ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ମଧୁମେହ ରୋଗୀଙ୍କ ପାଇଁ ଔଷଧଠାରୁ କମ୍ ନୁହେଁ ଏହି ୬ଟି ଫଳ, ଖାଇବା ମାତ୍ରେ ଜାଣି ପାରିବେ ପ୍ରଭାବ…

Published By : Harapriya Sethi | May 10, 2025 10:55 AM

ମଧୁମେହ ଏପରି ଏକ ରୋଗ ହୋଇଗଲାଣି, ଯାହା କେବଳ ବୟସ୍କ ଲୋକଙ୍କ ମଧ୍ୟରେ ସୀମିତ ନୁହେଁ । ପ୍ରକୃତରେ ଏହା ଯୁବପିଢ଼ିଙ୍କୁ ମଧ୍ୟ ପ୍ରଭାବିତ କରୁଛି। କିନ୍ତୁ ଭଲ କଥା ହେଉଛି କିଛି ପ୍ରାକୃତିକ ଜିନିଷ, ବିଶେଷକରି ଫଳ ରହିଛି ଯାହା ଆପଣଙ୍କ  ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରେ। ଆଜି ଆମେ ଏପରି ୬ଟି ଫଳ ବିଷୟରେ ଜାଣିବା ଯାହା ମଧୁମେହ ରୋଗୀଙ୍କ ପାଇଁ ଔଷଧଠାରୁ କମ୍ ନୁହେଁ। ଆସନ୍ତୁ ଜାଣିବା ଏହି ଫଳଗୁଡ଼ିକ କେଉଁଗୁଡ଼ିକ ଏବଂ ଏଗୁଡ଼ିକ କିପରି କାର୍ଯ୍ୟ କରେ ।

ଜାମୁକୋଳି- ଜାମୁକୋଳି ସୁଗାର ନିୟନ୍ତ୍ରଣରେ ସାହାଯ୍ୟ କରିପାରେ। ଏଥିରେ ଜାମ୍ବୋଲିନ୍ ନାମକ ଏକ ଉପାଦାନ ମିଳିଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ। ଜାମୁକୋଳି ଖାଇବା ଦ୍ୱାରା ଶରୀରରେ ଇନସୁଲିନ୍ ସମ୍ବେଦନଶୀଳତା ବୃଦ୍ଧି ପାଏ ଏବଂ ମିଠା ପ୍ରତି ଲାଳସା ମଧ୍ୟ କମିଯାଏ।

ପିଜୁଳି ଖାଆନ୍ତୁ - ପିଜୁଳିରେ ଫାଇବର ଭରପୂର ହୋଇ ରହିଥାଏ । ଯାହା ଏହାକୁ ମଧୁମେହ ରୋଗୀଙ୍କ ପାଇଁ ଏକ ଉତ୍କୃଷ୍ଟ ଫଳ କରିଥାଏ । ପିଜୁଳି ଖାଇବା ଦ୍ୱାରା ରକ୍ତରେ ଶର୍କରା ଧୀରେ ଧୀରେ ବୃଦ୍ଧି ପାଏ, ଯାହା ଶର୍କରାର ହଠାତ୍ ବୃଦ୍ଧିକୁ ରୋକିଥାଏ।

ପ୍ରତିଦିନ ସେଓ ଖାଆନ୍ତୁ - ସେଓ ଖାଇବାର ଅନେକ ଲାଭ ଅଛି। କିନ୍ତୁ ଏହା ଚିନିକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ। ଏହା ବ୍ୟତୀତ, ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର, ଯାହା ହୃତ୍‌ପିଣ୍ଡକୁ ସୁସ୍ଥ ରଖେ।

ନାସପାତି– ସୁଗାର୍‌ ନିୟନ୍ତ୍ରଣରେ ନାସପାତିର ଅବଦାନ ଆଶ୍ଚର୍ଯ୍ୟଜନକ। ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ଧୀର କରିଦିଏ, ଯାହାଦ୍ୱାରା ଗ୍ଲୁକୋଜ୍ ଧୀରେ ଧୀରେ ମୁକ୍ତ ହୁଏ ଏବଂ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ।

କମଳା - କମଳାରେ ଭିଟାମିନ୍ ସି ସହିତ ପେକ୍ଟିନ ନାମକ ଏକ ଫାଇବର ମଧ୍ୟ ଥାଏ, ଯାହା ରକ୍ତରେ ଶର୍କରାର ମାତ୍ରାକୁ ବୃଦ୍ଧି କରିବାକୁ ରୋକିଥାଏ।କିନ୍ତୁ କମଳା ରସ ପିଇବା ପରିବର୍ତ୍ତେ ଏହାକୁ ଖାଇବା ଅଧିକ ଲାଭଦାୟକ। କାରଣ ଜୁସ୍‌ କରି ପିଇବା ଦ୍ୱାରା କମଳାର ଫାଇବର କମିଯାଇଥାଏ।

କିୱି ଖାଆନ୍ତୁ - ଛୋଟ ଦେଖାଯାଉଥିବା କିୱି ଏକ ପୁଷ୍ଟିକର ଫଳ। ଏଥିରେ ଫାଇବର, ଭିଟାମିନ ସି ଏବଂ ପୋଟାସିୟମ ଭରପୁର ମାତ୍ରାରେ ରହିଛି। କିୱିରେ ଗ୍ଲାଇସେମିକ୍ ଲୋଡ୍ ମଧ୍ୟ କମ୍ ଥାଏ, ଯାହା ଏହାକୁ ମଧୁମେହ ରୋଗୀଙ୍କ ପାଇଁ ଏକ ଉତ୍କୃଷ୍ଟ ଖାଦ୍ୟ ବିକଳ୍ପ କରିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.