ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବନ୍ଦ ହୋଇଗଲା ବିବାହ ଉତ୍ସବ; ବେଦୀରୁ ଫେରିଲା ବର

Published By : Bijay Swain | March 7, 2025 8:20 PM

ସାଲେପୁର, ୭/୩: ବାହା ଘରର ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ଥିଲା। ବାଜା ବାଜୁ ଥିଲା ଆଉ ରୋଷଣି କରି ବର ଗାଁକୁ ମଧ୍ୟ ଆସିଥିଲା।  ହେଲେ ବର କନ୍ୟା ଉଭୟଙ୍କ ହାତ ଗଣ୍ଠି ପଡ଼ିବା ପୂର୍ବରୁ ସିଡବ୍ଲୁସି ଓ ଜପକୁଦ ପୋଲିସ ପହଞ୍ଚି ଅଧାରୁ ବାହାଘର ବନ୍ଦ କରିଛି। ଖବର ନେବାରୁ ଜଣାପଡିଲା ଯେ କନ୍ୟା ହେଉଛି ନାବାଳିକା। ବାଲ୍ୟ ବିବାହ ଯାହା ଆଇନ ବିରୋଧ। ବର କନ୍ୟା ପକ୍ଷରୁ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପଯ୍ୟାୟରେ ଥଲେ ମଧ୍ୟ ବାହାଘରକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା। 

ସୂଚନା ମୁତାବକ ଟାଙ୍ଗୀ ଥାନା ଅଞ୍ଚଳର ଜୈନକା ନାବାଳିକା ସହିତ ସାଲେପୁର ଥାନା ଅଧୀନ ଜୈନିକ ଯୁବକଙ୍କ ସହିତ ସ୍ଥାନୀୟ ରାମେଶ୍ବର ହନୁମଞ୍ଚେଶ୍ୱର୍ ଶିବ ମନ୍ଦିର ପରିସରରେ ବିବାହ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ଚାଇଲ୍ଡ ହେଲ୍ପ ଲାଇନ ଓ ପୋଲିସ ଉଭୟ ଘଟଣାସ୍ଥାଳରେ ପହଞ୍ଚିଥିଲେ। ଏହା ସହ ସେଠାରେ ହେବାକୁ ଥିବା ଏହି ବାଲ୍ୟ ବିବାହକୁ ବନ୍ଦ କରିବା ସହ ଉକ୍ତ ନାବାଳିକାକୁ ଉଦ୍ଧାର କରି ମାତୃ ମଙ୍ଗଳ ସଂସ୍ଥାକୁ ପଠାଇଥିବା ସୂଚନା ମିଳିଛି। ଅନ୍ୟପଟେ ସାମାଜିକ କର୍ମୀ ପହଂଚି ଉକ୍ତ ବିବାହକୁ ବିରୋଧ କରିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.