ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସଲମାନ୍‌ଙ୍କୁ ଧମକ ଦେଇଥିବା ଯୁବକ ଗିରଫ, କର୍ଣ୍ଣାଟକରୁ ବାନ୍ଧିଲା ମୁମ୍ବାଇ ପୁଲିସ

Published By : Krishna Priya | November 6, 2024 9:11 AM

ମୁମ୍ବାଇ ୦୬/୧୧: ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ନାମରେ ପୁଣି ଧମକ ମିଳିଛି । ସୋମବାର ବିଳମ୍ବିତ ରାତିରେ ମୁମ୍ବାଇ ଟ୍ରାଫିକ୍‌ ପୁଲିସର ହେଲ୍ପଲାଇନ୍‌ ନମ୍ବରକୁ ଆସିଥିବା ମେସେଜ୍‌ରେ କୁହାଯାଇଛି ଯେ, କୃଷ୍ଣସାର ମୃଗ ଶିକାର ମାମଲାରେ ଯଦି ସଲମାନ୍‌ ବିଷ୍ଣୋୟୀ ସମାଜର ମନ୍ଦିରକୁ ଯାଇ କ୍ଷମା ନ ମାଗିବେ କିମ୍ବା ୫ କୋଟି ଟଙ୍କା ଦେବେନାହିଁ ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସର ଭାଇ ଅନମୋଲ ଭାବେ ପରିଚୟ ଦେଇଥିଲେ । ଏଥିସହିତ ସେମାନଙ୍କର ଗ୍ୟାଙ୍ଗ ଏବେ ବି ସକ୍ରିୟ ଥିବା କହିଥିଲେ ।

ଏହି ମାମଲାରେ ମୁମ୍ବାଇ ପୁଲିସ ଜଣେ ଅଭିଯୁକ୍ତଙ୍କୁ କର୍ଣ୍ଣାଟକରୁ ଗିରଫ କରିଛି । ତାଙ୍କର ନାମ ବିକ୍ରମ(୩୫) ହୋଇଥିବାବେଳେ ଅଧିକ ତଦନ୍ତ ଲାଗି ତାଙ୍କୁ ମୁମ୍ବାଇ ଅଣାଯିବ । ତେବେ ଏହା ପୂର୍ବରୁ ମଧ୍ୟ ମୁମ୍ବାଇ ଟ୍ରାଫିକ ପୋଲିସ ସଲମାନଙ୍କ ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ପାଇଥିଲା। ଯେଉଁଥିରେ ୨ କୋଟି ଟଙ୍କା ଦାବି କରାଯାଇଥିଲା। ଏଥିସହିତ ବିଷ୍ଣୋଇ ଗ୍ୟାଙ୍ଗ ନାମରେ ସଲମାନଙ୍କୁ ଧମକ ଦେବା ଖବର ଆସିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ପୁଣି ଚିନ୍ତିତ ଅଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.