ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାର୍ଚ୍ଚରେ ଶନିଙ୍କ ସହ ଏହି ଗ୍ରହମାନେ କରିବେ ରାଶି ପରିବର୍ତ୍ତନ, ଚମକିବ ଭାଗ୍ୟ

Published By : Harapriya Sethi | March 1, 2025 9:09 AM

ଆଜିଠାରୁ ଆରମ୍ଭ ହେଲା ମାର୍ଚ୍ଚ ମାସ । ବର୍ଷର ଏହି ତୃତୀୟ ମାସ ଆଣିବାକୁ ଯାଉଛି ଅନେକ ଶୁଭ ସମାଚାର । ଜ୍ୟୋତିଷ ଶାସ୍ତ୍ରର ଦୃଷ୍ଟିକୋଣରୁ ମାର୍ଚ୍ଚ ମାସ ଅନେକ ସୁବର୍ଣ୍ଣ ସୁଯୋଗ ଆଣିବାକୁ ଯାଉଛି । କାରଣ ଚଳିତ ସାମରେ ସର୍ବମୋଟ ୫ ଟି ଗ୍ରହ ରାଶି ପରିବର୍ତ୍ତନ କରିବେ । ଦୀର୍ଘ ସମୟ ଧରି ଗୋଟିଏ ରାଶିରେ ଗୋଚର କରିବା ପରେ ଏବେ ଗ୍ରହମାନେ ନିଜ ନିଜର ଚାଲିରେ ବରିବର୍ତ୍ତନ ଆଣିବେ । ମାର୍ଚ୍ଚ ୨ ତାରିଖ ଅର୍ଥାତ ଆସନ୍ତା କାଲି (ରବିବାର) ଶୁକ୍ର ଗ୍ରହ ମୀନ ରାଶିରେ ପ୍ରବେଶ କରି ବକ୍ର ଚଳନ କରିବେ । ଏହା ପରେ ମାର୍ଚ୍ଚ ୧୪ ତାରିଖ (ଶୁକ୍ରବାର) ଗ୍ରହମାନଙ୍କ ରାଜା ସୂର୍ଯ୍ୟ ମଧ୍ୟ ମୀନ ରାଶିରେ ଗୋଚର କରିବେ । ଏହା ଛଡ଼ା ମାର୍ଚ୍ଚ ୧୫ ତାରିଖ (ଶନିବାର)ରେ ବୁଧ ଗ୍ରହ ମଧ୍ୟ ମୀନ ରାଶିରେ ପ୍ରବେଶ କରି ବକ୍ର ଚଳନ କରିବେ ଏବଂ ମାର୍ଚ୍ଚ ୧୭ ତାରିଖରେ ବୁଧ ରାଶିରେ ଅସ୍ତ ହେବ । ଏହା ପରେ ପରେ ମାର୍ଚ୍ଚ ମାସ ୨୯ ତାରିଖ (ଶନିବାର)ରେ ଶନି କୁମ୍ଭ ରାଶିରୁ ବାହାରି ମୀନ ରାଶିର ଗୋଚର କରିବେ । 

ଏହି ରାଶି ମାନଙ୍କର ଗୋଚର କିଛି ରାଶି ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଗ୍ରହମାନଙ୍କର ରାଶି ପରିବର୍ତ୍ତନ କରିବା ଦ୍ୱାରା କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯିବ । ଅନେକ ଗୁଡ଼ିଏ ସୁବର୍ଣ୍ଣ ସୁଯୋଗ ପାଇବେ ଏବଂ ସମସ୍ତ ଦୁଃଖ କଷ୍ଟର ମଧ୍ୟ ଅନ୍ତ ହେବ । ତେବେ ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ।

ମେଷ ରାଶି- ମାର୍ଚ୍ଚ ମାସରେ ହେବାକୁ ଥିବା ସମସ୍ତ ଗ୍ରହଙ୍କ ରାଶି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଏହି ମାସ ସେମାନଙ୍କ ପାଇଁ କୌଣସି ବରଦାନ ଠାରୁ କମ୍‌ ନୁହେଁ । ସେମାନଙ୍କ ଭାଗ୍ୟ ଏକ ନୂତନ ଦିଗରେ ଗତି କରି ସୁଖ ସମୃଦ୍ଧି ଆଡ଼କୁ ଆଗେଇବ । ସମସ୍ତ ପ୍ରକାରର ସୁବ ସମ୍ୱାଦ ମିଳିବ ।

ମିଥୁନ ରାଶି- ମିଥୁନ ରାଶିର ବ୍ୟକ୍ତିଙ୍କ ଜୀବନରେ ଏହି ସମୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ । ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କିବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ଲାଭଦାୟକ ସାବ୍ୟସ୍ତ ହେବ । କ୍ୟାରିୟର୍‌ରେ ଉନ୍ନତି ହେବାର ସୁବର୍ଣ୍ଣ ସୁଯୋଗ ମଧ୍ୟ ମିଳବ । 

କର୍କଟ ରାଶି- ମାର୍ଚ୍ଚ ମାସରେ ହେବାକୁ ଥିବା ସମସ୍ତ ଗ୍ରହଙ୍କ ରାଶି ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବ । ପଦୋନ୍ନତି ହେବାର ବହୁ ସମ୍ଭାବନା ରହିଛି । କାର୍ଯ୍ୟରେ ପ୍ରଗତି ହେବ ଏବଂ ପରିବାରର ସମ୍ପୂର୍ଣ୍ଣ ସହଯୋଗ ମିଳିବ । 

କୁମ୍ଭ ରାଶି- ମାର୍ଚ୍ଚ ମାସରେ ହେବାକୁ ଥିବା ଗ୍ରହମାନଙ୍କ ଗୋଚର କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ ଆରମ୍ଭ କରିବ । ପୁଞ୍ଜି ନିବେଶ ପାଇଁ ଏହି ସମୟ ଅକୁକୂଳ ରହିବ । ଚାକିରୀରେ ସଫଳତା ମିଳିବା । ଏହି ମାସ ସମସ୍ତ ପ୍ରକାରର କାର୍ଯ୍ୟରେ ସକାରାତ୍ମକ ପରିଣାମ ଆଣିବ । ଅନେକ ଶୁଭ ସମ୍ୱାଦ ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.