ପ୍ରମୂଖ ଖବର
  • ବାଙ୍କୀ : ଢାବାରେ ଖାଇବାକୁ ନେଇ ମାରପିଟ୍, ହୋଟେଲ ମାଲିକଙ୍କ ଆକ୍ରମଣରେ ଗ୍ରାହକ ମୃତ
  • ||
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ଗାଁ କୁ ନାହିଁ ପକ୍କା ରାସ୍ତା; ଖଟିଆରେ ବୁହା ହେଲେ ଗର୍ଭବତୀ

Published By : Bijay Swain | June 11, 2025 10:31 PM

ଧର୍ମଗଡ଼, ୧୧/୦୬(ଆପ୍ର): ଗାଁ କୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୨ କିଲୋମିଟର ଦୂରରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇ ଛାଡ଼ିଲେ ପରିବାର ଲୋକେ । ଏଭଳି ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା ମାଳପଡ଼ା ଗ୍ରାମରୁ । 

ସୂଚନା ମତେ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଗ୍ରାମର ଦାମୋଦର ମାଝୀଙ୍କ ସ୍ତ୍ରୀ ଗୋମତୀ ମାଝୀଙ୍କ ପ୍ରସବ ବେଦନା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ତେବେ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଆମ୍ବଗୁଡା ନିକଟ ୨ କିଲୋମିଟର ଦୂର ମୁଖ୍ୟ ରାସ୍ତାରେ ଅଟକି ରହିଥିଲା । ଏପଟେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି ଗର୍ଭବତୀ ମହିଳା । ପରିବାର ଲୋକେ କୌଣସି ଉପାୟ ନ ପାଇ ରାତି ଦଶ ଘଣ୍ଟା ସମୟରେ ଆଶାକର୍ମୀ ଓ ସମ୍ପର୍କୀୟଙ୍କ ସହଯୋଗରେ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇ  ଭର୍ତି କରାଯାଇଥିଲା । 

ଡ଼ାକ୍ତରଖାନାରେ ଏକ ଶିଶୁ କନ୍ୟା ଜନ୍ମ ପରେ ପରିବାର ଲୋକେ ଏକ ଭଡ଼ା ଗାଡ଼ି ସାହାଯ୍ୟରେ ଗାଁକୁ ଫେରିଥିଲେ ମଧ୍ୟ ଗାଡ଼ି ଡ୍ରାଇଭର କାଦୁଅ ରାସ୍ତାରେ ଯିବାକୁ ମନା କରି ସେହିଠାରେ ଛାଡ଼ି ଯାଇଥିଲା । ସେଠାରୁ ପୁଣି ମା ଓ ନବଜାତ ଶିଶୁକୁ ଖଟିଆରେ ବୋହି ଘରକୁ ଆଣି ଥିଲେ । ତେବେ ସରକାର ଗ୍ରାମାଞ୍ଚଳ ରାସ୍ତା ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଉକ୍ତ ଗ୍ରାମ ଅବହେଳିତ ହୋଇ ରହିଛି । 

ଦୀର୍ଘବର୍ଷ ହେବ  ପକ୍କା ରାସ୍ତା ପାଇଁ ସ୍ଥାନୀୟ ବିଧାୟକ, ଜନ ପ୍ରତିନିଧିଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମର ରବି ମାଝୀ, ଧୁସାସନ ମାଝୀ, ମେଘନାଦ ମାଝୀ, ସସ୍ମିତା ଧାରୁଆ, ଓଷା ମାଝୀ, ଚନ୍ଦ୍ରକଳା ମାଝୀ । ଅତୀତରେ ମଧ୍ୟ ଅନେକ ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେଇଥିବା ପ୍ରକାଶ କରନ୍ତି ମାଳପଡ଼ା ବାସି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମୁଖ୍ୟ ରାସ୍ତାରୁ ପଡ଼ା ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.