ପାଟଣାଗଡ଼, ୨।୬: ପାଟଣାଗଡ଼ ରାମଜୀ ଛକ ସ୍ଥିତ ମହାବୀର ଆଇରନ ଷ୍ଟୋରର ମାଲିକ ପର୍ଶୁରାମ ପନସାରୀଙ୍କଠାରୁ ୪ ଲକ୍ଷ ଲୁଟିନେଲେ ଦୁର୍ବୁତ୍ତ । ସୋମବାର ସ୍ପଷ୍ଟ ଦିବାଲୋକରେ ୨ ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ନୂଆ ପଲସର୍ ବାଇକରେ ଆସି ତାଙ୍କଠୁ ୪ ଲକ୍ଷ ଟଙ୍କା ଝାମ୍ପିନେଇଥିବା ଜଣାପଡ଼ିଛି । ଏନେଇ ଦୋକାନ ମାଲିକ ଶ୍ରୀ ପନସାରୀ ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଡ୍ର ସହାୟତା ନେଇ ଏହାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।
ସୂଚନାନୁସାରେ, ପାଟଣାଗଡ଼ କଲେଜ ଛକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଶାଖାରୁ ତାଙ୍କ ବ୍ୟବସାୟ କାରବାର ପାଇଁ ସକାଳ ୧୦ଟା ୧୫ରେ ୪ ଲକ୍ଷ ଟଙ୍କା ଉଠାଣ କରି ଏକ ବ୍ୟାଗ୍ରେ ଭର୍ତ୍ତିକରି ମହାବୀର ବାଇକ ଡିକିରେ ରଖି ଦୋକାନ ସମ୍ମୁଖରେ ପହଞ୍ଚିଥିଲେ । ଡିକିରୁ ୧୦ଟା ୫୭ ମିନିଟ୍ ସମୟରେ ଉକ୍ତ ଉଠାଣ ଟଙ୍କା ବାହାର କରୁଥିବା ସମୟରେ ପଛ ପଟୁ ଜଣେ ବ୍ୟକ୍ତି ଟଙ୍କା ବ୍ୟାଗ୍କୁ ଝାମ୍ପି ନେଇଥି ଚମ୍ପଟ ମାରିଥିଲେ । ଏନେଇ ପୁଲିସ ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି । ଦୋକାନ ମାଲିକଙ୍କ କହିବାନୁସାରେ, ବ୍ୟାଗ୍ ଭିତରେ ୫୦୦ ଟଙ୍କିଆ ନୋଟ୍ର ମୋଟ୍ ତିନି ଲକ୍ଷ ଓ ଶହେ ଟଙ୍କିଆ ନୋଟ୍ର ଏକ ଲକ୍ଷ ଟଙ୍କା ଥିଲା ବୋଲି ପ୍ରକାଶ କରିଛନ୍ତି ।