କଟକ,୨୬।୫: କଟକ ଲିଙ୍କରୋଡ୍ ରେ ଥିବା ଏଲଆଇସି ର ଉନ୍ନୟନ ଅଧିକାରୀ ତଥା ପ୍ରିମିୟମ ଗ୍ରହଣ ଅଫିସରୁ ଚୋରି । ଗତ ରାତିରେ କେହି ଦୁର୍ବୁତ୍ତ ଅଫିସ ତାଲା ଭାଙ୍ଗି ରଖାଯାଇଥିବା ପ୍ରାୟ ୩ ଲକ୍ଷ ଟଙ୍କା ଚୋରି କରିନେଇଛି। ଘଟଣାସ୍ଥଳରେ ବାଦାମବାଡି ଥାନା ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଆସି ସୁରାକ ଯୋଗାଡ଼ କରିବ। ତେବେ ପ୍ରିମିୟମ ରାଶି ଜମା କରିବାକୁ ଆସୁଥିବା କେହି ଏ ଲୁଟ ବିଷୟରେ ଅବଗତ ଥିବା ପୋଲିସ ଆଶଙ୍କା କରୁଛି। ଘଟଣା ନେଇ ଏକ ମାମଲା ମଧ୍ୟ କାର୍ଯ୍ୟାଳୟ ପକ୍ଷରୁ ରୁଜୁ କରାଯାଇଛି।

ଅକାଳୀ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ...