ପ୍ରତ୍ୟେକ ବ୍ୟକ୍ତି କୁହନ୍ତି, ସେ କେବେ ତାଙ୍କ ଜୀବନରେ ମିଛ କୁହନ୍ତି ନାହିଁ। କିନ୍ତୁ କେବେ ନା କେବେ ତ ପରିସ୍ଥିତି ହିସାବରେ ଅଳ୍ପେ ବହୁତ ମିଛ ନିହାତି କହିଥିବେ। ତେବେ ଅତ୍ୟଧିକ କିମ୍ବା ଅଭ୍ୟାସଗତ ମିଥ୍ୟାବାଦୀଙ୍କୁ ‘ପାଥୋଲୋଜିକାଲ୍ ଲାୟର’ ମଧ୍ୟ କୁହାଯାଏ, ଯାହା ଏକ ମାନସିକ ଅବସ୍ଥା ହୋଇପାରେ। ତେବେ ଆପଣ ହୁଏତ ଜାଣିନଥିବେ ଯେ, ଆମ ଶରୀରରେ ଏଭଳି ଏକ ଅଙ୍ଗ ଅଛି ଯାହା ମିଛ ଧରାଇପାରେ।  ମିଛ କହିବା ବେଳେ ଗରମ ହୋଇଯାଏ। ‘ଡେଲି ସାଇନ୍ସ’ର ଓ୍ବେବସାଇଟ୍‌ରେ ପ୍ରକାଶିତ ଏକ ରିପୋର୍ଟରେ ଏହି ପକ୍ରିୟାକୁ  ‘ପିନୋକିଓ ଇଫେକ୍ଟ’ କୁହାଯାଏ। ଏହା କାରଣରୁ ନାକର ଆଖପାଖ ମାଂସପେଶୀ ଓ ଆଖିର ଭିତର କୋଣର ତାପମାତ୍ରା ବୃଦ୍ଧି ପାଇଥାଏ। , ‘ପିନୋକିଓ ଇଫେକ୍ଟ’ ଅନୁଯାୟୀ ଆପଣଙ୍କ ନାକ କହିପାରିବ ମିଛ କହୁଛନ୍ତି। ମିଛ କହିବାର ଜଟିଳ ପ୍ରକ୍ରିୟା ଏବଂ ଧରାପଡ଼ିବାର ଭୟ ମସ୍ତିଷ୍କର ‘ଇନସୁଲାର କର୍ଟେକ୍ସ’କୁ ସକ୍ରିୟ କରିଥାଏ, ଯାହା ଶରୀରର ତାପମାତ୍ରାକୁ ପ୍ରଭାବିତ କରିଥାଏ।

ବୈଜ୍ଞାନିକଙ୍କ ରିସର୍ଚ୍ଚ ଅନୁସାରେ, ଯେଉଁ ବ୍ୟକ୍ତି ଅଧିକ ଚିନ୍ତା ଅନୁଭବ କରନ୍ତି ତାଙ୍କ ଚେହେରାରେ ତାପମାତ୍ର ବଢିଯାଏ।  ସ୍ପେନ୍‌ର ଗ୍ରେନାଡ୍ ୟୁନିଭର୍ସିଟିର ସାଇକୋଲୋଜି ରିସର୍ଚ୍ଚର ଏହା ଉପରେ ଅଧିକ ଅନୁସନ୍ଧାନ କରିଥିଲେ। ସେ ଲୋକଙ୍କ ଚେହେରାକୁ ଅଧ୍ୟୟନ କରିବା ପାଇଁ ‘ଥର୍ମୋଗ୍ରାଫ୍’ ବ୍ୟବହାର କରିଥିଲେ। ‘ଥର୍ମୋଗ୍ରାଫି’ ହେଉଛି ଶରୀରର ତାପମାତ୍ରା ଉପରେ ଆଧାରିତ ଏକ କୌଶଳ। ଏହାକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଶତ୍ରୁକୁ ଚିହ୍ନଟ କରିବା ପାଇଁ ଆମେରିକାରେ ‘ଥର୍ମୋଗ୍ରାଫି’ ବିକଶିତ ହୋଇଥିଲା  

​​​​​​​

ତା’ଛଡା ଯେତେବେଳେ କେହି ମିଛ କୁହନ୍ତି, ତାଙ୍କ ମୁହଁର ଭାବ ପରିବର୍ତ୍ତନ ହୁଏ। କାରଣ ସେ ମିଛ କହିବା ସମୟରେ ଆତ୍ମବିଶ୍ୱାସ ଦେଖାଇ ପାରନ୍ତି ନାହିଁ। ଏହି ଭାବ ତାଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଏ। ତାଙ୍କର ଆଖିପତା ବାରମ୍ବାର ପଡିଯାଏ। ଆବଶ୍ୟକତାଠାରୁ ଅଧିକ କଥା କହିଥାନ୍ତି।  କାହା ସହ ଆଖି ମିଳାଇ କଥା ହେବାକୁ ଚାହାଁନ୍ତି ନାହିଁ। କେବଳ ସେତିକି ନୁହେଁ, ମୁହଁ ଓ ନାକକୁ କଭର କରି ଲୁଚାଇ କଥା ହୋଇଥାନ୍ତି। ଏଥିରୁ ଜାଣିହେବ ସାମନା ଲୋକ ଜଣକ ମିଛ କହୁଛି। ଅନେକ ଲୋକ ମିଛ କହିବା ସମୟରେ ନାକ କୁଣ୍ଡାନ୍ତି କିମ୍ବା ତାଙ୍କ ବଡି ଲାଙ୍ଗୁଏଜ୍ ବିଲକୁଲ୍ ବଦଳି ଯାଏ। ଫେକ୍ ଏବଂ ନର୍ମାଲ ରିଆକ୍ସନ ଦେବାକୁ ଚେଷ୍ଟା କରନ୍ତି।  ଠିକ୍ ଭାବରେ କଥା ହୋଇପାରନ୍ତି ନାହିଁ, ତେଣୁ ସେ ଚିନ୍ତା କରି କେବେ ଧିରେ କୁହନ୍ତି ତ ଆଉ କେବେ ଦ୍ରୁତ ଗତିରେ କହିବା ଆରମ୍ଭ କରନ୍ତି। ଯଦିଓ ଏହି କିଛି ସଙ୍କେତ ମିଛ ଧରିବାରେ ସହାୟକ ହୋଇପାରେ, ତେବେ କେବଳ ଏହାକୁ ଆଧାର କରି କାହାକୁ ମିଛୁଆ ବି କହିହେବନି। ଏ ବିଷୟରେ ଜାଣିବାକୁ ଆହୁରି ରିସର୍ଚ୍ଚ କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ ବି ନେବାକୁ ପଡେ।