ନୂଆଦିଲ୍ଲୀ : ପଙ୍କଜ ଚୌଧୁରୀଙ୍କ ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ ପରେ, ଏବେ ସମସ୍ତଙ୍କ ନଜର ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଉପରେ ରହିଛି। ଏହାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ଚାଲିଛି। ଏଥିରୁ ଗୋଟିଏ ଏହା ଯେ, ଗୁଜରାଟ ଭଳି ପ୍ରୟୋଗ କଣ ଉତ୍ତର ପ୍ରଦେଶରେ ଦୋହରା ଯିବ। ଏହି ଆଲୋଚନା ଅନେକ ମନ୍ତ୍ରୀଙ୍କ ନିଦ ହଜେଇ ଦେଇଥିବା ବେଳେ ଆଉ କିଛି ମନ୍ତ୍ରୀଙ୍କୁ ଖୁସି କରାଇଛି। ଚୌକି ବଞ୍ଚାଇବା ଓ ପାଇବାକୁ ଚାହିଁ ଥିବା ଲୋକେ ପ୍ରତିଯୋଗିତା ଆରମ୍ଭ କରି ଦେଇଛନ୍ତି। ସମ୍ଭାବନା କରାଯାଉଛି ଯେ, ଟିମ୍ ଯୋଗୀରେ ବଡ଼ ପରିବର୍ତ୍ତନ ଫେବ୍ରୁଆରୀ ମାସରେ ହୋଇପାରେ।
ନୂଆ ବର୍ଷର ଆରମ୍ଭ ସହ ବିଜେପି ଉତ୍ତର ପ୍ରଦେଶରେ ମିଶନ-୨୦୨୭ର ପ୍ରସ୍ତୁତି ଆହୁରି ଦ୍ରୁତ କରିଦେବ। ସଙ୍ଗଠନରୁ ନେଇ ସରକାରଙ୍କ ଯାଏ ସବୁକିଛି ସୁଗମ କରିବାର ପ୍ରସ୍ତୁତି ଚାଲିଛି। ସଙ୍ଗଠନର ପ୍ରମୁଖ ପରିବର୍ତ୍ତନ ପରେ ଏବେ ଜିଲ୍ଲା ଓ ସଙ୍ଗଠନାତ୍ମକ ମଣ୍ଡଳ ଗୁଡ଼ିକରେ ଟିମ୍ ଗଠନ କରିବାର ଆରମ୍ଭ କରାଯାଉଛି। ବିଜେପି ୨୦୨୨ର ବିଧାନସଭା ନିର୍ବାଚନ ସ୍ୱତନ୍ତ୍ରଦେବ ସିଂହଙ୍କ ପ୍ରଦେଶ ଅଧ୍ୟକ୍ଷ ଭାବେ ଲଢି ଥିଲେ ଏବଂ ପୂର୍ଣ୍ଣ ବହୁମତରେ ସରକାରକୁ ଫେରି ଥିଲେ। ବିଜେପି ୨୦୨୭ର ନିର୍ବାଚନକୁ ଯିବା ପୂର୍ବରୁ ପଙ୍କଜ ଚୌଧୁରୀ ଭାବେ ପୁଣି କୁର୍ମି ଲିଡରଙ୍କ ପ୍ରଦେଶ ସଙ୍ଗଠନର ଦାୟିତ୍ୱ ପ୍ରଦାନ କରି ପୁରୁଣା ଉପାୟକୁ ପୁଣି ଦୋହରାଇଛି।
ଏବେ ସମୟ ସରକାରରେ ପରିବର୍ତ୍ତନର। ୨୦୨୨ର ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ମଧ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇ ଥିଲା। ଜାତି ଭିତ୍ତିକ ଗଣନା ଅନୁସାରେ, ଅନେକ ଚେହେରାଙ୍କୁ ଟିମ୍ ଯୋଗୀରେ ସାମିଲ କରାଯାଇ ଥିଲା। ହେଲେ ଏହି ଥର ଆଲୋଚନା ଟିକେ ଅଲଗା। ଉଲ୍ଲେଖନୀୟ ଯେ, ରାଜ୍ୟ ସରକାରରେ ଅନେକ ମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ଅନେକ ଅଭିଯୋଗ ରହିଛି। କିଛି ଜଣଙ୍କୁ ଦିଲ୍ଲୀ ଦରବାର ଖୁସି ନଥିବା ବେଳେ ଅନେକଙ୍କ କାର୍ଯ୍ୟଶୈଳୀରେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ। ଏହି ସ୍ଥିତିରେ ଆଲୋଚନା ଯୋଗୀ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନକୁ ନେଇ ହୋଇଛି। ଏମିତି ଯଦି ହୁଏ ତ ଅନେକ ବିଧାୟକଙ୍କ ଲଟେରୀ ଖୋଲି ପାରେ। ଏହି ଆଲୋଚନାରେ ଅନେକ ମନ୍ତ୍ରୀ ଚିନ୍ତିତ। ଜ୍ୟୋତିଷଙ୍କୁ ସମୟ ଦେଖାଇବା ସହ ଅନୁଷ୍ଠାନ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଅନେକ ବିଧାୟକ ମଧ୍ୟ ପୂଜାପାଠ ଆରମ୍ଭ କରି ଦେଇଛନ୍ତି। ଆଉ ଏକ ଆଲୋଚନା କୌଣସି ଦଳିତଙ୍କ ୩ୟ ଡେପୁଟୀ ସିଏମ୍ କରାଯିବାକୁ ନେଇ ମଧ୍ୟ ହୋଇଛି। ଏବେ ଏହା ଦେଖିବାର ଅଛି ଯେ, ଏହି ପରିବର୍ତ୍ତନର ରୂପରେଖ କେବେ ସାକାର ହେଉଛି ଏବଂ ନ୍ୟୁ ଇୟର ଗିଫ୍ଟ କାହା କାହାର ଭାଗରେ ପଡ଼ୁଛି।