ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଅନ୍ତରବାଟିଆରେ ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ

Published By : Harapriya Sethi | April 2, 2025 1:54 PM

ଗୋପାଳପୁର,୦୨/୦୪: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟରେ ଥିବା ଅନ୍ତରବାଟିଆ ଗ୍ରାମର ମା ଦକ୍ଷିଣ କାଳୀଙ୍କ ୩୭ତମ ୧୩ ଦିନିଆ ଦଣ୍ଡଯାତ୍ରା ବୁଧବାର ଆରମ୍ଭ ହୋଇଛି । ଏହି ଯାତ୍ରା ଚଳିତ ମାସ ମେରୁ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ । ବୁଧବାର ସକାଳୁ ମାନସିକଧାରୀ ମାନେ ଗେରୁଆ ଓ ହଳଦିଆ ରଙ୍ଗର ନୂତନ ବସ୍ତ୍ର ପିନ୍ଧି ପିଞ୍ଛ ମୁଠା ଓ ବାନା ଧରି ମାନସିକ ପୂରଣ ପାଇଁ ଗ୍ରାମରେ ଥିବା ମା ଦକ୍ଷିଣ କାଳୀ ମନ୍ଦିରର ମେରୁ ପୀଠରେ ଏକତ୍ରିତ ହୋଇଥିଲେ l ପରେ ଗ୍ରାମ ପୋଖରୀରେ ନୀତିକାନ୍ତି ଭାବେ ପୂଜାର୍ଚ୍ଚନା କରିଥିଲେ । ପରେ ଦଣ୍ଡୁଆ ମାନେ ସକଳ୍ପ ନେଇ ୧୩ ଦିନ ପାଇଁ ପଇତା ଧାରଣ କରିଥିଲେ । ମା କାଳୀଙ୍କ ପ୍ରଭା ମିଳନ, ହର ଗୌରୀ ଖଟୁଳି, ଚମ୍ପା ବଢ଼, ଢ଼ୋଲ ଦଣ୍ଡ ଆଦିକୁ ପୂଜାର୍ଚ୍ଚନା କରି ଜୀବନ ଦାନ କରାଯାଇଥିଲା। 

ପୁରୋହିତ ଭାବେ ବନୋଜ କୁମାର ଶତପଥୀ, ସଭାପତି ତଥା କର୍ତ୍ତା ଭାବେ ରାମହରି ଦାସ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିଲେ । ପାଟଭୁକ୍ତା ଭାବେ ପ୍ରଶାନ୍ତ ଦାସ, ଅଧିକାରୀ ଅର୍ଜୁନ ଦାସ, ସମ୍ପାଦକ ଗୌତମ ଦାସ, କମିଟିର ଗୋବିନ୍ଦ ଦାସ ,ଶ୍ୟାମ ସୁନ୍ଦର ଦାସ, କୃଷ୍ଣ ଦାସ, ପ୍ରଶାନ୍ତ ଦାସ, ନଟବର ଦାସ, ତପନ ଦାସ, ସନ୍ତୋଷ ଦାସ, ବାବୁଲା ଦାସ, ବିପ୍ର ଦାସ, ରତ୍ନାକର ଦାସ, ଜିତେନ୍ଦ୍ର ଦାସଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ପରେ ଗ୍ରାମ ପରିକ୍ରମା କରି ମାନସିକ କୁମ୍ଭ ଢାଳି ଧୂଳି ଦଣ୍ଡ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.