ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଚାଇନାରେ ମିଳିଲା ବିଶ୍ୱର ସର୍ବବୃହତ ସୁନାଖଣି, ବିଶ୍ୱ ସୁନା ବଜାରରେ କମ୍ପନ

Published By : Bijay Swain | November 29, 2024 9:18 PM

Image Countesy: tribune

ବେଜିଂ: ଆମେରିକା ଠାରୁ ବି ଶକ୍ତିଶାଳୀ ହୋଇଯିବ ଚୀନ। କାରଣ ଚୀନରୁ ମିଳିଛି ବିଶ୍ୱର ସବୁଠାରୁ ବଡ଼ ସୁନା ଖଣି। ସେଣ୍ଟ୍ରାଲ ଚୀନରେ ଠାବ କରାଯାଇଥିବା ଏହି ସୁନା ଖଣିରେ ୧୦୦୦ ମେଟ୍ରିକ ଟନ୍‌ର ସୁନା ଗଚ୍ଛିତ ହୋଇ ରହିଥିବା ଅନୁମାନ କରାଯାଉଛି। ଯାହାର ମୂଲ୍ୟ ୮୩ ବିଲିଅନ ଆମେରିକୀୟ ଡଲାର ହେବ। ବିଶ୍ୱର ଅନ୍ୟ ଖଣି ଠାରୁ ବହୁତ ଅଧିକ। ଏନେଇ ଚୀନ ସରକାରୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଥିବା ସାଉଥ ଡିପ୍‌କୁ ବିଶ୍ୱର ସର୍ବବୃହତ ସୁନା ଖଣି ବୋଲି କୁହାଯାଉଛି। ଏଠାରେ ୯୦୦ ମେଟ୍ରିକ ଟନ୍‌ର ସୁନା ଗଚ୍ଛିତ ରହିଛି। ହେଲେ ଚୀନରେ ମିଳିଥିବା ଖଣିରୁ ୧୦୦୦ ମେଟ୍ରିକ ଟନ ସୁନା ଗଚ୍ଛିତ ରହିଥିବା ଅନୁମାନ କରାଯାଉଛି। ଯଦି ଆକଳନ ସତ ହେଲା ତେବେ ଚୀନ ମାଲାମାଲ୍ ହୋଇଯିବ। 

ଚୀନର ଭୂବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ ପିଙ୍ଗଜିଆଙ୍ଗ ରାଜ୍ୟର ହୁନାନ ପ୍ରଦେଶର ଏହି ସୁନା ଖଣି ଠାବ ହୋଇଛି। ବୈଜ୍ଞାନିକମାନେ ମୋଟ ୪୦ଟି ସୁନା ଶ୍ରୋତ ଖୋଜି ପାଇଛନ୍ତି। ଏହି ସୁନା ଶ୍ରୋତଗୁଡ଼ିକ ୨ କିଲୋମିଟର ଗଭୀରକୁ ବ୍ୟାପିଥିବା ନେଇ ଭୂବିଜ୍ଞାନିମାନେ ସୂଚନା ଦେଇଛନ୍ତି। 

ପ୍ରତ୍ୟୋକ ସୁନା ଶ୍ରୋତରେ ୩୦୦ ମେଟ୍ରିକ ଟନ ସୁନା ଥିବା ନେଇ ପ୍ରାଥମିକ ଯାଞ୍ଚରୁ ଜଣାପଡିଛି। ଆଡଭାନ୍ସ ଥ୍ରୀଡି ମଡେଲରୁ ଯାହା ଜଣାପଡ଼ିଛି, ସୁନା ଭଣ୍ଡାର ୩ କିମି ଗଭୀର ପର୍ଯ୍ୟନ୍ତ ଗଚ୍ଛିତ ରହିଛି। 

ବିଭିନ୍ନ ଭୌଗଳିକ ପ୍ରକ୍ରିୟା ମାଧ୍ୟମରେ ସୁନା ଜମା ହେବା ଆରମ୍ଭ ହୋଇଥାଏ । ସୁନାଯୁକ୍ତ ମାଗ୍ମା ପୃଥିବୀର କୋରରେ ତରଳ ଅବସ୍ଥାରେ ରହିଥାଏ। ଭୂପୃଷ୍ଟର ଫାଟଦେଇ ଏହା ଧୀରେଧୀରେ ଉପରକୁ ଉଠିଥାଏ। ମାଗ୍ମା ଉପରକୁ ଆସିବା ଫଳରେ ତାହାର ତାପ ଓ ଚାପରେ ପରିବର୍ତ୍ତନ ଆସିଥାଏ । ତାପ ଓ ଚାପରେ ପରିବର୍ତ୍ତନ ଯୋଗୁ ଭୁପୃଷ୍ଟରେ ଥିବା ବିଭିନ୍ନ ବନ୍ଧୁର ଶିଳା ଚାରିପାଖେ ଏହା ଜମାହେବା ଆରମ୍ଭ କରିଦିଏ। ଏହି ପ୍ରକ୍ରିୟାକୁ ପୂରା ହେବା ପାଇଁ ପ୍ରାୟ ଲକ୍ଷଲକ୍ଷ ବର୍ଷ ଲାଗିଥାଏ। ଏହି ଜଟିଳ ପ୍ରକ୍ରିୟାରେ ସୁନା ଜମା ହୋଇଥାଏ।  

ସୁନା ଖୋଜି ପାଇଁ ଭୂବିଜ୍ଞାନୀ ଚେନ ରୁଲିନ କହିଛନ୍ତି ଯେ ଖୋଳାଯାଇଥିବା ଅନେକ ପଥରର କୋରରୁ ଭଲ ପରିମାଣର ସୁନା ମିଳିଛି। ପ୍ରତି ମେଟ୍ରିକ ଟନ ସୁନା ପଥରରେ ୧୩୮ ଗ୍ରାମ ଭଳି ସୁନା ମିଳିବାର ସମ୍ଭାବନା ରହିଛି। ସୁନା ଖଣି ମିଳିବା ନେଇ ଚୀନ ଘୋଷଣା କରିବା ପରେ ବିଶ୍ୱ ବଜାରରେ ସୁନା ଦର ବଢିବା ସହ ଏହାର ଚାହିଦାରେ ମଧ୍ୟ ବୃଦ୍ଧି ଘଟିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.