ନୂଆଦିଲ୍ଲୀ : ଲେବାନନରେ ଜାରି ଇସ୍ରାଏଲର ହମଲା ମଧ୍ୟରେ ଫ୍ରାନ୍ସ ଖୋଲାଖୋଲି ଲେବାନନର ସମର୍ଥନରେ ଆସିଛି। ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ଲେବାନନକୁ ସମର୍ଥନ ଦେବା ପାଇଁ ଫ୍ରାନ୍ସର ମାକ୍ରୋନ ସରକାର ପାଖାପାଖି ୧୦୮ ମିଲିୟନ ଡଲାରର ସାହାଯ୍ୟ ଦେବାକୁ ଘୋଷଣା କରିଛି। ରାଷ୍ଟ୍ରପତି ମାକ୍ରୋନ କହିଛନ୍ତି ଯେ, ଆମେ ହିଜବୁଲ୍ଲାର ଆତଙ୍କବାଦୀ ଓ ଇସ୍ରାଏଲ ମଧ୍ୟରେ ଜାରି ଯୁଦ୍ଧରେ ପେଶି ହେଉଥିବା ଲେବାନନକୁ ଭୁଲିବା ଉଚିତ ନୁହେଁ। ଏହି ଦୁହିଁଙ୍କ ମଧ୍ୟରେ ଜାରି ଯୁଦ୍ଧ କାରଣରୁ ଏହି ଦେଶରେ ପାଖାପାଖି ୧୦ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି, ଯାହାକି ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପୂରା ଦେଶରେ ଆର୍ଥିକ ସଙ୍କଟ ସାଙ୍ଘାତିକ ହୋଇଛି।

ନ୍ୟୁଜ୍‌ ଏଜେନ୍ସି ଏପିର ରିପୋର୍ଟ ମୁତାବିକ, ମାକ୍ରୋନ ସମ୍ମିଳନୀରେ ନିଜର ଉଦ୍ଘାଟନ ଭାଷଣରେ କହିଛନ୍ତି କି ସଦ୍ୟ ପରିସ୍ଥିତିକୁ ଦେଖି ଲେବାନନୀ ଜନସଂଖ୍ୟାକୁ ବଡ଼ ସ୍ତରରେ ସହାୟତାର ଆବଶ୍ୟକତା ରହିଛି। କାରଣ ଏହି ଯୁଦ୍ଧ କାରଣରୁ ଯେଉଁଠି ଲକ୍ଷ ଲକ୍ଷ ଲୋକ ବାସହରା ହୋଇ ଯିବା ସହ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଆମେ ଏହାର ସାହାଯ୍ୟ ପାଇଁ ଆଗକୁ ଆସିବାକୁ ହେବ।

ଏହି ସମ୍ମିଳନୀର ଆୟୋଜନକାରୀଙ୍କୁ ଆଶା କି, ଏଥିରେ ସମ୍ମିଳିତ ଦେଶ ଲେବାନନର ମାନବୀୟ ସହାୟତା ଭାବେ ୪୨୬ ମିଲିୟନର ରାଶିର ଫିଗରକୁ ଛୁଇଁବ , ଯାହାର ଆବଶ୍ୟକତା ମିଳିତ ଜାତିସଂଘ କହିଛି। ଏହି ସପ୍ତାହରେ ଇଟାଲୀ ୧୦ ମିଲିୟନ ୟୁରୋ , ଜର୍ମାନୀ ପାଖାପାଖି ୬୦ ମିଲିୟନ ୟୁରୋର ସହାୟତା ଲେବାନନୀ ଲୋକଙ୍କୁ ଦେବାର ପ୍ରତିଶ୍ରୁତି ଦେଇଛି।

ଫ୍ରାନ୍ସିସି ରାଷ୍ଟ୍ରପତି ମାକ୍ରୋନ୍‌ ବେରୁତ ଓ ଲେବାନନର ଅନ୍ୟ ସ୍ଥାନରେ ଲଗାତାର ହମଲା କରିବାକୁ ଇସ୍ରାଏଲର ନିନ୍ଦା କରିଛନ୍ତି। ସେ କହିଛନ୍ତି କି, ଏହି ହମଲା କାରଣରୁ ସେଠାରେ ପୀଡ଼ିତଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ତାଙ୍କୁ ଏହି ଯୁଦ୍ଧ ଏବେ ରୋକି ଦେବା ଉଚିତ୍‌। ସେ କହିଛନ୍ତି କି, ପ୍ୟାରିସ୍‌ ଲେବାନନର ସାର୍ବଭୌମତ୍ୱକୁ ସୁରକ୍ଷା ଦେବାରେ ସାହାଯ୍ୟ କରିବା ଓ ଏହାର ପ୍ରତିଷ୍ଠାନ ଗୁଡ଼ିକୁ ମଜବୁତ୍‌ କରିବାରେ ମଧ୍ୟ ସାହାଯ୍ୟ କରିବା ଉଚିତ୍।