାବଳିରେ ଫିଲ୍ମଟି ରିଲିଜ୍‌ ହେବାର ଅଛି । ଏଥିରେ ପ୍ରଥମ ଥର ଲାଗି ଆୟୁଷ୍ମାନ ଖୁରାନା ଓ ରଶ୍ମିକାଙ୍କ ଯୋଡି଼କୁ ଦେଖିବାକୁ ମିଳିବ । ‘ଥାମା’ ବ୍ୟତୀତ ରଶ୍ମିକା ‘ସିକନ୍ଦର’, ‘ଛାୱା’ରେ ମଧ୍ୟ ନଜର ଆସିବେ ।